ୱେଷ୍ଟଇଣ୍ଡିଜ ଟୁର ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ କେଏଲ ରାହୁଲ

ବେଙ୍ଗାଲୁରୁ: ଆହତ ସମସ୍ୟାରୁ ମୁକୁଳିବାକୁ ଚେଷ୍ଟା କରୁଥିବା ଟିମ୍‌ ଇଣ୍ଡିଆର ବ୍ୟାଟର କେଏଲ ରାହୁଲ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସର୍ଜରୀ ପରେ ବେଙ୍ଗାଲୁରୁ ସ୍ଥିତି ଏନସିଏରେ ଥିବା ରାହୁଲଙ୍କ ଟେଷ୍ଟ ରିପୋର୍ଟ ଆଜି ପଜିଟିଭ ଆସଛି। ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ତିଜ ବିପକ୍ଷ ଟି-୨୦ ସ୍କ୍ୱାଡରେ ରାହୁଲ ରହିଥିଲେ। ହେଲେ ଏବେ ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ଗସ୍ତକୁ ନେଇ ସଂଚୟ ସୃଷ୍ଟି ହୋଇଛି। ଆହତ ଯୋଗୁ ରାହୁଲ ମେ’ […]

KL-Rahul

Hemant Lenka
  • Published: Thursday, 21 July 2022
  • , Updated: 21 July 2022, 09:33 PM IST

ବେଙ୍ଗାଲୁରୁ: ଆହତ ସମସ୍ୟାରୁ ମୁକୁଳିବାକୁ ଚେଷ୍ଟା କରୁଥିବା ଟିମ୍‌ ଇଣ୍ଡିଆର ବ୍ୟାଟର କେଏଲ ରାହୁଲ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସର୍ଜରୀ ପରେ ବେଙ୍ଗାଲୁରୁ ସ୍ଥିତି ଏନସିଏରେ ଥିବା ରାହୁଲଙ୍କ ଟେଷ୍ଟ ରିପୋର୍ଟ ଆଜି ପଜିଟିଭ ଆସଛି। ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ତିଜ ବିପକ୍ଷ ଟି-୨୦ ସ୍କ୍ୱାଡରେ ରାହୁଲ ରହିଥିଲେ। ହେଲେ ଏବେ ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ଗସ୍ତକୁ ନେଇ ସଂଚୟ ସୃଷ୍ଟି ହୋଇଛି।

ଆହତ ଯୋଗୁ ରାହୁଲ ମେ’ ମାସରୁ କୌଣସି ପ୍ରକାରର କ୍ରିକେଟ ଖେଳି ନାହାନ୍ତି। ଶେଷଥର ପାଇଁ ସେ ଆଇପିଏଲରେ ନଜର ଆସିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରେ ତାଙ୍କୁ ଅଧିନାୟକ କରାଯାଇଥିଲା। ହେଲେ ଆହତ କାରଣରୁ ସେ ସିରିଜ୍‌ରୁ ବାଦ ପଡ଼ିଥିଲେ। ଏହାପରେ ସେ ସର୍ଜରୀ ପାଇଁ ଜର୍ମାନୀ ଯାଇଥିଲେ।

ସେଠାରୁ ଫେରି ଏନସିଏରେ ନିଜର ରିହାବ କରୁଥିଲେ। ଆଜି ହିଁ ସେ ଏନସିଏରେ କୋଚ ହେବାକୁ ଲକ୍ଷ୍ୟ ରଖିଥିବା ଆଶାୟୀମାନଙ୍କୁ କିଛି ଟିପ୍ସ ଦେଇଥିଲେ। ଏହାର ଫଟୋ ମଧ୍ୟ ଏନସିଏ ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ ଟ୍ୱିଟ କରିଥିଲେ। ସେହିପରି ଏନସିଏରେ ରାହୁଲ ମହିଳା ଦଳର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀଙ୍କ ବୋଲିଂକୁ ସମ୍ମୁଖୀନ ହେଉଥିବାର ଭିଡିଓ କିଛି ଦିନ ତଳେ ସୋଶାଲ ମିଡିଆରେ ଭାଇରାଲ ହେଉଥିଲା। ସେ ସର୍ଜରୀରୁ ସୁସ୍ଥ ହେବା ସହ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଜ ବିପକ୍ଷ ଟି-୨୦ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ।

ହେଲେ ଏବେ ରାହୁଲ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଆହତ ସମସ୍ୟା ଯୋଗୁ ରାହୁଲ ଆୟର୍ଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ସିରିଜ ମଧ୍ୟ ଖେଳି ପାରି ନଥିଲେ। ସେ ଫିଟ ନଥିବାରୁ ତାଙ୍କୁ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଜ ବିପକ୍ଷ ଦିନିକିଆ ଦଳରେ ମଧ୍ୟ ରଖାଯାଇ ନଥିଲା।

Related story