ବିରାଟଙ୍କୁ ପଛରେ ପକାଇ ନୂଆ ରେକର୍ଡ କଲେ ମାର୍ଟିନ ଗପ୍ଟିଲ

ରାଞ୍ଚି: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି କରିଥିବା ରେକର୍ଡ ଭାଙ୍ଗିଛି। ବିରାଟଙ୍କୁ ପଛରେ ପକାଇ ନ୍ୟୁଜିଲ୍ୟାଣ୍ଡ ଓପନର ମାର୍ଟିନ ଗପ୍ଟିଲ ଏବେ ଟି-୨୦ରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ହୋଇଯାଇଛନ୍ତି। ରାଞ୍ଚିରେ ଖେଳା ଯାଇଥିବା ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଗପ୍ଟିଲ ଏହି ରେକର୍ଡ କରିଛନ୍ତି। ଗପ୍ଟିଲ ଶୁକ୍ରବାର ମ୍ୟାଚ୍‌ ପୂର୍ବରୁ ବିରାଟଙ୍କ ଠାରୁ ୧୧ ରନ୍‌ ପଛରେ ଥିଲେ। ହେଲେ ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ରେ ସେ ୧୫ ବଲ୍‌ରେ […]

Martin-Guptil

Hemant Lenka
  • Published: Saturday, 20 November 2021
  • , Updated: 20 November 2021, 05:54 PM IST

ରାଞ୍ଚି: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି କରିଥିବା ରେକର୍ଡ ଭାଙ୍ଗିଛି। ବିରାଟଙ୍କୁ ପଛରେ ପକାଇ ନ୍ୟୁଜିଲ୍ୟାଣ୍ଡ ଓପନର ମାର୍ଟିନ ଗପ୍ଟିଲ ଏବେ ଟି-୨୦ରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ହୋଇଯାଇଛନ୍ତି। ରାଞ୍ଚିରେ ଖେଳା ଯାଇଥିବା ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଗପ୍ଟିଲ ଏହି ରେକର୍ଡ କରିଛନ୍ତି।

ଗପ୍ଟିଲ ଶୁକ୍ରବାର ମ୍ୟାଚ୍‌ ପୂର୍ବରୁ ବିରାଟଙ୍କ ଠାରୁ ୧୧ ରନ୍‌ ପଛରେ ଥିଲେ। ହେଲେ ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ରେ ସେ ୧୫ ବଲ୍‌ରେ ବିସ୍ଫୋରକ ୩୧ ରନର ଇନିଂସ୍ ଖେଳିଛନ୍ତି। ଭାରତ ବିପକ୍ଷ ମ୍ୟାଚରେ ସେ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ୮ ରନରେ ତାଙ୍କର ଗୋଟିଏ କ୍ୟାଚ୍‌ ଉଠିଥିଲେ ହେଁ ଏହାକୁ କେଏଲ ରାହୁଲ ହାତ ଛଡ଼ା କରିଥିଲେ।

ଏହାପରେ ସେ ଦୀପକ ଚହରଙ୍କ ବଲରେ ଗୋଟିଏ ବିଶାଳ ଛକା ମାରିଥିଲା। ତେବେ ପରବର୍ତ୍ତୀ ବଲରେ ସେହି ଚହର ହିଁ ତାଙ୍କ ୱିକେଟ ନେଇଥିଲେ। ଆଉଟ ହେବା ପୂର୍ବରୁ ଗପ୍ଟିଲ ୨ ଛକା ଓ ୩ ଚୌକା ବଳରେ ୩୧ ରନ୍‌ କରିଥିଲେ।

ଏବେ ଗପ୍ଟିଲ ୧୧୧ ଟି-୨୦ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ପାଇଁ ୩୨୪୮ ରନ୍‌ କରିଛନ୍ତି। ଏଥିରେ ୨ଟି ଶତକ ଓ ୧୯ଟି ଅର୍ଦ୍ଧଶତକ ରହିଛି। ତାଙ୍କ ପଛରେ ବିରାଟ କୋହଲି ରହିଛନ୍ତି। ବିରାଟ ୯୫ଟି ମ୍ୟାଚ୍‌ରେ ୫୨.୦୪ ହାର୍‌ରେ ମୋଟ ୩୨୨୭ ରନ୍ ହାସଲ କରିଛନ୍ତି। ଏଥିରେ ୨୯ଟି ଅର୍ଦ୍ଧଶତକ ରହିଛି।

ନୂଆ କରି ଭାରତର ଟି-୨୦ ଅଧିନାୟକ ହୋଇଥିବା ରୋହିତ ଶର୍ମା ଟି-୨୦ରେ ସର୍ବାଧିକ ରନ ହାସଲକାରୀ କ୍ରିକେଟରଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ରୋହିତ ଏଯାଏ ଟି-୨୦ରେ ୩୧୪୧ ରନ୍‌ କରିଛନ୍ତି। ଟି-୨୦ରେ ସେ ୪ଟି ଶତକ ହାସଲ କରିବାର ବିରଳ ରେକର୍ଡ ନିଜ ନାଁରେ ରଖିଛନ୍ତି। ତେବେ ୨୦୧୮ ପରେ ସେ ଆଉ ଶତକ ମାରିବାକୁ ସକ୍ଷମ ହୋଇ ନାହାନ୍ତି।

ଗତକାଲି ସେ ୫୫ ରନ୍‌ର ଇନିଂସ୍‌ ଖେଳିଥିଲେ। ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ ୨୬୦୮ ରନ୍‌ ସହ ୪ର୍ଥ ଓ ଆୟର୍ଲ୍ୟାଣ୍ଡର ପଲ ଷ୍ଟ୍ରିଲିଂ ୨୫୭୦ ରନ୍‌ ସହ ୫ମ ସ୍ଥାନରେ ରହିଛନ୍ତି।

Related story