ଲର୍ଡ୍ସ ଟେଷ୍ଟ ପାଇଁ ମୋଇନ୍ ଅଲୀଙ୍କୁ ଡାକରା

ନୂଆଦିଲ୍ଲୀ: ଅଗଷ୍ଟ ୧୨ ତାରିଖରୁ ଲର୍ଡ୍ସ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଏହି ଟେଷ୍ଟ ପାଇଁ ଇଂଲଣ୍ଡ ତା’ର ସ୍କ୍ୱାଡରେ ଅଲରାଉଣ୍ଡର ମୋଇନ୍ ଅଲୀଙ୍କୁ ସାମିଲ୍ କରିଛି। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)ର ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ସ୍ପିନର ଅଲରାଉଣ୍ଡର ମଙ୍ଗଳବାର ଟିମ୍ ସହ ଅଭ୍ୟାସ କରିବେ। କ୍ୟାପଟେନ୍ ଜୋ ରୁଟଙ୍କୁ ଛାଡ଼ି ଇଂଲଣ୍ଡର ଟପ୍ ଅର୍ଡର ବ୍ୟାଟିଂ ଲାଇନ୍ ବିଗତ କିଛି ସମୟ […]

moeen-ali

Ranjit Kumar Jena
  • Published: Tuesday, 10 August 2021
  • , Updated: 10 August 2021, 07:58 PM IST

ନୂଆଦିଲ୍ଲୀ: ଅଗଷ୍ଟ ୧୨ ତାରିଖରୁ ଲର୍ଡ୍ସ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଏହି ଟେଷ୍ଟ ପାଇଁ ଇଂଲଣ୍ଡ ତା’ର ସ୍କ୍ୱାଡରେ ଅଲରାଉଣ୍ଡର ମୋଇନ୍ ଅଲୀଙ୍କୁ ସାମିଲ୍ କରିଛି। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)ର ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ସ୍ପିନର ଅଲରାଉଣ୍ଡର ମଙ୍ଗଳବାର ଟିମ୍ ସହ ଅଭ୍ୟାସ କରିବେ। କ୍ୟାପଟେନ୍ ଜୋ ରୁଟଙ୍କୁ ଛାଡ଼ି ଇଂଲଣ୍ଡର ଟପ୍ ଅର୍ଡର ବ୍ୟାଟିଂ ଲାଇନ୍ ବିଗତ କିଛି ସମୟ ଧରି ସଂଘର୍ଷ କରୁଛନ୍ତି। ଏଭଳି ସ୍ଥିତିରେ ମୋଇନଙ୍କ ଉପସ୍ଥିତି ଟିମ୍ ପାଇଁ ଲାଭଦାୟକ ହୋଇପାରେ।

ମୁଖ୍ୟ କୋଚ୍ କ୍ରିସ୍ ସିଲଭରଉଡ୍ ଲଗାତର ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଟିମରେ କିଛି ପରିବର୍ତ୍ତନ କରିବା ନେଇ ଇସାରା ଦେଇଛନ୍ତି। ଭାରତ ବିପକ୍ଷ ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ମାତ୍ର ୧୮୩ ରନରେ ଅଲଆଉଟ୍ ହୋଇଥିଲା। ସେହିପରି କ୍ୟାପଟେନ୍ ରୁଟଙ୍କ ୧୦୯ ରନର ଇନିଂସ୍ ବଳରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୩୦୩ ରନର ବଡ଼ ସ୍କୋର ଛିଡ଼ା କରିଥିଲା।

ସିଲଭରଉଡ୍ ସୋମବାର କହିଥିଲେ ଯେ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଓ କ୍ରିସ୍ ଓକ୍ସଙ୍କ ଅନୁପସ୍ଥିତିରେ ମୋଇନଙ୍କ ଡକାଯାଇପାରେ। ଆମେ ସମସ୍ତେ ଜାଣିଛୁ ଯେ ମୋଇନ୍ ଜଣେ ଦମଦାର କ୍ରିକେଟର୍ ଏବଂ ସେ ଏବେ ‘ଦି ହଣ୍ଡ୍ରେଡ୍’ରେ ଭଲ ପ୍ରଦର୍ଶନ କରୁଛନ୍ତି। ତେଣୁ ତାଙ୍କୁ ସାମିଲ୍ କରାଯିବା ନେଇ ଆମେ ବିଚାର କରୁଛୁ ବୋଲି ସିଲଭରଉଡ୍ କହିଥିଲେ।

୩୪ ବର୍ଷୀୟ ମୋଇନ୍ ସୀମିତ ଓଭର କ୍ରିକେଟରେ ଭଲ ଲୟରେ ଅଛନ୍ତି। ‘ଦି ହଣ୍ଡ୍ରେଡ୍’ରେ ବର୍ମିଂହାମ୍ ଫିନିକ୍ସର ନେତୃତ୍ୱ ନେଉଥିବା ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ସୋମବାର ୨୩ ବଲରେ ଅର୍ଦ୍ଧଶତକ ମାରି ନିଜ ଟିମକୁ ଜିତାଇଥିଲେ। ସେ ନିଜର ଶେଷ ଟେଷ୍ଟ ଚଳିତ ବର୍ଷ ଫେବୃଆରୀରେ ଭାରତ ବିପକ୍ଷରେ ଖେଳିଥିଲେ। ସେହିପରି ସେ ଘରୋଇ ମାଟିରେ ନିଜର ଶେଷ ଟେଷ୍ଟ ୨୦୧୯ରେ ଆସେସ୍ ସିରିଜରେ ପ୍ରଥମ ଟେଷ୍ଟରେ ଖେଳିଥିଲେ।

Related story