ଏଜାଜଙ୍କ ରେକର୍ଡ ପରେ ନ୍ୟୁଜିଲ୍ୟାଣ୍ଡ ଧରାଶାୟୀ, ୬୨ ରନ୍‌ରେ ଅଲ୍‌ଆଉଟ୍‌

ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡର ବୋଲର ଏଜାଜ ପଟେଲ ପ୍ରଥମ ଇନିଂସରେ ଭାରତର ସମସ୍ତ ୧୦ଟି ୱିକେଟ୍ ନେଇ ରେକର୍ଡ ସୃଷ୍ଟି କରିଥିବା ବେଳେ ତାଙ୍କର ବ୍ୟାଟ୍ସମ୍ୟାନ୍‌ମାନେ ଏକ ଅଲୋଡ଼ା ରେକର୍ଡ କରିଛନ୍ତି। ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ନ୍ୟୁଜିଲ୍ୟାଣ୍ଡ। ଭାରତୀୟ ବୋଲରଙ୍କୁ ସାମ୍ନା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି ଭ୍ରମଣକାରୀ ଦଳ। ପ୍ରଥମ ଇନିଂସରେ ପୂରା ଟିମ୍ ମାତ୍ର ୬୨ ରନ୍‌ରେ ଆଉଟ୍ ହୋଇଯାଇଛି। ଭାରତରେ ଖେଳା ଯାଇଥିବା ଟେଷ୍ଟ […]

Team India

Team India

Jitendra Garnayak
  • Published: Saturday, 04 December 2021
  • Updated: 04 December 2021, 06:00 PM IST

Sports

Latest News

ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡର ବୋଲର ଏଜାଜ ପଟେଲ ପ୍ରଥମ ଇନିଂସରେ ଭାରତର ସମସ୍ତ ୧୦ଟି ୱିକେଟ୍ ନେଇ ରେକର୍ଡ ସୃଷ୍ଟି କରିଥିବା ବେଳେ ତାଙ୍କର ବ୍ୟାଟ୍ସମ୍ୟାନ୍‌ମାନେ ଏକ ଅଲୋଡ଼ା ରେକର୍ଡ କରିଛନ୍ତି। ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ନ୍ୟୁଜିଲ୍ୟାଣ୍ଡ। ଭାରତୀୟ ବୋଲରଙ୍କୁ ସାମ୍ନା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି ଭ୍ରମଣକାରୀ ଦଳ। ପ୍ରଥମ ଇନିଂସରେ ପୂରା ଟିମ୍ ମାତ୍ର ୬୨ ରନ୍‌ରେ ଆଉଟ୍ ହୋଇଯାଇଛି। ଭାରତରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚ୍‌ ଗୁଡ଼ିକ ମଧ୍ୟରେ ଏହା ହେଉଛି ସର୍ବନିମ୍ନ ସ୍କୋର। ସେହିଭଳି ଭାରତରେ ଭାରତ ବିପକ୍ଷରେ କୌଣସି ବିଦେଶୀ ଟିମ୍‌ ଭାବେ ନ୍ୟୁଜିଲ୍ୟାଣ୍ଡର ଏହି ଟେଷ୍ଟ ସ୍କୋର ହେଉଛି ସର୍ବନିମ୍ନ।

ପ୍ରଥମ ଇନିଂସ୍‌ରେ ଭାରତୀୟ ଦଳ ୩୨୫ ରନ୍‌ରେ ଅଲ୍‌ ଆଉଟ୍ ହେବା ପରେ ବ୍ୟାଟିଂ କରିଥିଲା ନ୍ୟୁଜିଲ୍ୟାଣ୍ଡ। ହେଲେ ଭାରତୀୟ ବୋଲରମାନେ ବି ପ୍ରସ୍ତୁତ ହୋଇ ରହିଥିଲେ। ଦଳକୁ ପ୍ରାରମ୍ଭରୁ ଦେଇଥିଲେ ଝଟକା। ୩.୧ ଓଭରରେ ଦଳୀୟ ସ୍କୋର ୧୦ରେ ପହଞ୍ଚିଥିବା ବେଳେ ଦଳ ହରାଇଥିଲା ପ୍ରଥମ ୱିକେଟ୍‌। ୪ ରନ୍ କରି ମହମ୍ମଦ ସିରାଜଙ୍କ ବଲ୍‌ରେ ବିରାଟ କୋହଲିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେହି ଓଭରର ଶେଷ ବଲ୍‌ରେ ସିରାଜଙ୍କୁ ମିଳିଥିଲା ଦ୍ୱିତୀୟ ସଫଳତା। ସେ ଓପନର ଟମ୍ ଲାଥମଙ୍କୁ ଆଉଟ୍ କରିଥିଲେ। ୧୦ ରନ୍ କରିଥିବା ବେଳେ ଶ୍ରେୟସ ଆୟରଙ୍କ ହାତରେ କ୍ୟାଚ୍‌ ଆଉଟ୍ ହୋଇଥିଲେ ଲାଥମ।

