ଏଲଏଲସିସି ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ୧୫୭ ରନ୍‌ରେ ଜିତିଲା ପାରାମାଉଣ୍ଟ

ଭୁବନେଶ୍ୱର: ଆଇଆରସି ଭିଲେଜ ସ୍ଥିତ ଏଲଏଲସିସି ଖେଳ ପଡ଼ିଆରେ ଚାଲିଥିବା ୧୪ ବର୍ଷରୁ କମ ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ମ୍ୟାଚରେ ପାରାମାଉଣ୍ଟ ସ୍ପୋର୍ଟିଂ ୧୫୭ ରନ୍‌ରେ ବିଜୟ ଲାଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାରାମାଉଣ୍ଟ ନିର୍ଦ୍ଧାରିତ ୩୫ ଓଭର୍‌ରେ ୩ ୱିକେଟ ହରାଇ ୨୯୫ ରନ୍‌ କରିଥିଲା। ଏହାର ଜବାବରେ ବିବିସିଏ ୩୦.୩ ଓଭର୍‌ରେ ସମସ୍ତ ୱିକେଟ ହରାଇ କେବଳ ୧୩୮ ରନ୍‌ କରିବାକୁ ସକ୍ଷମ ହୋଇଛି। ଆଜିର ମ୍ୟାଚ୍‌ରେ ପାରାମାଣ୍ଟ ଟସ୍‌ […]

pankaj

Hemant Lenka
  • Published: Wednesday, 13 April 2022
  • , Updated: 13 April 2022, 01:54 PM IST

ଭୁବନେଶ୍ୱର: ଆଇଆରସି ଭିଲେଜ ସ୍ଥିତ ଏଲଏଲସିସି ଖେଳ ପଡ଼ିଆରେ ଚାଲିଥିବା ୧୪ ବର୍ଷରୁ କମ ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ମ୍ୟାଚରେ ପାରାମାଉଣ୍ଟ ସ୍ପୋର୍ଟିଂ ୧୫୭ ରନ୍‌ରେ ବିଜୟ ଲାଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାରାମାଉଣ୍ଟ ନିର୍ଦ୍ଧାରିତ ୩୫ ଓଭର୍‌ରେ ୩ ୱିକେଟ ହରାଇ ୨୯୫ ରନ୍‌ କରିଥିଲା। ଏହାର ଜବାବରେ ବିବିସିଏ ୩୦.୩ ଓଭର୍‌ରେ ସମସ୍ତ ୱିକେଟ ହରାଇ କେବଳ ୧୩୮ ରନ୍‌ କରିବାକୁ ସକ୍ଷମ ହୋଇଛି।

ଆଜିର ମ୍ୟାଚ୍‌ରେ ପାରାମାଣ୍ଟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ଓପନର ସିଦ୍ଧାର୍ଥ ଶଙ୍କର ବେହେରା ୩୫ ବଲରେ ୪୪, ସ୍ୱାଗତ ସୌରଭ ମିଶ୍ର ୬୩ ବଲରେ ୭୭, ସାସ୍ୱତ ପଟ୍ଟନାୟକ ୬୨ ବଲରେ ୭୩, ମୃତ୍ୟୁଞ୍ଜୟ ତ୍ରିପାଠୀ ୨୮ ବଲରେ ଅପରାଜିତ ୫୬ ଓ ପି ପ୍ରିୟାଂଶୁ ନାୟକ ୨୧ ବଲରେ ଅପରାଜିତ ୩୬ ରନ୍‌ର ଇନିଂସ ଖେଳିଥିଲେ।

ଫଳରେ ଦଳ ବିବିସିଏ ଆଗରେ ବିଶାଳ ୨୯୬ ରନ୍‌ର ଟାର୍ଗେଟ ଧାର୍ଯ୍ୟ କରିଥିଲା। ବିବିସିଏ ପକ୍ଷରୁ ସାଇ ଶଙ୍କର, ହିମାଂଶୁ ସାହୁ ଓ ସାଇ ନୃସିଂହ ପାଢ଼ୀ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

୨୯୬ ରନର ଟାର୍ଗେଟ ପାଇଥିବା ବିବିସିଏ ୮ ରନ୍‌ରେ ତା’ର ପ୍ରଥମ ୱିକେଟ ହରାଇଥିଲା। ଏହାପରେ ଦଳ କ୍ରମାଗତ ଭାବେ ୱିକେଟ ହରାଇ ଚାଲିଥିଲା। ଶେଷରେ ପୂରା ଟିମ୍‌ ୩୦.୩ ଓଭର୍‌ରେ ୧୩୮ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ହିମାଂଶୁ ସାହୁ ସର୍ବାଧିକ ୪୫ ରନ୍‌ କରିଥିବା ବେଳେ ଯୁବରାଜ ହେମ୍ବ୍ରମ ୧୬, ଅଶନୀଲ ରାଉତରାୟ ୧୫ ଓ ସାଇ ଶଙ୍କର ସାମଲ ଅପରାଜିତ ୧୭ ରନ୍‌ କରିଛନ୍ତି। ଏମାନଙ୍କୁ ଛାଡ଼ି ଦେଲେ ଆଉ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନାହାନ୍ତି।

ପାରାମାଉଣ୍ଟ ପକ୍ଷରୁ ସାତ୍ୱିକ ସୁବୁଦ୍ଧି ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଶେଖ ନକୀବ ସବିର ୨ଟି ସଫଳତା ପାଇଛନ୍ତି। ଏହି ମ୍ୟାଚ୍‌ରେ ୭୭ ରନ୍‌ର ଇନିଂସ ଖେଳିଥିବା ପାରାମାଉଣ୍ଟର ସ୍ୱାଗତ ସୌରଭ ମିଶ୍ରଙ୍କୁ ମୋତୱାନି ଗ୍ରୁପର ପଙ୍କଜ ମୋତୱାନି ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଦେଇଛନ୍ତି। ଏଥିସହ ଏଲଏଲସିସିର ଏପରି ଏକ ଅଣ୍ଡର ୧୪ ଡ୍ୟୁଜ ବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବାରୁ ଶ୍ରୀ ମୋତୱାନି ପୂରା କ୍ଲବର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related story