ଟସ ଜିତି ମୁମ୍ୱାଇର ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇ: ଆଜି ଚଳିତ ଆଇପିଏଲର ନବମ ମ୍ୟାଚ। ଏହି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ମୁମ୍ୱାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ମୁମ୍ୱାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚରେ ମୁମ୍ୱାଇ ତାର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ମାର୍କୋ ଜାନସେନଙ୍କ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ ବୋଲର ଆଡାମ ମିଲ୍ ନେ ସ୍ଥାନ ପାଇଛନ୍ତି। ସେହିପରି ସନରାଇଜର୍ସ ଟିମରେ ଏକାଥରକେ ଚାରୋଟି ପରିବର୍ତ୍ତନ କରାଯାଇଛି। ଓ୍ୱିକେଟ କିପରି […]

MI-VS-SRH

Subhransu Sekhar
  • Published: Saturday, 17 April 2021
  • , Updated: 18 April 2021, 07:08 AM IST

ଚେନ୍ନାଇ: ଆଜି ଚଳିତ ଆଇପିଏଲର ନବମ ମ୍ୟାଚ। ଏହି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ମୁମ୍ୱାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ମୁମ୍ୱାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ମ୍ୟାଚରେ ମୁମ୍ୱାଇ ତାର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ମାର୍କୋ ଜାନସେନଙ୍କ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ ବୋଲର ଆଡାମ ମିଲ୍ ନେ ସ୍ଥାନ ପାଇଛନ୍ତି। ସେହିପରି ସନରାଇଜର୍ସ ଟିମରେ ଏକାଥରକେ ଚାରୋଟି ପରିବର୍ତ୍ତନ କରାଯାଇଛି। ଓ୍ୱିକେଟ କିପରି ରିଦ୍ଦିମାନ ଶାହ, ଜେସନ ହୋଲଡର, ପି ନଟରାଜନ ଓ ଶାହାବାଜ ନଦୀନ ବାଦ ପଡ଼ିଛନ୍ତି। ଏମାନଙ୍କ ସ୍ଥାନରେ ବିରାଟ ସିଂହ, ଅଭିଷକ ଶର୍ମା, ମୁଜୀବ ଉର ରେହମାନ ଓ ଖଲିଲ ଅହମଦଙ୍କୁ ସାମିଲ କରାଯାଇଛି।

ମୁମ୍ୱାଇ ଆଜି ତୃତୀୟ ମ୍ୟାଚ ଖେଳିବାକୁ ଯାଉଛି। ଏହା ପୂର୍ବରୁ ଗୋଟିଏ ମ୍ୟାଚ ଜିତିଥିବା ବେଳେ ଆଉ ଏକ ମ୍ୟାଚ ହାରିଥିଲା। ସେହିପରି ହାଇଦ୍ରାବାଦ ଟିମ୍ ଦୁଇଟି ଯାକ ମ୍ୟାଚ ହାରିଛି।

Related story