ଏଲଏଲସିସି ଡ୍ୟୁଜ ବଲ କ୍ରିକେଟ: ଜାଗୃତି ବିପକ୍ଷରେ ପ୍ରଗତିର ଏକତରଫା ବିଜୟ

ଭୁବନେଶ୍ୱର: ନୟାପଲ୍ଲୀ ଆଇଆରସି ସ୍ଥିତ ଏଲଏଲସିସି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଦ୍ୱିତୀୟ ଅଣ୍ଡର ୧୪ ଡିଜ୍ୟୁ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିୟନ ପ୍ରଗତି ସ୍ପୋର୍ଟିଂ ବିଜୟରୁ ନିଜର ଅଭିଯାନ କରିଛି। ଆଜି ଟୁର୍ଣ୍ଣାମେଣ୍ଟର ୫ମ ମୁକାବିଲାରେ ପ୍ରଗତି ପ୍ରତିପକ୍ଷ ଜାଗୃତି କ୍ରିକେଟ ଏକାଡେମୀକୁ ୧୦ ୱିକେଟରେ ହରାଇଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜାଗୃତି ନିର୍ଦ୍ଧାରିତ ୩୫ ଓଭର୍‌ରେ ୫ ୱିକେଟ ହରାଇ କେବଳ ୧୨୬ ରନ କରିପାରିଥିଲା। ଏହାର ଜବାବରେ ପ୍ରଗତି […]

LLCC

Hemant Lenka
  • Published: Thursday, 14 April 2022
  • , Updated: 14 April 2022, 01:39 PM IST

ଭୁବନେଶ୍ୱର: ନୟାପଲ୍ଲୀ ଆଇଆରସି ସ୍ଥିତ ଏଲଏଲସିସି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଦ୍ୱିତୀୟ ଅଣ୍ଡର ୧୪ ଡିଜ୍ୟୁ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିୟନ ପ୍ରଗତି ସ୍ପୋର୍ଟିଂ ବିଜୟରୁ ନିଜର ଅଭିଯାନ କରିଛି। ଆଜି ଟୁର୍ଣ୍ଣାମେଣ୍ଟର ୫ମ ମୁକାବିଲାରେ ପ୍ରଗତି ପ୍ରତିପକ୍ଷ ଜାଗୃତି କ୍ରିକେଟ ଏକାଡେମୀକୁ ୧୦ ୱିକେଟରେ ହରାଇଛି।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜାଗୃତି ନିର୍ଦ୍ଧାରିତ ୩୫ ଓଭର୍‌ରେ ୫ ୱିକେଟ ହରାଇ କେବଳ ୧୨୬ ରନ କରିପାରିଥିଲା। ଏହାର ଜବାବରେ ପ୍ରଗତି ବିନା ୱିକେଟରେ ୧୭.୨ ଓଭର୍‌ରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ପ୍ରଗତି ସ୍ପୋର୍ଟିଂର ଦୁଇ ଓପନର ଆଦର୍ଶ କୁମାର ୫୭ ବଲରେ ୪୯ ଓ ଆଦିତ୍ୟ ଷଡ଼ଙ୍ଗୀ ୫୧ ବଲ୍‌ରେ ୬୦ ରନ୍‌ର ଅପରାଜିତ ଇନିଂସ ଖେଳିଛନ୍ତି।

ଏହାପୂର୍ବ ଜାଗୃତି ଅତ୍ୟନ୍ତ ଧିମା ଆରମ୍ଭ କରିଥିଲା। ଦଳ ପକ୍ଷରୁ ଓପନର ପ୍ରତୀକ କୁମାର ବେହେରା ସର୍ବାଧିକ ୪୪ ରନ କରିଥିବା ବେଳେ ସ୍ୱସ୍ତିକ ଚୌଧୁରୀ ୧୮, ଅଂଶୁମାନ ଆଚାର୍ଯ୍ୟ ୮, ସୌମ୍ୟ ସାଇ ଦାଶ ୨୪ ଓ ଅଭିଜିତ ସାମଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ।

ପ୍ରଗତି ପକ୍ଷରୁ ଅସୀମ ବରାଳ ଦୁଇଟି ୱିକେଟ ନେଇଥିବା ବେଳେ ଡିଏସ ଅଭିନନ୍ଦନ, ଯଶବନ୍ତ ପ୍ରଧାନ ଓ ଆୟୁଷ୍ମାନ ବେଜ ଗୋଟିଏ ସଫଳତା ପାଇଛନ୍ତି।

ଆୟୁଷ୍ମାନ ବେଜ ୭ ଓଭରରେ ୮ ରନ୍‌ ଦେଇ ଗୋଟିଏ ୱିକେଟ ନେଇଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ପୂର୍ବତନ ରଣଜୀ ଖେଳାଳି ଦୀପକ ମଙ୍ଗଳରାଜ, ରାଜ୍ୟ ସଚିବାଳୟର ଇଲେକ୍ଟ୍ରିକାଲ ଇଞ୍ଜିନିୟର ମୋନାଲିସା ରାଉତ ଓ ଏଲଏଲସିସି କ୍ଲବର ସଭାପତି ନିତ୍ୟାନନ୍ଦ ବେହେରା ଉପସ୍ଥିତ ରହି ଆୟୁଷ୍ମାନ ବେଜଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ, ଏଲଏଲସିସି ଅଣ୍ଡର ୧୪ ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ ପ୍ରଗତି ସ୍ପୋର୍ଟିଂ ଚାମ୍ପିୟନ ହୋଇଥିଲା। ୨୦୨୧ରେ ଖେଳା ଯାଇଥିବା ପ୍ରଥମ ସଂସ୍କରଣର ଫାଇନାଲରେ ପ୍ରଗତିର ମୁକାବିଲା ପରାମାଉଣ୍ଟ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ପାରାମାଉଣ୍ଟକୁ ହରାଇ ପ୍ରଗତି ଚାମ୍ପିୟନ ହୋଇଥିଲା।

Related story