ପାକ୍ ବୋଲରଙ୍କୁ ୧୨୨ ମିଟର୍ ଛକା, ଦେଖନ୍ତୁ ଭିଡିଓ

ଲଣ୍ଡନ: ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଘରୋଇ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲିଆନ୍ ଲିଭିଙ୍ଗଷ୍ଟୋନ୍ ଜବରଦସ୍ତ ଇନିଂସ୍ ଖେଳିଛନ୍ତି। ନିଜର ଏହି ଇନିଂସ୍ ମଧ୍ୟରେ ସେ ଏଭଳି ଏକ ଛକା ମାରିଛନ୍ତି, ଯାହାକୁ ନେଇ ସବୁଠି ଚର୍ଚ୍ଚା। ଇଂଲଣ୍ଡ ଇନିଂସର ୧୬ଶ ଓଭରର ପ୍ରଥମ ବଲରେ ଲିଭିଙ୍ଗଷ୍ଟୋନ୍ ପାକିସ୍ତାନୀ ପେସ୍ ବୋଲର ହାରିସ୍ ରଉଫଙ୍କ ମୁଣ୍ଡ ଉପରକୁ ବିଶାଳ ଛକା ମାରିଥିଲେ। ଏହି ଛକାର ଦୂରତା ୧୨୨ ମିଟର୍ […]

liam-livingstone

Ranjit Kumar Jena
  • Published: Monday, 19 July 2021
  • , Updated: 19 July 2021, 05:35 PM IST

ଲଣ୍ଡନ: ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଘରୋଇ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲିଆନ୍ ଲିଭିଙ୍ଗଷ୍ଟୋନ୍ ଜବରଦସ୍ତ ଇନିଂସ୍ ଖେଳିଛନ୍ତି। ନିଜର ଏହି ଇନିଂସ୍ ମଧ୍ୟରେ ସେ ଏଭଳି ଏକ ଛକା ମାରିଛନ୍ତି, ଯାହାକୁ ନେଇ ସବୁଠି ଚର୍ଚ୍ଚା।

ଇଂଲଣ୍ଡ ଇନିଂସର ୧୬ଶ ଓଭରର ପ୍ରଥମ ବଲରେ ଲିଭିଙ୍ଗଷ୍ଟୋନ୍ ପାକିସ୍ତାନୀ ପେସ୍ ବୋଲର ହାରିସ୍ ରଉଫଙ୍କ ମୁଣ୍ଡ ଉପରକୁ ବିଶାଳ ଛକା ମାରିଥିଲେ। ଏହି ଛକାର ଦୂରତା ୧୨୨ ମିଟର୍ ଲମ୍ବା ଥିଲା। ଏହି ଛକାକୁ ଦେଖିବା ପରେ ସମସ୍ତରେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ଏହି ବିଶାଳକାୟ ଛକାକୁ ସବୁଠାରୁ ବଡ଼ ଛକା ବୋଲି କୁହାଯାଉଛି। କିଛି ଫ୍ୟାନ୍ ମଧ୍ୟ ଏହାକୁ ଅନ୍ତର୍ଜାତୀୟ କ୍ରିକେଟ୍‌ର ସବୁଠାରୁ ବଡ଼ ଛକା କହୁଛନ୍ତି। କିନ୍ତୁ ଆଇସିସି ପକ୍ଷରୁ ଏ ନେଇ ଅଫିସିଆଲ୍ ଘୋଷଣା କରାଯାଇନାହିଁ।

ଏହି ଛକାର ଭିଡିଓ ଇଂଲଣ୍ଡ କ୍ରିକେଟ୍ ତା'ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ପୋଷ୍ଟ କରିଛି। ଏହା ପୂର୍ବରୁ ଦ୍ୱାଦଶ ଓଭରରେ ମଧ୍ୟ ଲିଭିଙ୍ଗଷ୍ଟୋନ୍ ପାକିସ୍ତାନୀ ସ୍ପିନର ଇମାଦ ୱାସିମଙ୍କୁ ଛକା ମାରିଥିଲେ, ଯାହା ଷ୍ଟାଡିୟମ ବାହାରକୁ ଚାଲିଯାଇଥିଲା।

https://twitter.com/englandcricket/status/1416772532607229955?s=20

https://twitter.com/englandcricket/status/1416768113694056448?s=20

ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୦ ରନ୍ କରିଥିଲା। ଇଂଲଣ୍ଡ ପକ୍ଷରୁ ଜୋସ୍ ବଟଲର୍ ସର୍ବାଧିକ ୫୯ (୩୯ ବଲ୍, ୭ ଚୌକା, ୨ ଛକା), ଲିଭିଙ୍ଗଷ୍ଟୋନ୍ ୩୮ (୨୩ ବଲ୍, ୨ ଚୌକା, ୩ ଛକା) ଓ ମୋଇନ୍ ଅଲୀ ୩୬ (୧୬ ବଲ୍, ୬ ଚୌକା, ୧ ଛକା) ରନ୍ କରିଥିଲେ। ପାକିସ୍ତା ନପକ୍ଷରୁ ମହମ୍ମଦ ହସନେନ୍ ୩ଟି, ଇମାଦ୍ ୱାସିମ୍ ଓ ହାରିସ୍ ରଉଫ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଜବାବରେ ପାକିସ୍ତାନ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏଥିସହ ଇଂଲଣ୍ଡ ମୁକାବିଲାକୁ ୪୫ ରନରେ ଜିତି ନେଇଥିଲା। ପାକିସ୍ତାନ ପକ୍ଷରୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ୩୭ ଓ ଶଦାବ ଖାନ୍ ୩୬ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ସାକିବ୍ ମହମ୍ମଦ ୩ଟି, ଆଦିଲ୍ ରାଶିଦ୍ ଓ ମୋଇନ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story