ଏହା ପରେ ସିରାଜଙ୍କ ରଣକୌଶଳରେ ଫସି ଯାଇଥିଲେ ରସ୍ ଟେଲର। ତାଙ୍କୁ ସିରାଜ ବୋଲ୍ଡ କରି ଦେଇଥିଲେ। ଟେଲର ମାତ୍ର ୧ ରନ୍ କରି ପ୍ୟାଭିଲିୟନକୁ ଫେରିଯିବା ବେଳକୁ ଦଳୀୟ ସ୍କୋର ୧୭ରେ ପହଞ୍ଚିଥିଲା। ଭାରତ ପକ୍ଷରୁ ଚତୁର୍ଥ ୱିକେଟ୍ ନେଇଥିଲେ ଅକ୍ଷର ପଟେଲ। ସେ ଡି ମିଚେଲଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ। ମିଚେଲ ମାତ୍ର ୮ ରନ୍ କରିବାକୁ ସଫଳ ହୋଇଥିଲେ। ତା’ପରେ ଦେବାକୁ ମିଳିଥିଲା ରବିଚନ୍ଦ୍ରନ ଅଶ୍ୱିନଙ୍କ ଜଲୱା। ସେ ହେନ୍‌ରୀ ନିକୋଲସଙ୍କୁ ବୋଲ୍ଡ କରିଥିଲେ। ନିକୋଲସ ୩୧ଟି ବଲ୍‌ରୁ ୭ ରନ୍ କରିଥିଲେ। ୫ଟି ୱିକେଟ୍ ହରାଇଲା ବେଳକୁ ନ୍ୟୁଜିଲ୍ୟାଣ୍ଡ ଦଳ ମାତ୍ର ୩୧ ରନ୍ କରିଥିଲା। ବାକି ୩୧ ରନ୍‌ରେ ଆଉ ୫ଟି ୱିକେଟ୍ ଯାଇଥିଲା।

ଭ୍ରମଣକାରୀ ଦଳର ଷଷ୍ଠ ୱିକେଟ୍ ମଧ୍ୟ ଝଡ଼ାଇ ଥିଲେ ଜୟନ୍ତ ଯାଦବ। ଆଉଟ୍ ହୋଇଥିଲେ ରାଚିନ୍ ରବୀନ୍ଦ୍ର। ସେ ୧୫ଟି ବଲ୍‌ରେ ୪ ରନ୍ କରିଥିବା ବେଳେ ଜୟନ୍ତଙ୍କ ବଲ୍‌ରେ ଅଧିନାୟକ ବିରାଟ କୋହଲିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହା ପରେ ଟମ୍ ବ୍ଲୁଣ୍ଡେଲ ଓ କାୟେଲ ଜାମିସନ ପାଳିକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ରାଚିନ ଆଉଟ୍ ହେବାର ତିନି ଓଭର ପରେ ଟମ୍ ବ୍ଲୁଣ୍ଡେଲଙ୍କୁ ପ୍ୟାଭିଲିୟକୁ ପଠାଇ ଦେଇଥିଲେ ଅଶ୍ୱିନ୍‌। ୨୪ଟି ବଲ୍‌ରେ ୮ ରନ୍ କରିଥିବା ଟମ୍‌ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହି କ୍ୟାଚ୍ ନେଇଥିଲେ ଚେତେଶ୍ୱର ପୂଜାରା।

