ରୋହିତ-ବିରାଟ ବିବାଦ ଚର୍ଚ୍ଚାକୁ ନେଇ କେନ୍ଦ୍ରମନ୍ତ୍ରୀ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହିଲଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ଚର୍ଚ୍ଚା ଏବେ ଘନେଇବାରେ ଲାଗିଛି। ରୋହିତ ଶର୍ମାଙ୍କୁ ବିସିସିଆଇ ଦିନିକିଆ ଓ ଟି-୨୦ ଅଧିନାୟକ କରିବା ପରେ ବିରାଟଙ୍କ ସହ ତାଙ୍କର ତିକ୍ତତା ସୃଷ୍ଟି ହୋଇଥିବା କୁହାଯାଉଛି। ବିଶେଷ କରି ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଖବର ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଆହୁରି ବଢ଼ିଛି। ମଙ୍ଗଳବାର […]

Virat

Virat

Hemant Lenka
  • Published: Wednesday, 15 December 2021
  • Updated: 15 December 2021, 12:19 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହିଲଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ଚର୍ଚ୍ଚା ଏବେ ଘନେଇବାରେ ଲାଗିଛି। ରୋହିତ ଶର୍ମାଙ୍କୁ ବିସିସିଆଇ ଦିନିକିଆ ଓ ଟି-୨୦ ଅଧିନାୟକ କରିବା ପରେ ବିରାଟଙ୍କ ସହ ତାଙ୍କର ତିକ୍ତତା ସୃଷ୍ଟି ହୋଇଥିବା କୁହାଯାଉଛି।

ବିଶେଷ କରି ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଖବର ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଆହୁରି ବଢ଼ିଛି। ମଙ୍ଗଳବାର ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଦୁଇ ଖେଳାଳିଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା ଆଶଙ୍କା କରି ଟ୍ୱିଟ କରିଥିଲେ।

ଏହାପରେ ଏବେ କେନ୍ଦ୍ର କୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। କୌଣସି ଖେଳାଳି ଖେଳ ଠାରୁ କେବେ ହେଲେ ବଡ଼ ନୁହନ୍ତି ବୋଲି ସେ କହିଛନ୍ତି। ଅନୁରାଗ ଠାକୁରଙ୍କ ଏପରି ବୟାନ ପରେ ରୋହିତ-ବିରାଟ ବିବାଦକୁ ନେଇ ସୋଶାଲ ମିଡିଆରେ ଝଡ଼ ଦେଖାଦେଇଛି।

ମଙ୍ଗଳବାର ଆଝାରୁଦ୍ଦିନ କହିଥିଲେ ଯେ “ବିରାଟ କୋହଲି ଦିନିକିଆ ସିରିଜ୍‌ରେ ଉପଲବ୍ଧ ହେବେନି ବୋଲି କହିଛନ୍ତି ଓ ରୋହିତ ଶର୍ମା ଆଗାମୀ ଟେଷ୍ଟ ସିରିଜ୍‌ ଖେଳିବେନି। ବିଶ୍ରାମ ନେବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ନିଷ୍ପତ୍ତିର ସମୟ ଆହୁରି ଭଲ ହୋଇପାରି ଥାଆନ୍ତା। ଦୁଇ ଖେଳାଳିଙ୍କ ଏପରି ଆଭିମୁଖ୍ୟ ସମ୍ଭାବ୍ୟ ବିବାଦ ଚର୍ଚ୍ଚାକୁ ଆହୁରି ବଢ଼ାଇଛି। କେହି ବି ବିଶ୍ରାମ ନେଉଥିବା କ୍ରିକେଟ ଫର୍ମାଟକୁ ସବୁଦିନ ପାଇଁ ସ୍ଥାୟୀ ଭାବେ ଛାଡ଼ିବାର ନାହିଁ।”

ଆଝାରୁଦ୍ଦିନଙ୍କ ଏପରି ବୟାନ ପରେ କ୍ରିକେଟ ପ୍ରେମୀ ରୋହିତ-ବିରାଟ କଳିକୁ ନେଇ ନାନା ପ୍ରକାରର ଆକଳନ କରିବାରେ ଲାଗିଛନ୍ତି। ଆଜି ଏ ସମ୍ପର୍କରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ପଚରା ଯିବାରୁ ସେ କହିଛନ୍ତି, “ଖେଳ ହେଉଛି ସବୁଠାରୁ ଉପରେ ଓ କେହି ବି ଏହାଠାରୁ ଉପରେ ନୁହନ୍ତି। କେଉଁ ଖେଳରେ ଓ କେଉଁ ସବୁ ଖେଳାଳିଙ୍କ ମଧ୍ୟରେ କ’ଣ ଚାଲିଛି, ତା’ର ସୂଚନା ମୁଁ ଆପଣମାନଙ୍କୁ ଦେଇ ପାରିବି ନାହିଁ। ଏହା ଉପଯୁକ୍ତ ସଂଘ କିମ୍ବା ଆସୋସିଏସନ୍‌ର କାମ। ସେମାନେ ଯଦି କୌଣସି ସୂଚନା ଦେଇ ପାରିବେ, ତା’ହେଲେ ଭଲ।”

ଗତକାଲି ଆଝାରୁଦ୍ଦିନ କହିଥିଲେ, ଯଦି ରୋହିତ ଓ ବିରାଟ ଏକାଠି ନ ଖେଳିବେ, ତା’ହେଲେ ଟିମ ଇଣ୍ଡିଆକୁ ଏହା ମହଙ୍ଗା ପଡ଼ିବ। କ୍ରିକେଟ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story