ଆରସିବି ବିପକ୍ଷରେ ଟସ ଜିତିଲା ପଞ୍ଜାବ କିଙ୍ଗସ

ମୁମ୍ବାଇ: ଚଳିତ ଆଇପିଏଲରେ ପ୍ରମଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗସ। ଦୁଇ ଦଳ ଆଜି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ପରସ୍ପରର ସାମ୍ନା କରିବେ। ଦୁଇ ଦଳ ଏଥର ନୂଆ କ୍ୟାପ୍ଟେନଙ୍କ ସହ ଆଇପିଏଲ ଖେଳିବାକୁ ଯାଉଛନ୍ତି। ପଞ୍ଜାବ କ୍ୟାପ୍ଟେନ ଭାବେ ମୟଙ୍କ ଅଗ୍ରୱାଲ ନିଯୁକ୍ତି ପାଇଥିବା ବେଳେ ବାଙ୍ଗାଲୋରର ଅଧିନାୟକ ଅଛନ୍ତି ଫାଫ ଡୁପ୍ଲେସିସ। ଏହି ମ୍ୟାଚ୍‌ରେ ମୟଙ୍କ ଅଗ୍ରୱାଲ ଟସ୍‌ ଜିତି ଆରସିବିକୁ ପ୍ରଥମେ ବ୍ୟାଟିଂ […]

toss

Hemant Lenka
  • Published: Sunday, 27 March 2022
  • , Updated: 27 March 2022, 07:26 PM IST

ମୁମ୍ବାଇ: ଚଳିତ ଆଇପିଏଲରେ ପ୍ରମଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗସ। ଦୁଇ ଦଳ ଆଜି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ପରସ୍ପରର ସାମ୍ନା କରିବେ। ଦୁଇ ଦଳ ଏଥର ନୂଆ କ୍ୟାପ୍ଟେନଙ୍କ ସହ ଆଇପିଏଲ ଖେଳିବାକୁ ଯାଉଛନ୍ତି। ପଞ୍ଜାବ କ୍ୟାପ୍ଟେନ ଭାବେ ମୟଙ୍କ ଅଗ୍ରୱାଲ ନିଯୁକ୍ତି ପାଇଥିବା ବେଳେ ବାଙ୍ଗାଲୋରର ଅଧିନାୟକ ଅଛନ୍ତି ଫାଫ ଡୁପ୍ଲେସିସ।

ଏହି ମ୍ୟାଚ୍‌ରେ ମୟଙ୍କ ଅଗ୍ରୱାଲ ଟସ୍‌ ଜିତି ଆରସିବିକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ଆରସିବି ପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱରେ ମ୍ୟାଚ୍‌ ଖେଳୁଥିଲା। ହେଲେ ଏଥର ବିରାଟ ଜଣେ ସାଧାରଣ ଖେଳାଳିଙ୍କ ଭଳି ଟିମ୍‌ରେ ରହିଛନ୍ତି।

ଆରସିବି ଆଜି ଅଧିନାୟକ ଡୁପ୍ଲେସିସିଙ୍କ ସହ ବିଦେଶୀ ଖେଳାଳି ଭାବେ ଦଳରେ ଏସ୍ ରଥରଫୋର୍ଡ, ଡାଭିଡ ୱିଲୀ ଓ ହସରଙ୍ଗାଙ୍କୁ ସ୍ଥାନ ଦେଇଛି। ଏହାବାଦ ଟିମରେ ଅନୁଜ ରାୱତ, ବିରାଟ କୋହଲି, ଦୀନେଶ କାର୍ତ୍ତିକ, ଶାହାବାଜ ଅହମଦ, ହର୍ଷଲ ପଟେଲ, ମହମ୍ମଦ ସିରାଜ ଓ ଆକାଶ ଦୀପ ରହିଛନ୍ତି।

ଅନ୍ୟପକ୍ଷରେ ମୟଙ୍କ ଅଗ୍ରୱାଲଙ୍କ ଟିମ୍‌ରେ ୩ ବିଦେଶୀ ଖେଳାଳି ଭାବେ ଲିଆମ ଲିଭିଙ୍ଗଷ୍ଟୋନ, ଭାନୁକା ରାଜପାକ୍ଷେ ଓ ଓଡେନ ସ୍ମିଥ ସ୍ଥାନ ପାଇଛନ୍ତି। ଅଣ୍ଡର ୧୯ ଖେଳାଳି ରାଜ ବାଜୱା ପ୍ରଥମଥର ପାଇଁ ଆଇପିଏଲ ଖେଳିବାକୁ ସୁଯୋଗ ପାଇଛନ୍ତି। ଏହାବାଦ ଶିଖର ଧୱନ, ଶାହାରୁଖ ଖାନ, ହରପ୍ରୀତ ବ୍ରାର, ଅର୍ଶଦୀପ ସିଂହ, ସନ୍ଦୀପ ଶର୍ମା ଓ ରାହୁଲ ଚହର ଦଳରେ ରହିଛନ୍ତି।

Related story