ପାକିସ୍ତାନ୍ କ୍ରିକେଟକୁ ଝଟକା, ବ୍ୟାଟିଂ କୋଚ୍ ପଦ ଛାଡ଼ିଲେ ୟୁନିସ୍ ଖାନ୍

ଲାହୋର: ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ୟୁନିସ୍ ଖାନ୍ ଜାତୀୟ ଦଳର ବ୍ୟାଟିଂ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସହ ସହମତି ପରେ ୟୁନିସ୍ ଏହି ନିଷ୍ପତ୍ତି ନେଇଛନ୍ତି। ୟୁନିସଙ୍କୁ ଗତ ବର୍ଷ ନଭେମ୍ବରରେ ଟିମର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା ଏବଂ ତାଙ୍କ କାର୍ଯ୍ୟକାଳ ୨୦୨୨ ଯାଏ ଥିଲା, ଯାହା ଟି-୨୦ ବିଶ୍ୱକପ୍ ପରେ ଶେଷ ହୋଇଥାନ୍ତା। ୟୁନିସ୍ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ କୋଚ୍ ଭାବେ କାମ ଆରମ୍ଭ କରିଥିଲେ, ଯେଉଁଠାରେ […]

younis-khan

Ranjit Kumar Jena
  • Published: Tuesday, 22 June 2021
  • , Updated: 22 June 2021, 08:19 PM IST

ଲାହୋର: ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ୟୁନିସ୍ ଖାନ୍ ଜାତୀୟ ଦଳର ବ୍ୟାଟିଂ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସହ ସହମତି ପରେ ୟୁନିସ୍ ଏହି ନିଷ୍ପତ୍ତି ନେଇଛନ୍ତି। ୟୁନିସଙ୍କୁ ଗତ ବର୍ଷ ନଭେମ୍ବରରେ ଟିମର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା ଏବଂ ତାଙ୍କ କାର୍ଯ୍ୟକାଳ ୨୦୨୨ ଯାଏ ଥିଲା, ଯାହା ଟି-୨୦ ବିଶ୍ୱକପ୍ ପରେ ଶେଷ ହୋଇଥାନ୍ତା।

ୟୁନିସ୍ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ କୋଚ୍ ଭାବେ କାମ ଆରମ୍ଭ କରିଥିଲେ, ଯେଉଁଠାରେ ତାଙ୍କ ଟିମ୍ ତିନୋଟି ଟି-୨୦ ମ୍ୟାଚରୁ ଦୁଇଟିରେ ପରାଜୟର ସାମ୍ନା କରିଥିଲା ଏବଂ ଟେଷ୍ଟ ସିରିଜରେ ୨-୦ରେ ହାରିଯାଇଥିଲା । ଏହା ପରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ଟେଷ୍ଟରେ ୨-୦ ଏବଂ ଟି-୨୦ ସିରିଜରେ ୨-୧ରେ ହରାଇଥିଲା ।

କୋଚ୍ ଭାବେ ୟୁନିସଙ୍କ ଶେଷ ସିରିଜ୍ ଚଳିତ ବର୍ଷ ଏପ୍ରିଲ-ମେ’ରେ ଜିମ୍ବାୱେ ଗସ୍ତରେ ଥିଲା, ଯେଉଁଠାରେ ପାକିସ୍ତାନ ଟି-୨୦ ସିରିଜକୁ ୨-୧ରେ ଏବଂ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜିତିଥିଲା ।

ୟୁନିସ ଖାନଙ୍କ ହଠାତ୍ ଅଧାରୁ କୋଚ୍ ପଦ ଛାଡ଼ିବାର କାରଣ ଜଣା ପଡ଼ିନାହିଁ । କିନ୍ତୁ ପିସିବର ମୁଖ୍ୟ କାର୍ଯ୍ୟକାରୀ ଅଧିକାର ୱାସିମ୍ ଖାନ୍ କହିଛନ୍ତି ଯେ ବହୁ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ୱାସିମ୍ କହିଛନ୍ତି, ୟୁନିସଙ୍କ ଭଳି ଅଭିଜ୍ଞ ସ୍ପୋଶଲିଷ୍ଟଙ୍କୁ ହରାଇବା ନିଶ୍ଚିତ ଭାବେ ଦୁଃଖଦାୟକ। ଆମ ଭିତରେ ଅନେକ ଆଲୋଚନା ହୋଇଛି ଏବଂ ଉଭୟ ପକ୍ଷର ସହମତି ପରେ ଏହି ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ପୁରୁଷ ଟିମର ବ୍ୟାଟିଂ କୋଚ୍ ଭାବେ ୟୁନିସଙ୍କ ଯୋଗଦାନ ପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ।

Related story