ହଟିବାର କିଛି ଘଣ୍ଟା ପରେ ଫେରିଲା ଧୋନିଙ୍କ ଟ୍ୱିଟରର ବ୍ଲୁ ଟିକ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଟ୍ୱିଟରରୁ ବ୍ଲୁ ଟିକ୍ ହଟିବାର କିଛି ଘଣ୍ଟା ପରେ ପୁଣି ତାଙ୍କୁ ବ୍ଲୁ ଟିକ୍ ଦିଆଯାଇଛି। ଧୋନିଙ୍କ ଟ୍ୱିଟର୍ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିବା ପରେ ମିଡିଆରେ ଖବର ଭାଇରାଲୋ ହୋଇଥିଲା। ଯାହା ପରେ ଟ୍ୱିଟର୍ ବ୍ଲୁ ଟିକ୍ ତାଙ୍କୁ ଫେରାଇ ଦେଇଛି। ଯେହେତୁ ଧୋନି ଟ୍ୱିଟରରେ କମ୍ ଆକ୍ଟିଭ୍ ରହୁଛନ୍ତି, ସେଥିପାଇଁ ହୁଏତ ତାଙ୍କର ବ୍ଲୁ ଟିକ୍ ହଟିଯାଇଥିବା କୁହାଯାଉଛି। ଟ୍ୱିଟରରେ ଧୋନିଙ୍କର […]

ms-dhoni

Ranjit Kumar Jena
  • Published: Friday, 06 August 2021
  • , Updated: 06 August 2021, 06:45 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଟ୍ୱିଟରରୁ ବ୍ଲୁ ଟିକ୍ ହଟିବାର କିଛି ଘଣ୍ଟା ପରେ ପୁଣି ତାଙ୍କୁ ବ୍ଲୁ ଟିକ୍ ଦିଆଯାଇଛି। ଧୋନିଙ୍କ ଟ୍ୱିଟର୍ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିବା ପରେ ମିଡିଆରେ ଖବର ଭାଇରାଲୋ ହୋଇଥିଲା। ଯାହା ପରେ ଟ୍ୱିଟର୍ ବ୍ଲୁ ଟିକ୍ ତାଙ୍କୁ ଫେରାଇ ଦେଇଛି। ଯେହେତୁ ଧୋନି ଟ୍ୱିଟରରେ କମ୍ ଆକ୍ଟିଭ୍ ରହୁଛନ୍ତି, ସେଥିପାଇଁ ହୁଏତ ତାଙ୍କର ବ୍ଲୁ ଟିକ୍ ହଟିଯାଇଥିବା କୁହାଯାଉଛି।

ଟ୍ୱିଟରରେ ଧୋନିଙ୍କର ୮.୨ ମିଲିୟନ୍ ଫଲୋଅର୍ସ ଅଛନ୍ତି। ଧୋନି ଶେଷଥର ଲାଗି ଜାନୁଆରୀ ୮ ତାରିଖରେ ଟ୍ୱିଟ୍ କରିଥିଲେ। ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ କୌଣସି ୟୁଜର୍ ପଲିସିର ଉଲ୍ଲଙ୍ଘନ କରନ୍ତି କିମ୍ବା ଯଦି ଆକ୍ଟିଭ୍ ନରୁହନ୍ତି, ସେତେବେଳେ ତାଙ୍କ ଟ୍ୱିଟର୍ ଆକାଉଣ୍ଟ ସସପେଣ୍ଡ କରିଦିଆଯାଏ।

ଟ୍ୱିଟରର ଭେରିଫିକେସନ୍ ପଲିସି ମୁତାବକ, ଯଦି କେହି ନିଜର ହ୍ୟାଣ୍ଡଲ୍ ବଦଳାନ୍ତି, ତାହେଲେ ବ୍ଲୁ ଟିକ୍ ବ୍ୟାଜ୍ ହଟିଯାଇପାରେ। ଯଦି ଆକାଉଣ୍ଟ ୬ମାସରୁ ଅଧିକ ସମୟର ଅବଧିରୁ ଅଧିକ ସମୟ ଧରି ନିଷ୍କ୍ରିୟ ରୁହେ, ତାହେଲେ ବ୍ଲୁ ଟିକ୍ ହଟିପାରେ। ଧୋନିଙ୍କ ଆକାଉଣ୍ଟ ସସପେଣ୍ଡ ହୋଇନାହିଁ, କିନ୍ତୁ ବ୍ଲୁ ଟିକ୍ ହଟାଯାଇଛି।

କ୍ୟାପଟେନ୍ କୁଲ୍ ଭାବେ ପରିଚିତ ଧୋନି ହୁଏତ ଟ୍ୱିଟରରେ ଆକ୍ଟିଭ୍ ନାହାନ୍ତି, କିନ୍ତୁ ସୋଶାଲ ମିଡିଆରେ ସବୁବେଳେ ତାଙ୍କ ନାଁରେ ଚର୍ଚ୍ଚା ଜାରି ରହିଥାଏ। ଧୋନିଙ୍କୁ କେବେ ତାଙ୍କ ଫାର୍ମ ହାଉସରେ ଦେଖିବାକୁ ମିଳେ ତ କେବେ ନିଜର ଭିନ୍ନ ହେୟାରଷ୍ଟାଇଲ୍ କାରଣରୁ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ସାଉଁଣ୍ଟନ୍ତି।

ନିକଟରେ ଧୋନି ନିଜ ହେୟାରଷ୍ଟାଇଲ୍ ପାଇଁ ଚର୍ଚ୍ଚାକୁ ଆସିଥିଲେ। ହେୟାରଷ୍ଟାଇଲିଷ୍ଟ ଆଲିମ୍ ହକିମ୍ ଧୋନିଙ୍କ ନୂଆ ଲୁକର ଫଟୋ ପୋଷ୍ଟ କରିଥିଲେ। ସେ ଧୋନିଙ୍କ ହେୟାରଷ୍ଟାଇଲ୍ ଉପରେ କାମ କରିଥିଲେ, ଯାହାକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ମଧ୍ୟ ଧୋନି ଲାଇମଲାଇଟରେ ରହିଛନ୍ତି।

ସୂଚନାଯୋଗ୍ୟ, ଧୋନିଙ୍କୁ ଅକ୍ଟୋବର ମାସରେ ପୁଣିଥରେ କ୍ରିକେଟ ମଇଦାନରେ ଦେଖିବାକୁ ମିଳିବ। ଅକ୍ଟୋବରରେ ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଆୟୋଜିତ ହେବ, ଯେଉଁଥିରେ ଫ୍ୟାନ୍ ପୁଣିଥରେ ମାହିଙ୍କୁ ଦେଖିବାକୁ ପାଇବେ।

Related story