ରୋହିତଙ୍କ ସହ ବିବାଦ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ବିରାଟ କୋହଲି

ନୂଆଦିଲ୍ଲୀ: ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ବିବାଦକୁ ନେଇ ଜାରି ରହିଥିବା ଚର୍ଚ୍ଚାରେ ନୂଆ ଟ୍ୱିଷ୍ଟ ଆସିଛି। ରୋହିତଙ୍କ କ୍ୟାପ୍ଟେନଶିପରେ ବିରାଟ ଖେଳିବାକୁ ଚାହୁଁନାହାନ୍ତି ଓ ଏହି କାରଣରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ବିଶ୍ରାମ ନେବାକୁ ଚାହୁଁଥିବା ଖବର ପ୍ରକାଶ ପାଇଥିଲା। ଏହି ସବୁ ରିପୋର୍ଟ କ୍ରିକେଟ ପ୍ରେମୀଙ୍କୁ ବ୍ୟଥିତ କରିଥିବା ବେଳେ ଭାରତୀୟ କ୍ରିକେଟର ଭବିଷ୍ୟତକୁ ନେଇ ଅସମାହିତ ପ୍ରଶ୍ନ ସୃଷ୍ଟି କରିଥିଲା। ହେଲେ ପ୍ରଥମଥର ଏ ପ୍ରସଙ୍ଗରେ […]

Virat1

Virat1

Hemant Lenka
  • Published: Wednesday, 15 December 2021
  • Updated: 15 December 2021, 02:10 PM IST

Sports

Latest News

ନୂଆଦିଲ୍ଲୀ: ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ବିବାଦକୁ ନେଇ ଜାରି ରହିଥିବା ଚର୍ଚ୍ଚାରେ ନୂଆ ଟ୍ୱିଷ୍ଟ ଆସିଛି। ରୋହିତଙ୍କ କ୍ୟାପ୍ଟେନଶିପରେ ବିରାଟ ଖେଳିବାକୁ ଚାହୁଁନାହାନ୍ତି ଓ ଏହି କାରଣରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ବିଶ୍ରାମ ନେବାକୁ ଚାହୁଁଥିବା ଖବର ପ୍ରକାଶ ପାଇଥିଲା।

ଏହି ସବୁ ରିପୋର୍ଟ କ୍ରିକେଟ ପ୍ରେମୀଙ୍କୁ ବ୍ୟଥିତ କରିଥିବା ବେଳେ ଭାରତୀୟ କ୍ରିକେଟର ଭବିଷ୍ୟତକୁ ନେଇ ଅସମାହିତ ପ୍ରଶ୍ନ ସୃଷ୍ଟି କରିଥିଲା। ହେଲେ ପ୍ରଥମଥର ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିରାଟ କୋହଲି। ସେ ରୋହିତଙ୍କ କ୍ୟାପ୍ଟେନଶିପ୍‌ରେ ଖେଳିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଏଥିସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆର ଚୟନ ପାଇଁ ସେ ଉପଲବ୍ଧ ରହିବେ ଓ କେବେ ହେଲେ ବିସିସିଆଇକୁ ବିଶ୍ରାମ ଦେବାକୁ ଆବେଦନ କରି ନଥିବା ଆଜି ସ୍ପଷ୍ଟ କରିଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଆଜି ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ କ୍ରିକେଟ ଅପେକ୍ଷା ରୋହିତଙ୍କ ସହ ତାଙ୍କର ବିବାଦ ସମ୍ପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏହାର ଜବାବରେ ମଧ୍ୟ ବିରାଟ ବେଧଡ଼କ ଉତ୍ତର ଦେଇଛନ୍ତି।

ସେ କହିଛନ୍ତି, “ରୋହିତଙ୍କ କୌଣସି ବିବାଦ ନାହିଁ। ଅଧିନାୟକ ପଦ ଯାଇଥିଲେ ମଧ୍ୟ ଟିମ ଇଣ୍ଡିଆ ପାଇଁ ଭଲ କରିବାର ଉତ୍ସାହ ପୂର୍ବଭଳି ରହିଛି। ଟେଷ୍ଟ ଟିମ୍‌ ଚୟନର ଦେଢ଼ ଘଣ୍ଟା ପୂର୍ବରୁ ଚୟନକର୍ତ୍ତା ମୋ ସହ ଯୋଗାଯୋଗ କରିଥିଲେ। ଏହି ସମୟରେ ମୁଁ କେବେ ହେଲେ ଦିନିକିଆରେ ବିଶ୍ରାମ ନେବା ପାଇଁ କହିନାହିଁ।