୧୯.୪ ଓଭରରେ ପଡ଼ିଥିଲେ ଟମ୍ ବ୍ଲୁଣ୍ଡେଲଙ୍କ ୱିକେଟ୍‌। ଆଉ ସେହି ଓଭରର ଶେଷ ବଲ୍‌ରେ ଟିମ୍‌ ସାଉଦିଙ୍କୁ ଆଉଟ୍ କରିଥିଲେ ଅଶ୍ୱିନ। କିନ୍ତୁ ୮ଟି ୱିକେଟ୍ ପଡ଼ିଥିବା ସତ୍ତ୍ୱେ କାୟେଲ ଜାମିସନ୍ ହାର୍ ମାନି ନଥିଲେ। ୱିଲିୟମ୍ ସୋମେରଭିଲ୍ଲେଙ୍କୁ ସାଥୀ କରି ସେ ଦଳୀୟ ସ୍କୋରକୁ ଆଗେଇ ନେବାକୁ ପ୍ରୟାସ କରିଥିଲେ। ତେବେ ୨୬ଟି ବଲ୍‌ର ସମ୍ମୁଖୀନ ହୋଇ ଖାତା ଖୋଲିପାରି ନଥିବା ସୋମେରଭିଲ୍ଲେଙ୍କୁ ଶେଷରେ ଆଉଟ୍ କରିଥିଲେ ରବିଚନ୍ଦ୍ରନ ଅଶ୍ୱିନ୍‌। ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହା ପରେ କାୟେଲ ଜାମିସନ୍ ବି ତିଷ୍ଠି ପାରି ନଥିଲେ। ସୋମେରଭିଲ୍ଲେ ୨୭.୫ ଓଭରରେ ଆଉଟ୍ ହେବା ପରେ ତା’ ପର ଓଭରରେ ଆଉଟ୍ ହୋଇଯାଇଥିଲେ ଜାମିସନ୍‌। ଅକ୍ଷର ପଟେଲ୍‌ଙ୍କ ବଲ୍‌ରେ ସେ ଶ୍ରେୟସ ଆୟରଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ରବିଚନ୍ଦ୍ରନ ଅଶ୍ୱିନ ୮ ଓଭର ବୋଲିଂ କରି ୮ ରନ୍ ଦେଇ ୪ଟି ୱିକେଟ୍‌ ନେଇଥିବା ବେଳେ ମହମ୍ମଦ ସିରାଜ ୪ ଓଭରରେ ୧୯ ରନ୍ ଦେଇ ୩ଟି ୱିକେଟ୍ ନେଇଛନ୍ତି। ଅକ୍ଷର ପଟେଲ ୯.୧ ଓଭର ପକାଇ ୧୪ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଥିବା ବେଳେ ଜୟନ୍ତ ଯାଦବ ୨ ଓଭରରେ ୧୩ ରନ୍ ଦେଇ ଗୋଟିଏ ୱିକେଟ୍ ପାଇଛନ୍ତି।

ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସ୍‌ରେ ସମସ୍ତ ୱିକେଟ୍ ହରାଇ ୩୨୫ ରନ୍ କରିଛି। ତେବେ ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ଇନିଂସ୍‌ରେ ୬୨ ରନ୍‌ରେ ଅଲ୍‌ ଆଉଟ୍‌ କରିବା ସତ୍ତ୍ୱେ ଦଳ ଫଲୋଅନ୍‌ ନ ଦେଇ ଦ୍ୱିତୀୟ ଇନିଂସ୍‌ ଖେଳୁଛି। ଆଜି ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତୀୟ ଦଳ ତା’ର ଦ୍ୱିତୀୟ ଇନିଂସରେ କୌଣସି ୱିକେଟ୍ ନ ହରାଇ ୬୯ ରନ୍ ସଂଗ୍ରହ କରିଛି। ମୟଙ୍କ ଅଗ୍ରୱାଲ ୩୮ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ୨୯ ରନ୍ କରିଛନ୍ତି। ଏହା ସହିତ ଦଳ ଏବେ ନ୍ୟୁଜିଲ୍ୟାଣ୍ଡ ଠାରୁ ୩୩୨ ରନ୍‌ରେ ଆଗୁଆ ରହିଛି।

ଭାରତରେ ସର୍ବନିମ୍ନ ଟେଷ୍ଟ ସ୍କୋର

  • ଆଜି ମୁମ୍ବାଇରେ ଭାରତ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡ ୬୨ ରନ୍‌ରେ ଅଲ୍‌ଆଉଟ୍ ହୋଇଛି।
  • ୧୯୮୭ରେ ଦିଲ୍ଲୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ଭାରତ ୭୫ ରନ୍ କରିଥିଲା।
  • ୨୦୦୮ରେ ଅହମଦାବାଦରେ ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ୭୬ ରନ୍ କରିଥିଲା।
  • ୨୦୧୫ରେ ନାଗପୁରରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୭୯ ରନ୍‌ କରିଥିଲା।

ଭାରତରେ ଭାରତ ବିପକ୍ଷରେ ସର୍ବନିମ୍ନ ଟେଷ୍ଟ ସ୍କୋର

  • ୨୦୨୧ରେ ଅହମଦାବାଦରେ ଭାରତ ବିପକ୍ଷରେ ଇଂଲଣ୍ଡ ୮୧ ରନ୍‌ କରିଥିଲା।
  • ୧୯୯୦ରେ ଚଣ୍ଡିଗଡ଼ରେ ଶ୍ରୀଲଙ୍କା ୮୨ ରନ୍ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story