ଅହମ୍ମଦାବାଦ: ପୁଣି ନିଜ ବ୍ୟାଟରେ ଦମ୍ ଦେଖାଇଛନ୍ତ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ଇଂଲଣ୍ଡ ବିପକ୍ଷ ଏଠାରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ପନ୍ତ ଚମତ୍କାର ବ୍ୟାଟିଂ କରି ଶତକ ହାସଲ କରିଛନ୍ତି। ପନ୍ତ ମାତ୍ର ୧୧୫ ବଲରେ ନିଜର ତୃତୀୟ ଶତକ ମାରିଛନ୍ତି।
ଆରମ୍ଭରୁ ପନ୍ତ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। କିନ୍ତୁ ଅର୍ଦ୍ଧଶତକ ପରେ ପନ୍ତ ନିଜର ରନ୍ ଗତି ବଢ଼ାଇଥିଲେ। ବିଶେଷକରି ନୂଆ ବଲ୍ ଆସିବା ପରେ ପନ୍ତ ଚୌକା ବର୍ଷା କରିଥିଲେ। ତେବେ ବ୍ୟକ୍ତିଗତ ୯୪ ରନ କରିଥିବା ବେଳେ ପନ୍ତ ବିରୋଧୀ ଦଳର କ୍ୟାପଟେନ୍ ଜୋ ରୁଟଙ୍କୁ ଛଡ଼ା ମାରି ଶତକ ପୂରଣ କରିଥିଲେ। ଶତକ ମାରିବାର ପରବର୍ତ୍ତୀ ଓଭରରେ ପନ୍ତ ନିଜ ୱିକେଟ୍ ଦେଇ ବସିଥିଲେ। ପନ୍ତଙ୍କୁ ଇଂଲଣ୍ଡର ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ୍ ଆଉଟ୍ କରିଛନ୍ତି।
ପନ୍ତଙ୍କ ଏହି ଶତକୀୟ ଇନିଂସ୍ ବଳରେ ଭାରତ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଇନିଂସ୍ ଲିଡ୍ କରିଛି। ପନ୍ତଙ୍କ ବ୍ୟତୀତ ରୋହିତ୍ ଶର୍ମା ଓ ୱାଶିଂଟନ୍ ସୁନ୍ଦର ଉପଯୋଗୀ ଇନିଂସ୍ ଖେଳିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଘୋଷଣା ହେଲା ଅଶ୍ୱିନଙ୍କ ବଦଳ ଖେଳାଳିଙ୍କ ନାଁ
ତାଲିକାରେ ଅକ୍ଷର ପଟେଲ, କୁଲଦୀପ ଯାଦବ ଓ ୟୁଜଭେନ୍ଦର ଚହଲ ରହିଥିଲେ ହେଁ ସମସ୍ତଙ୍କୁ ଚକିତ କରି ଜଣେ ଯୁବ ତାରକାଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଚୟନ କରାଯାଇଛି।
Cricket
ଶତକ ଠାରୁ ୯ ରନ ଦୂରରେ ରହିଗଲେ ସ୍ମୃତି ମନ୍ଧାନା, ସର୍ବକାଳୀନ ଅନଲକି ତାଲିକାରେ ସାମିଲ
ଆଜିକୁ ମିଶାଇ ମନ୍ଧାନା ୪ର୍ଥ ଥର ପାଇଁ ଦିନିକିଆରେ ନର୍ଭସ ୯୦ରୁ ୧୦୦ ମଧ୍ୟରେ ଆଉଟ ହେବାର ଦୁର୍ଭାଗ୍ୟ ମୁଣ୍ଡାଇଛନ୍ତି।
Cricket
ବ୍ୟାଟରଙ୍କ ପରେ ଘାଇଲା କଲେ ରେଣୁକା ସିଂହ ଠାକୁର, ଭାରତର ଏକତରଫା ବିଜୟ
ବ୍ୟାଟିଂ ପରେ ବଲରେ କମାଲ କରିଛନ୍ତି ଦ୍ରୁତ ବୋଲର ରେଣୁକା ସିଂହ ଠାକରୁ। ସେ ୧୦ ଓଭରରେ ମାତ୍ର ୨୯ ରନ ଦେଇ ଇଣ୍ଡିଜ ଟିମର ୫ ବ୍ୟାଟରଙ୍କୁ ଆଉଟ କରିଛନ୍ତି।
Cricket
ଚାମ୍ପିୟନ୍ସ ଟ୍ରଫି ଓ ଭାରତ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଆହତ ହୋଇଥିବା ଅଲରାଉଣ୍ଡର ବେନ ଷ୍ଟୋକ୍ସ ୧୫ ଜଣିଆ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି।
Cricket
ଅଶ୍ୱିନଙ୍କୁ ଚିଠି ଲେଖିଲେ ମୋଦି, କହିଲେ- ଆପଣଙ୍କ କ୍ୟାରମ୍ ବଲ୍ ସମସ୍ତଙ୍କୁ ବୋଲ୍ଡ କରିଦେଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ଚିଠିରେ ଅଶ୍ୱିନଙ୍କୁ ପ୍ରଶଂସା କରିଛନ୍ତି। ଅଶ୍ୱିନଙ୍କ ଅଫ୍ ସ୍ପିନରେ ଥିବା ଜଲୱା ଓ ବିପକ୍ଷ ବ୍ୟାଟରଙ୍କୁ ଘାଇଲା କରିବାର କ୍ଷମତା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି।