ବାରବାଟୀ ଟି-ଟ୍ୱେଣ୍ଟି ପାଇଁ ଜୁନ୍ ୧ରୁ ଟିକେଟ୍ ବିକ୍ରି

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ। ଓସିଏ ସଂପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜୁନ୍‌ ୧ରୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ହେବ। ଏହା ପରେ ଜୁନ୍ ୯ ଓ ୧୦ରୁ ଅଫ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ଆରମ୍ଭ ହେବ। କରୋନା ଯୋଗୁ ଷ୍ଟାଡିୟମ ଗୁଡ଼ିକରେ ଦର୍ଶକଙ୍କ ପ୍ରବେଶ ଉପରେ ବିସିସିଆଇ ଯେଉଁ କଟକଣା […]

Barabati

Barabati

Jitendra Garnayak
  • Published: Friday, 20 May 2022
  • Updated: 20 May 2022, 08:07 PM IST

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ। ଓସିଏ ସଂପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଜୁନ୍‌ ୧ରୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ହେବ। ଏହା ପରେ ଜୁନ୍ ୯ ଓ ୧୦ରୁ ଅଫ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ଆରମ୍ଭ ହେବ।

କରୋନା ଯୋଗୁ ଷ୍ଟାଡିୟମ ଗୁଡ଼ିକରେ ଦର୍ଶକଙ୍କ ପ୍ରବେଶ ଉପରେ ବିସିସିଆଇ ଯେଉଁ କଟକଣା ଲଗାଇଥିଲା, ତାହା ଗତକାଲି ହଟାଇ ଦେଇଛି। ତେଣୁ ଜୁନ୍ ୧୨ରେ ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍‌ ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ ହେବ। ଆଜି କ୍ରୀଡ଼ା ସଚିବ ଆର୍‌ ଭିନୀଲ କ୍ରିଷ୍ଣା ମଧ୍ୟ ଏ ବିଷୟରେ ସୂଚନା ଦେଇଛନ୍ତି।

ଏହି ମ୍ୟାଚ୍‌କୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆଜି ଓସିଏ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓସିଏ କର୍ତ୍ତୃପକ୍ଷଙ୍କ ସହିତ କ୍ରୀଡ଼ା ସଚିବ ଆର୍‌ ଭିନୀଲ କ୍ରିଷ୍ଣା, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ଓ କଟକ ଡିସିପି, କଟକ ଜିଲ୍ଲା ପ୍ରଶାସନ ଓ ସିଏମ୍‌ସିର ଅଧିକାରୀମାନେ ଉପସ୍ଥିତ ଥିଲେ। ପାର୍କିଂ, ସୁରକ୍ଷା ବ୍ୟବସ୍ଥା ଓ ଗ୍ୟାଲେରୀରେ ଦର୍ଶକ ବସିବା ନେଇ ଏଥିରେ ସବିଶେଷ ଆଲୋଚନା ହୋଇଥିଲା।

ବୈଠକ ପରେ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ ଯେ ଏହି ମ୍ୟାଚ୍ ପାଇଁ ଖେଳାଳି ଆସିବା ଠାରୁ ଯିବା ପର୍ଯ୍ୟନ୍ତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ। ୪୦ ହଜାର ଦର୍ଶକ ଖେଳ ଦେଖିବାକୁ ଆସିବେ। ଏଣୁ ପ୍ରାୟ ୧୫ ହଜାର ଗାଡ଼ି ଏଠାକୁ ଆସିବ। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ। ସେହିଭଳି ଗାଡ଼ି ପାର୍କିଂ ପାଇଁ ବାଲିଯାତ୍ରା ପଡ଼ିଆରେ ବ୍ୟବସ୍ଥା କରାଯିବ।

ଜୁନ୍‌ ୯ରୁ ୧୯ ଯାଏ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଦିଲ୍ଲୀରେ ଖେଳାଯିବାକୁ ଥିବା ବେଳେ ୧୨ ତାରିଖରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ବାରବାଟୀରେ ଅନୁଷ୍ଠିତ ହେବ। ଜୁନ୍‌ ୧୪ରେ ବିଶାଖାପଟନମରେ ତୃତୀୟ, ଜୁନ୍‌ ୧୭ରେ ଗୁଜରାଟରେ ଚତୁର୍ଥ ଓ ଜୁନ୍‌ ୧୯ରେ ବେଙ୍ଗାଲୁରୁରେ ଖେଳାଯିବ ପଞ୍ଚମ ମ୍ୟାଚ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos