ଭାରତ ଜିତିଲା, କେମିତି ସେମି ଫାଇନାଲ ଯିବ ପାକିସ୍ତାନ? ଜାଣନ୍ତୁ ସମୀକରଣ

ଆଡିଲେଡ: ବାଂଲାଦେଶ ବିପକ୍ଷରେ ବିଜୟ ଟିମ ଇଣ୍ଡିଆକୁ ଏକ ପ୍ରକାରର ସେମି ଫାଇନାଲକୁ ନେଇ ଯାଇଛି। କେବଳ ଔପଚାରିକ ଘୋଷଣାକୁ ବାକି ରହିଛି। ବାଂଲାଦେଶକୁ ରୋହିତ ଶର୍ମା ଆଣ୍ଡ କୋ ୫ ରନରେ ହରାଇବା ପରେ ପଏଣ୍ଟ ଟେବୁଲରେ ୬ ପଏଣ୍ଟ ପାଇ ଶୀର୍ଷରେ ପହଞ୍ଚି ଯାଇଛନ୍ତି। ଦଳ ପାଖରେ ଏବେ ବି ଆଉ ଗୋଟିଏ ମ୍ୟାଚ୍‌ ରହିଛି। ଶେଷ ମ୍ୟାଚ୍‌ରେ ଭାରତ ରବିବାର ଜିମ୍ବାୱେକୁ ଭେଟିବ। ଭାରତର ବିଜୟ ସହ ପାକିସ୍ତାନର ସେମି ଫାଇନାଲ ରାସ୍ତା […]

Pakistan

Pakistan

Hemant Lenka
  • Published: Wednesday, 02 November 2022
  • Updated: 02 November 2022, 10:03 PM IST

Sports

Latest News

ଆଡିଲେଡ: ବାଂଲାଦେଶ ବିପକ୍ଷରେ ବିଜୟ ଟିମ ଇଣ୍ଡିଆକୁ ଏକ ପ୍ରକାରର ସେମି ଫାଇନାଲକୁ ନେଇ ଯାଇଛି। କେବଳ ଔପଚାରିକ ଘୋଷଣାକୁ ବାକି ରହିଛି। ବାଂଲାଦେଶକୁ ରୋହିତ ଶର୍ମା ଆଣ୍ଡ କୋ ୫ ରନରେ ହରାଇବା ପରେ ପଏଣ୍ଟ ଟେବୁଲରେ ୬ ପଏଣ୍ଟ ପାଇ ଶୀର୍ଷରେ ପହଞ୍ଚି ଯାଇଛନ୍ତି। ଦଳ ପାଖରେ ଏବେ ବି ଆଉ ଗୋଟିଏ ମ୍ୟାଚ୍‌ ରହିଛି। ଶେଷ ମ୍ୟାଚ୍‌ରେ ଭାରତ ରବିବାର ଜିମ୍ବାୱେକୁ ଭେଟିବ।

ଭାରତର ବିଜୟ ସହ ପାକିସ୍ତାନର ସେମି ଫାଇନାଲ ରାସ୍ତା ଆହୁରି କଣ୍ଟକିତ ହୋଇଯାଇଛି। କିନ୍ତୁ ପାକିସ୍ତାନ ପାଇଁ ସେମି ଫାଇନାଲ ରାସ୍ତା ଏଯାଏ ବନ୍ଦ ହୋଇନି। ବାବର ଆଜମ ଆଣ୍ଡ କୋ ଟୁର୍ଣ୍ଣାମେଣ୍ଟରେ ଆହୁରି ଦୁଇଟି ମ୍ୟାଚ୍‌ ଖେଳିବେ। ଯଦି ସବୁ କିଛି ପାକିସ୍ତାନ ସପକ୍ଷରେ ଯାଏ, ତା’ହେଲେ ସେମାନେ ସେମି ଫାଇନାଲ ଟିକେଟ ହାସଲ କରିପାରିବେ।

ବର୍ତ୍ତମାନ ପାକିସ୍ତାନ ପାଇଁ ସୃଷ୍ଟି ହୋଇଥିବା କଠିନ ପରିସ୍ଥିତି ପାଇଁ ସେମାନେ ନିଜେ ହିଁ ଦାୟୀ। ଭାରତ ବିପକ୍ଷ ମ୍ୟାଚ୍‌ ପାକିସ୍ତାନ ହାତରେ ଥିଲା। କିନ୍ତୁ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ମୁହୂର୍ତ୍ତରେ ଦଳ ଠାରୁ ବିଜୟ ଛଡ଼ାଇ ଆଣିଥିଲେ। ଭାରତ ଠାରୁ ପାକିସ୍ତାନ ଶେଷରେ ହାରିଥିଲା।

ତଥାପି ପାକିସ୍ତାନ ପାଖରେ ବାଉନ୍ସ ବ୍ୟାକ କରିବାର ସୁଯୋଗ ଥିଲା। ହେଲେ ବାବର ଆଣ୍ଡ କୋ ଅପ୍ରତ୍ୟାଶିକ ଭାବେ ଅପେକ୍ଷାକୃତ ଦୁର୍ବଳ ଜିମ୍ବାୱେ ଠାରୁ ୧ ରନରେ ହାରି ଯାଇଥିଲେ। ୧୩୦ ରନର ଟାର୍ଗେଟ ପିଛା କରୁଥିବା ପାକିସ୍ତାନ ଆରମ୍ଭରୁ ଶେଷ ଯାଏ ନିଜର ଦବଦବା ଦେଖାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ଅଧିକ ଆତ୍ମବିଶ୍ୱାସ ଦଳକୁ ଆଜି ଟୁର୍ଣ୍ଣାମେଣ୍ଟରୁ ବିଦା କରିବା ସ୍ଥିତିରେ ଆଣି ଛିଡ଼ା କରି ଦେଇଛି।

ସେ ଯାହା ବି ହେଉ ପାକିସ୍ତାନ ଏବେ କେମିତି ସେମି ଫାଇନାଲ ଖେଳିବାର ସୁଯୋଗ ପାଇବ ଓ ଦଳ ଆଗରେ କ’ଣ ସବୁ ସ୍ଥିତି ରହିଛି ଆସନ୍ତୁ ଜାଣିବା।

୧- ପାକିସ୍ତାନକୁ ପ୍ରଥମେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷରେ ଥିବା ନିଜର ମ୍ୟାଚ୍‌କୁ ଜିତିବାକୁ ପଡ଼ିବ। ଏପରି ସ୍ଥିତିରେ ଯଦି ଦକ୍ଷିଣ ଆଫ୍ରିକାର ତା’ର ଶେଷ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ ଠାରୁ ହାରି ଯାଏ କିମ୍ବା ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ ହୋଇଯାଏ, ତା’ହେଲେ ପାକିସ୍ତାନ ପାଖରେ ସେମି ଫାଇନାଲ ଖେଳିବାର ସୁଯୋଗ ରହିବ।

୨-ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ହରାଇବା ବେଳେ ପାକିସ୍ତାନକୁ ତା’ର ରନରେଟ୍‌ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। କାରଣ ନେଦରଲ୍ୟାଣ୍ଡ୍ସ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ଯଦି ବର୍ଷା ଯୋଗୁ ବାତିଲ ହେବ, ତା’ହେଲେ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏ ମିଳିବ। ଏପରି ସ୍ଥିତିରେ ପାକିସ୍ତାନ ୨ଟି ମ୍ୟାଚ୍‌ରେ ଜିତଲେ ୬ ପଏଣ୍ଟ ପାଇବ। ଦକ୍ଷିଣ ଆଫ୍ରିକା ବାତିଲ ଯୋଗୁ ୧ ପଏଣ୍ଟ ପାଇଲେ, ଏହାର ସଂଖ୍ୟା ମଧ୍ୟ ୬ ହେବ। ଏପରି ସ୍ଥିତିରେ ରନ ରେଟ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