ମୁଁ ଦିନିକିଆରେ କ୍ୟାପ୍ଟେନଶିପ କରିବାକୁ କେବେ ମନା କରି ନଥିଲି। ହେଲେ ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ପ୍ରସ୍ତୁତ। ଅଧିନାୟକ ପଦ ଚାଲି ଯାଇଥିବା ଖବର ଚୟନକର୍ତ୍ତାଙ୍କ ଠାରୁ ଜାଣିବାକୁ ପାଇଥିଲି। ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ର ଚୟନ ପାଇଁ ମୁଁ ଉପଲବ୍ଧ ରହିବି।”

ବିରାଟ ଆହୁରି କହିଛନ୍ତି, ଯେତେବେଳେ ମୁଁ ବିସିସିଆଇକୁ ଟି-୨୦ ଅଧିନାୟକ ପଦ ଛାଡ଼ିବାକୁ ଚାହୁଁଥିବା କହିଥିଲି, ଏହାକୁ ବେଶ ଭଲ ଭାବେ ଗ୍ରହଣ କରାଯାଇଥିଲା। ଏଥିରେ କୌଣସି ଦ୍ୱିମତ ନଥିଲା। ସେହି ସମୟରେ ମୁଁ ଟେଷ୍ଟ ଓ ଦିନିକିଆର ନେତୃତ୍ୱ ନେବି ବୋଲି କହିଥିଲି। ମୋ ତରଫରୁ ସବୁ କିଛି ସ୍ପଷ୍ଟ ଥିଲା।

ଟିମ ଇଣ୍ଡିଆକୁ ଠିକ୍‌ ଦିଗରେ ନେବା ହିଁ ମୋର କର୍ତ୍ତବ୍ୟ। ରୋହିତ ଶର୍ମା କ୍ୟାପ୍ଟେନଶିପ କରିବାରେ ଦକ୍ଷ ଓ ସେ ଟାଟିକାଲି ବହୁତ ଭଲ। ରାହୁଲ ଭାଇ(ରାହୁଲ ଡ୍ରାଭିଡ) ମଧ୍ୟ ଅଛନ୍ତି। ସେମାନେ ଦିନିକିଆ ଓ ଟି-୨୦ରେ ମୋ ତରଫରୁ ଶତପ୍ରତିଶତ ସହଯୋଗ ପାଇବେ ବୋଲି କୋହଲି କହିଛନ୍ତି।

ଦକ୍ଷିଣ ଆଫ୍ରିକାର ଟେଷ୍ଟ ସିରିଜ୍‌ ସମ୍ପର୍କରେ ସେ କହିଛନ୍ତି, ଟିମ୍ ଇଣ୍ଡିଆ ପାଇଁ ପ୍ରସ୍ତୁତି କରିବାରେ ମୋତେ କେହି ବାଧା ଦେଇ ପାରିବେ ନାହିଁ। ବାହାରେ ଅନେକ କଥା ଘଟିବ। ଏଥିପ୍ରତି ଧ୍ୟାନ ଦିଆଯିବା ଉଚିତ ନୁହେଁ। ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାକୁ ମୁଁ ଉତ୍ସାହିତ ରହିଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ରୋହିତ ଶର୍ମା ଖେଳିବେନି। ଆହତ ଯୋଗୁ ସେ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି। ଟେଷ୍ଟ ସିରିଜରେ ରୋହିତଙ୍କ ଅଭିଜ୍ଞତାକୁ ଦଳ ମିସ୍ କରିବ ବୋଲି ବିରାଟ ଆଜି କହିଛନ୍ତି। ରୋହିତଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିମାନେ ସୁଯୋଗ ପାଇ ନିଜ ଦକ୍ଷତାକୁ ପ୍ରଦର୍ଶନ କରିବେ ବୋଲି ସେ ଆଶା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story