ମୁମ୍ବାଇ ଆଗରେ ୧୬୦ ରନ୍‌ର ଟାର୍ଗେଟ ରଖିଲା ଦିଲ୍ଲୀ

ମୁମ୍ବାଇ: କର ବା ମର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ର ୧୬୦ ରନ୍‌ର ଟାର୍ଗେଟ ଦେଇ ପାରିଛି ଦିଲ୍ଲୀ କ୍ୟାପିଟାଲ୍ସ। ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୫୯ ରନ କରିଛି। ଯଦି ମୁମ୍ବାଇକୁ ଆଜି ଦିଲ୍ଲୀ ହରାଇ ନ ପାରିବ, ତା’ହେଲେ ଦଳର ପ୍ଲେ ଅଫ ସ୍ୱପ୍ନ ମଉଳି ଯିବ। ଦିଲ୍ଲୀ ହାରିଲେ ଚଳିତ ଆଇପିଏଲରେ ୪ର୍ଥ ଟିମ୍‌ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫ […]

Bumhra

Bumhra

Hemant Lenka
  • Published: Saturday, 21 May 2022
  • Updated: 21 May 2022, 09:30 PM IST

Sports

Latest News

ମୁମ୍ବାଇ: କର ବା ମର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ର ୧୬୦ ରନ୍‌ର ଟାର୍ଗେଟ ଦେଇ ପାରିଛି ଦିଲ୍ଲୀ କ୍ୟାପିଟାଲ୍ସ। ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୫୯ ରନ କରିଛି। ଯଦି ମୁମ୍ବାଇକୁ ଆଜି ଦିଲ୍ଲୀ ହରାଇ ନ ପାରିବ, ତା’ହେଲେ ଦଳର ପ୍ଲେ ଅଫ ସ୍ୱପ୍ନ ମଉଳି ଯିବ।

ଦିଲ୍ଲୀ ହାରିଲେ ଚଳିତ ଆଇପିଏଲରେ ୪ର୍ଥ ଟିମ୍‌ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫ ଟିକେଟ ହାସଲ କରିବ। ପୂର୍ବରୁ ଗୁଜରାଟ, ରାଜସ୍ଥାନ ଓ ଲକ୍ଷ୍ନୌ ପ୍ଲେ ଅଫରେ ନିଜର ସ୍ଥାନ ସୁରକ୍ଷିତ କରି ସାରିଛନ୍ତି। ତେଣୁ ୪ର୍ଥ ଟିମ୍‌ ଭାବେ ଦିଲ୍ଲୀ ଯିବ କି ବାଙ୍ଗାଲୋର ଆଜିର ମ୍ୟାଚ୍‌ ପରେ ସ୍ପଷ୍ଟ ହୋଇଯିବ।

ୱାଙ୍ଖଡେରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍‌ ସାବ୍ୟସ୍ତ କରି ୨୨ ରନ୍‌ ଭିତରେ ଯଶପ୍ରୀତ ବୁମ୍ରା ଓ ଡାନିଏଲ ସାମ୍ସ ଦିଲ୍ଲୀର ଦୁଇ ଇନଫର୍ମ ବ୍ୟାଟର ଡାଭିଡ ୱାର୍ଣ୍ଣର(୫) ଓ ମିଚେଲ ମାର୍ଶ(୦)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ସର୍ଫରାଜ ଖାନ ଆସୁ ଆସୁ ଗୋଟିଏ ଛକା ମାରିଥିଲେ ମଧ୍ୟ କେବଳ ୧୦ ରନ୍ ମରି ମୟଙ୍କ ମାର୍କଣ୍ଡେଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ଏହାପୂର୍ବରୁ ବୁମ୍ରା ୨୪ ରନ୍ କରିଥିବା ପୃଥ୍ୱୀ ଶ’ଙ୍କ ୱିକେଟ ଦଖଲ କରିଥିଲେ। ୫୦ ରନ୍‌ରେ ୪ ୱିକେଟ ହରାଇ ଦିଲ୍ଲୀ ବ୍ୟାକଫୁଟକୁ ଚାଲି ଯାଇଥିଲା। କିନ୍ତୁ ଅଧିନାୟକ ଋଷଭ ପନ୍ତ ଓ ରୋଭମନ ପାୱେଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରି ୫ମ ୱିକେଟ ପାଇଁ ୭୫ ରନ୍‌ର ଭାଗିଦାରୀ କରିଥିଲେ। ୧୬ତମ ଓଭର ସୁଦ୍ଧା ଉଭୟ ଦଳୀୟ ସ୍କୋରକୁ ୧୨୫ରେ ପହଞ୍ଚାଇ ଦେଇଥିଲେ।

ଏତିକି ବେଳେ ୩୯ ରନ୍‌ କରିଥିବା ପନ୍ତଙ୍କୁ ରମଣଦୀପ ସିଂହ ଆଉଟ କରି ଦିଲ୍ଲୀକୁ ୫ମ ଝଟକା ଦେଇଥିଲେ। ପାୱେଲ କିଛି ବଡ଼ ଶଟ ଖେଳିଥିଲେ ମଧ୍ୟ ୧୯ତମ ଓଭର୍‌ ବୋଲିଂ କରୁଥିବା ବୁମ୍ରାଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ଯାଇଥିଲେ। ସେ ୩୪ ବଲ୍‌ରେ ୪ ଛକା ଓ ଗୋଟିଏ ଚୌକା ବଳରେ ୪୩ ରନ କରିଛନ୍ତି।

ତାଙ୍କୁ ଆଉଟ କରି ବୁମ୍ରା ମ୍ୟାଚରେ ନିଜର ତୃତୀୟ ୱିକେଟ ହାସଲ କରିଥିଲେ। ଶେଷ ଭାଗରେ ଅକ୍ଷର ପଟେଲ କିଛି ଶଟ ଖେଳିବାରୁ ଦିଲ୍ଲୀ ୧୫୦ ରନ୍‌ ପାର କରିବାକୁ ସକ୍ଷମ ହୋଇଥିଲା। ଶେଷ ଓଭର୍‌ରେ ଦଳ ଶାର୍ଦ୍ଦୁଲ ଠାକୁର(୪)ଙ୍କ ୱିକେଟ ମଧ୍ୟ ହରାଇଛି। ତାଙ୍କ ୱିକେଟ ରମଣଦୀପ ନେଇଛନ୍ତି। ଅକ୍ଷର ପଟେଲ ଶେଷ ଯାଏ ୧୯ ରନ୍ କରି ଅପରାଜିତ ରହିଥିଲେ। ଏଥିସହ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ମୁମ୍ବାଇ ପକ୍ଷରୁ ବୁମ୍ରା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ରମଣଦୀପ ୨ଟି, ସାମ୍ସ ଓ ମାର୍କଣ୍ଡେଙ୍କ ଖାତାକୁ ଗୋଟିଏ ଲେଖାଏ ସଫଳତା ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos