ନ୍ୟୁଜିଲ୍ୟାଣ୍ଡ ୨୪୯ ରନରେ ଅଲଆଉଟ୍, ଭାରତ ୩୨ ରନରେ ପଛୁଆ

ସାଉଥାମ୍ପଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ କିୱି ଟିମ୍ ପ୍ରଥମ ଇନିଂସରେ ୨୪୯ ରନରେ ଅଲଆଉଟ୍ ହୋଇଯାଇଛି । ଏଥିସହ ନ୍ୟୁଜିଲ୍ୟାଣ୍ଡ ୩୨ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ଲାଭ କରିଛି । ପ୍ରଥମ ଓ ଦ୍ୱିତୀୟ ସେସନରେ ଲଗାତର ୱିକେଟ୍ ପତନ ମଧ୍ୟରେ କ୍ୟାପଟେନ୍ କେନ୍ ୱିଲିୟମସନ୍ ୪୯ ରନର ଇନିଂସ୍ ବଳରେ ନ୍ୟୁଜିଲ୍ୟାଣ୍ଡ ଭାରତର ୨୧୭ ରନର ସ୍କୋରକୁ ଅତିକ୍ରମ କରିପାରିଛି। ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ […]

ind-vs-nz

Ranjit Kumar Jena
  • Published: Tuesday, 22 June 2021
  • , Updated: 22 June 2021, 09:37 PM IST

ସାଉଥାମ୍ପଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ କିୱି ଟିମ୍ ପ୍ରଥମ ଇନିଂସରେ ୨୪୯ ରନରେ ଅଲଆଉଟ୍ ହୋଇଯାଇଛି । ଏଥିସହ ନ୍ୟୁଜିଲ୍ୟାଣ୍ଡ ୩୨ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ଲାଭ କରିଛି । ପ୍ରଥମ ଓ ଦ୍ୱିତୀୟ ସେସନରେ ଲଗାତର ୱିକେଟ୍ ପତନ ମଧ୍ୟରେ କ୍ୟାପଟେନ୍ କେନ୍ ୱିଲିୟମସନ୍ ୪୯ ରନର ଇନିଂସ୍ ବଳରେ ନ୍ୟୁଜିଲ୍ୟାଣ୍ଡ ଭାରତର ୨୧୭ ରନର ସ୍କୋରକୁ ଅତିକ୍ରମ କରିପାରିଛି। ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୪ଟି ୱିକେଟ୍ ନେଇଛନ୍ତି ।

ମ୍ୟାଚର ପ୍ରଥମ ଚାରିଦିନ ଭିତରେ ଦୁଇ ଦିନ ବର୍ଷା ଧୋଇ ଦେଇଥିଲା । ଚତୁର୍ଥ ଦିବଦ ବର୍ଷା ଯୋଗୁ ଗୋଟିଏ ବି ବଲ୍ ପଡ଼ିପାରିନଥିଲା । ପଞ୍ଚମ ଦିବସରେ ମଧ୍ୟ ଘଣ୍ଟାଏ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା । ହେଲେ ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ଅଭିଜ୍ଞ ରସ୍ ଟେଲର (୧୧)ଙ୍କ ୱିକେଟ୍ ହରାଇଥିଲା । ଟେଲରଙ୍କୁ ମହମ୍ମଦ ଶାମି ପ୍ୟାଭିଲିୟନ୍ ପଠାଇଥିଲେ । ହେନରୀ ନିକୋଲ୍ସ (୭)ଙ୍କୁ ଈଶାନ୍ତ ଶର୍ମା ଆଉଟ୍ କରିଥିବା ବେଳେ ବିଜେ ୱାଟଲିଙ୍ଗ (୧) ଓ କଲିନ୍ ଡି’ ଗ୍ରାଣ୍ଡହୋମ୍ (୧୩)ଙ୍କୁ ଶାମି ଆଉଟ୍ କରି ଭାରତକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ ।

https://twitter.com/BCCI/status/1407360894934261765?s=20

ବୋଲିଂରେ କମାଲ୍ କରିଥିବା କାଇଲ୍ ଜେମିସନ୍ ଦ୍ରୁତ ୨୧ ରନ୍ କରି ଦଳ ଉପରୁ ଚାପ ହଟାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ତାଙ୍କ ୱିକେଟ୍ ନେଇ ଶାମି ନ୍ୟୁଜିଲ୍ୟାଣ୍ଡର ସପ୍ତମ ୱିକେଟ୍ ପତନ କରାଇଥିଲେ । କ୍ୟାପଟେନ୍ ୱିଲିୟମସନ୍ ଓ ଟିମ୍ ସାଉଦୀ ମିଶି ଦଳକୁ ଅଗ୍ରଣୀ କରାଇଥିଲେ । ୱିଲିୟମସନ୍ ୪୯ ରନରେ ଥିବା ବେଳେ ତାଙ୍କୁ ଈଶାନ୍ତ ଶର୍ମା କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଦ୍ୱାରା କ୍ୟାଚ୍ କରାଇଥିଲେ ।

ନିଲ୍ ୱାଗନର ଖାତା ଖୋଲିପାରି ନଥିବା ବେଳେ ସାଉଦି ଶେଷ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ । ସାଉଦି ୪୬ ବଲରେ ୧ ଚୌକା ଓ ୨ ଛକା ସହ ୩୦ ରନ୍ କରି ଜାଡେଜାଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ । ଭାରତ ପକ୍ଷରୁ ଈଶାନ୍ତ ୩ଟି, ଅଶ୍ୱିନ୍ ୨ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ନେଇଥିଲେ ।

Related story