୩-ଏହାବାଦ ରନ ରେଟ୍‌ ଖରାପ ରହିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ୍ସ ବାତିଲ ହେବା ମାତ୍ରେ ପାକିସ୍ତାନକୁ ସେମି ଟିକେଟ ମିଳିବ। ଆଇସିସି ପ୍ଲେଇଂ କଣ୍ଡିସନର କ୍ଲଜ ୧୬.୧୦.୨(ବି) ଅନୁଯାୟୀ, ଯଦି ଦୁଇଟି ଟିମ୍‌ର ପଏଣ୍ଟ ସଂଖ୍ୟା ସମାନ ରହୁଛି, ଏପରି ସ୍ଥିତିରେ କେଉଁ ଦଳ କେତୋଟି ମ୍ୟାଚ୍‌ ଜିତିଛି, ତା’ଉପରେ ଫୋକସ କରାଯିବ।

ସେହି ଆଧାରରେ ଅଧିକ ବିଜୟ ହାସଲ କରିଥିବା, ତା’କୁ ଟପ୍‌ ୪ରେ ସ୍ଥାନ ମିଳିବ। ଯଦି ନେଦରଲ୍ୟାଣ୍ଡ୍ସ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯିବ, ତା’ହେଲେ ଦକ୍ଷିଣ ଆଫ୍ରିକା ୨ଟି ବିଜୟ ଓ ୨ଟି ବର୍ଷା ଜନିତ ବାତିଲ ପାଇଁ ୬ ପଏଣ୍ଟ ପାଇଥିବା ଧରି ନିଆଯୀବ। ପାକିସ୍ତାନ ଏବେ ସୁଦ୍ଧା ନେଦରଲ୍ୟାଣ୍ଡ୍ସକୁ ହରାଇଛି। ଆଗକୁ ଯଦି ଦକ୍ଷିଣ ଆଫ୍ରିକା ଓ ରବିବାର ବାଂଲାଦେଶକୁ ହରାଇବ, ତା’ହେଲେ ଏହା ବିଜୟ ସଂଖ୍ୟା ୩ ଥିବ। ତେଣୁ ଦକ୍ଷିଣ ଆଫ୍ରିକା ବଦଳରେ ପାକିସ୍ତାନକୁ ସେମି ଟିକେଟ ମିଳିବ।

୪- ପାକିସ୍ତାନ ଯଦି ତା’ର ବାକି ୨ଟି ଯାକ ମ୍ୟାଚ୍‌ ଜିତୁଛି ଓ ଭାରତ ବୃହତ୍ତ ବ୍ୟବଧାନରେ ଜିମ୍ବାୱେ ଠାରୁ ହାରିବ, ତା’ହେଲେ ନେଟ ରନରେଟ୍‌ ଆଧାରରେ ପାକିସ୍ତାନ ସେମି ଫାଇନାଲକୁ ଯାଇ ପାରିବ। କାରଣ ଭାରତ ତୁଳନାରେ ପାକିସ୍ତାନର ରନରେଟ ବର୍ତ୍ତମାନ ସୁଦ୍ଧା ଭଲ ରହିଛି।

କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପାକିସ୍ତାନକୁ ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ଆସନ୍ତାକାଲି ହରାଇବାକୁ ପଡ଼ିବ। ଯଦି ପାକିସ୍ତାନ ପରାସ୍ତ ହେଉଛି, ତା’ହେଲେ ପାକିସ୍ତାନର ସବୁ ଆଶା ଚୂରମାର ହୋଇଯିବ। ଦକ୍ଷିଣ ଆଫ୍ରିକା ଏଯାଏ ୩ଟି ମ୍ୟାଚ୍‌ ଖେଳିଥିବା ବେଳେ ୨ଟିରେ ଜିତିଛି ଓ ଗୋଟିଏ ବର୍ଷା ଯୋଗୁ ବାତିଲ ହୋଇଛି। ତେଣୁ ଦଳ ଏଯାଏ ଟି-୨୦ ବିଶ୍ୱକପରେ ଅପରାଜେୟ ରହିବାର ରେକର୍ଡ କାଏମ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos