ଦିଲ୍ଲୀ ବିପକ୍ଷରେ ଟସ୍‌ ଜିତିଲେ ମୟଙ୍କ ଅଗ୍ରୱାଲ

ମୁମ୍ବାଇ: ପ୍ଲେଅଫରେ ପ୍ରବେଶ ପାଇଁ ସଂଘର୍ଷ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ଆଜି ମୁହାଁମୁହିଁ ହେଉଛନ୍ତି। ପ୍ଲେ ଅଫ ଦୃଷ୍ଟିରୁ ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଦିଲ୍ଲୀ ଓ ପଞ୍ଜାବ ଏଯାଏ ୧୨ଟି ଲେଖାଏ ମ୍ୟାଚ୍‌ ଖେଳି ୧୨ ପଏଣ୍ଟ ଲେଖାଏ ପାଇଛନ୍ତି। ତେଣୁ ଆଜିର ମ୍ୟାଚ୍‌ ଦୁଇ ଦଳ ପାଇଁ ଏକ ପ୍ରକାରର କର ବା ମର ସଦୃଶ ହୋଇଛି। ଏହି ମ୍ୟାଚ୍‌ରେ ପଞ୍ଜାବ ଅଧିନାୟକ ମୟଙ୍କ ଅଗ୍ରୱାଲ […]

Delhi

Hemant Lenka
  • Published: Monday, 16 May 2022
  • , Updated: 16 May 2022, 07:11 PM IST

ମୁମ୍ବାଇ: ପ୍ଲେଅଫରେ ପ୍ରବେଶ ପାଇଁ ସଂଘର୍ଷ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ଆଜି ମୁହାଁମୁହିଁ ହେଉଛନ୍ତି। ପ୍ଲେ ଅଫ ଦୃଷ୍ଟିରୁ ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଦିଲ୍ଲୀ ଓ ପଞ୍ଜାବ ଏଯାଏ ୧୨ଟି ଲେଖାଏ ମ୍ୟାଚ୍‌ ଖେଳି ୧୨ ପଏଣ୍ଟ ଲେଖାଏ ପାଇଛନ୍ତି। ତେଣୁ ଆଜିର ମ୍ୟାଚ୍‌ ଦୁଇ ଦଳ ପାଇଁ ଏକ ପ୍ରକାରର କର ବା ମର ସଦୃଶ ହୋଇଛି।

ଏହି ମ୍ୟାଚ୍‌ରେ ପଞ୍ଜାବ ଅଧିନାୟକ ମୟଙ୍କ ଅଗ୍ରୱାଲ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଋଷଭ ପନ୍ତଙ୍କ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବ। ପୂର୍ବ ମ୍ୟାଚ୍‌ରେ ପଞ୍ଜାବ ଶକ୍ତିଶାଳୀ ଆରସିବିକୁ ହରାଇଥିଲା। ତେଣୁ ଦଳ ଆଜିର ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। କିନ୍ତୁ ରାଜସ୍ଥାନକୁ ହରାଇଥିବା ଦିଲ୍ଲୀ ଆଜି ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ କରିଛି।

ଚେତନ ସକାରିୟାଙ୍କ ବଦଳରେ ଖଲୀଲ ଅହମଦ ଆଜି ଦଳକୁ କମବ୍ୟାକ କରିଛନ୍ତି। ସେହିପରି କେଏସ ଭରତଙ୍କ ସ୍ଥାନରେ ସର୍ଫରାଜ ଖାନଙ୍କୁ ସୁଯୋଗ ମିଳିଛି। ଭରତ ଖେଳୁ ନଥିବାରୁ ସମ୍ଭବତଃ ଡାଭିଡ ୱାର୍ଣ୍ଣରଙ୍କ ସହ ସର୍ଫରାଜ ଖାନ ଦିଲ୍ଲୀ ପାଇଁ ଇନିଂସ ଆରମ୍ଭ କରିବେ। ଗତ ମ୍ୟାଚ୍‌ରେ ୱାର୍ଣ୍ଣର ଓ ମାର୍ଶ ଦିଲ୍ଲୀକୁ ଜିତାଇଥିଲେ। ତେଣୁ ଆଜି ମଧ୍ୟ ଉଭୟଙ୍କ ବ୍ୟାଟରୁ ଦିଲ୍ଲୀ ବଡ଼ ଇନିଂସ ଆଶା କରୁଛି।

Related story