Advertisment

ଅକ୍ଟୋବରରେ ଆଇପିଏଲର ଦୁଇ ନୂଆ ଟିମ୍ ପାଇଁ ଅକ୍ସନ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୫ଶ ସଂସ୍କରଣରେ ଦୁଇ ନୂଆ ଟିମ୍ ଭାଗ ନେବେ। ଏଥିପାଇଁ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆଇପିଏଲରେ ଦୁଇ ନୂଆ ଟିମ୍ ପାଇଁ ଅକ୍ଟୋବର ୧୭ ତାରିଖରେ ନିଲାମ ହୋଇପାରେ। ଦୁଇ ନୂଆ ଟିମ୍ ସାମିଲ୍ ହେବା ଦ୍ୱାରା ୨୦୨୨ ଆଇପିଏଲରେ ୮ ବଦଳରେ ୧୦ ଟିମ୍ ମଇଦାନକୁ ଓହ୍ଲାଇବେ। ଦୁଇ ନୂଆ ଟିମ୍ ନିଲାମ ଦ୍ୱାରା ବୋର୍ଡକୁ ୫୦୦୦ରୁ ୬ହଜାର ଟଙ୍କାର ଆମଦାନୀ ହୋଇପାରେ। ଟିମ୍ ବଢ଼ିବା ଦ୍ୱାରା […]

ଅକ୍ଟୋବରରେ ଆଇପିଏଲର ଦୁଇ ନୂଆ ଟିମ୍ ପାଇଁ ଅକ୍ସନ୍

ipl

Advertisment

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୫ଶ ସଂସ୍କରଣରେ ଦୁଇ ନୂଆ ଟିମ୍ ଭାଗ ନେବେ। ଏଥିପାଇଁ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆଇପିଏଲରେ ଦୁଇ ନୂଆ ଟିମ୍ ପାଇଁ ଅକ୍ଟୋବର ୧୭ ତାରିଖରେ ନିଲାମ ହୋଇପାରେ। ଦୁଇ ନୂଆ ଟିମ୍ ସାମିଲ୍ ହେବା ଦ୍ୱାରା ୨୦୨୨ ଆଇପିଏଲରେ ୮ ବଦଳରେ ୧୦ ଟିମ୍ ମଇଦାନକୁ ଓହ୍ଲାଇବେ। ଦୁଇ ନୂଆ ଟିମ୍ ନିଲାମ ଦ୍ୱାରା ବୋର୍ଡକୁ ୫୦୦୦ରୁ ୬ହଜାର ଟଙ୍କାର ଆମଦାନୀ ହୋଇପାରେ। ଟିମ୍ ବଢ଼ିବା ଦ୍ୱାରା ମ୍ୟାଚ୍ ସଂଖ୍ୟା ମଧ୍ୟ ବଢ଼ିବ। ଏପରି ସ୍ଥିତିରେ ବିସିସିଆଇକୁ ବ୍ରଡକାଷ୍ଟିଂରୁ ହେବାକୁଥିବା ଆୟରେ ମଧ୍ୟ ବହୁତ ଫାଇଦା ହେବାର ଆଶା ରହିଛି।

Advertisment

କ୍ରିକବଜର ରିପୋର୍ଟ ମୁତାବକ, ବିସିସିଆଇ ସମସ୍ତଙ୍କୁ ତାରିଖ ସମ୍ବନ୍ଧରେ ସୂଚନା ଦେଇ ସାରିଛି। ଅକ୍ଟୋବର ୫ ତାରିଖ ସୁଦ୍ଧା ଟେଣ୍ଡର ଡକ୍ୟୁମେଣ୍ଟ କିଣାଯାଇପାରେ। ଯାହା ପରେ ଅକ୍ଟୋବର ୧୭ ତାରିଖରେ ନିଲାମ ହୋଇପାରେ। ଏହାର ସୂଚନା ମଧ୍ୟ ଇ-ଅକ୍ସନରେ ହେବ ନାହିଁ। ପୁରୁଣା ନିୟମ ଅନୁଯାୟୀ, ବନ୍ଦ ବିଡିଂ ପ୍ରକ୍ରିୟା ଅନୁସରଣ କରାଯିବ। ଗୋଟିଏ ଟିମ୍ ଦୁଇ ଜଣ ଖେଳାଳିଙ୍କୁ ରିଟେନ୍ କରିପାରିବେ। ଏହାଛଡ଼ା ଗୋଟିଏ ଟିମ୍ ଦୁଇଜଣଙ୍କୁ ରାଇଟ୍ ଟୁ ମ୍ୟାଚରା ସାମିଲ କରିପାରିବେ।

ଟିମ୍ ସଂଖ୍ୟା ବଢ଼ିବା ଦ୍ୱାରା ପ୍ରତି ଟିମକୁ ୧୪ କିମ୍ବା ୧୮ ଲିଗ୍ ମ୍ୟାଚ୍ ଖେଳିବାକୁ ପଡ଼ିପାରେ। ଏବେ ପ୍ରତି ଫ୍ରାଞ୍ଚାଇଜିକୁ ହୋମ୍ (ଘରେ) ଭେନ୍ୟୁରେ ୭ ଏବଂ ଆୱେ (ବାହାରେ) ଭେନ୍ୟୁରେ ୭ ମ୍ୟାଚ୍ ଖେଳିବାକୁ ପଡ଼ୁଛି। କିନ୍ତୁ ଟିମ୍ ବଢ଼ିବା ଦ୍ୱାରା ଯଦି ପ୍ରତି ଟିମକୁ ୧୮ ମ୍ୟାଚ୍ ଖେଳିବାକୁ ପଡ଼େ, ତାହେଲେ ଟୁର୍ଣ୍ଣାମେଣ୍ଟର ସମୟ ମଧ୍ୟ ବଢ଼ିଯିବ। ଆଉ ଏହା ହେଲେ ଅନ୍ତର୍ଜାତୀୟ କ୍ରିକେଟ୍ ଉପରେ ମଧ୍ୟ ପ୍ରଭାବ ପଡ଼ିବ। ଲିଗ୍ ମ୍ୟାଚ୍ ସଂଖ୍ୟା ୭୪ କିମ୍ବା ୯୪ ହୋଇପାରେ। ତେବେ ପରବର୍ତ୍ତୀ ସିଜନରୁ ୭୪ ମ୍ୟାଚ୍ ହୋଇପାରେ। ଆଉ ୧୦ ଟିମକୁ ୨ଟି ଗ୍ରୁପରେ ଭାଗ କରାଯିବ।

Advertisment

ନିଲାମର ନିମୟ: ନିଲାମ ପାଇଁ ପ୍ରଥମ ନିୟମ ହେଉଛି ଯେଉଁ କମ୍ପାନୀ ଟିମ୍ ଉପରେ ଟଙ୍କା ଲଗାଇବ, ସେମାନଙ୍କ ପାଖରେ ଅତି କମରେ ୨୫୦୦ ଟଙ୍କାର ନେଟ୍ ୱଥ ଥିବା ଦରକାର। ଏହାସହ କମ୍ପାନୀର ଟର୍ଣ୍ଣଓଭର୍ ୩ହଜାର କୋଟିରୁ ଊର୍ଦ୍ଧ୍ୱ ହେବା ଦରକାର। ଏହା ସହ ଯଦି ୨-୩ କମ୍ପାନୀ ମିଶିକି ଗୋଟିଏ ଟିମ୍ ଉପରେ ଡାକ ଲଗାନ୍ତି, ତାହେଲେ ସେଥିମଧ୍ୟରୁ କୌଣସି ଗୋଟିଏ କମ୍ପାନୀର ନେଟ୍ ୱର୍ଥ ପାଖାପାଖି ୨୫୦୦ କୋଟି ଥିବା ଦରକାର। ରିପୋର୍ଟ ମୁତାବକ, ନିଲାମରେ ଗୋଟିଏ ଟିମ୍‌ର ବେସ୍ ପ୍ରାଇସ୍ ୨ହଜାର କୋଟି ଟଙ୍କା ରହିବ।

ଆରପିଏସଜି ଗ୍ରୁପର ସଞ୍ଜୀବ ଗୋଏଙ୍କା ଲକ୍ଷ୍ନୌ ଟିମ୍ କିଣିବା ଦୌଡ଼ରେ ଅଛନ୍ତି। ସେ ପୂର୍ବରୁ ପୁଣେ ଫ୍ରାଞ୍ଚାଇଜିର ମାଲିକ ରହିସାରିଛନ୍ତି। ଯଦି ଆମେ ଦୁଇ ଟିମ୍ କଥା କହିବା, ତାହେଲେ ଏହି ଦୌଡ଼ରେ ଅହମ୍ମଦାବାଦ, ଲକ୍ଷ୍ନୌ, ଇନ୍ଦୋର, କଟକ, ଗୌହାଟୀ ଓ ଧର୍ମଶାଳା ଅଛନ୍ତି। ତେବେ ଏଥିମଧ୍ୟରୁ ଲକ୍ଷ୍ନୌ ଓ ଅହମ୍ମଦାବାଦ ସବୁଠାରୁ ଆଗରେ ରହିଛନ୍ତି।

IPL Auction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe