ଟସ୍ ଜିତିଲା ପଞ୍ଜାବ, ଜନ୍ମଦିନରେ ଗେଲ୍‌ ସ୍କ୍ୱାଡ୍‌ରୁ ଆଉଟ୍

ଦୁବାଇ: ଚଳିତ ଆଇପିଏଲର ୩୨ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ପଞ୍ଜାବ କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ। ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ପଞ୍ଜାବ କିଙ୍ଗସର କ୍ୟାପଟେନ୍ ଲୋକେଶ ରାହୁଲ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ସଞ୍ଜୁ ସାମସନଙ୍କ ରାଜସ୍ଥାନ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଉକ୍ତ ମ୍ୟାଚରେ ପଞ୍ଜାବ କ୍ରିସ୍ ଗେଲଙ୍କ ବିନା ଓହ୍ଲାଇବ। ଜନ୍ମଦିନରେ ଗେଲଙ୍କ ବାଦ୍ ପଡ଼ିବା ଫ୍ୟାନଙ୍କୁ ନିରାଶ କରିଛି। ଟିମର ଚାରିଜଣ ବିଦେଶୀ […]

ipl-match-32

Ranjit Kumar Jena
  • Published: Tuesday, 21 September 2021
  • , Updated: 21 September 2021, 07:20 PM IST

ଦୁବାଇ: ଚଳିତ ଆଇପିଏଲର ୩୨ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ପଞ୍ଜାବ କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ। ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ପଞ୍ଜାବ କିଙ୍ଗସର କ୍ୟାପଟେନ୍ ଲୋକେଶ ରାହୁଲ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ସଞ୍ଜୁ ସାମସନଙ୍କ ରାଜସ୍ଥାନ ଟିମ୍ ପ୍ରଥମେ ବ୍ୟାଟିଂ କରିବ।

ଉକ୍ତ ମ୍ୟାଚରେ ପଞ୍ଜାବ କ୍ରିସ୍ ଗେଲଙ୍କ ବିନା ଓହ୍ଲାଇବ। ଜନ୍ମଦିନରେ ଗେଲଙ୍କ ବାଦ୍ ପଡ଼ିବା ଫ୍ୟାନଙ୍କୁ ନିରାଶ କରିଛି। ଟିମର ଚାରିଜଣ ବିଦେଶୀ ଖେଳାଳି ଭାବେ ନିକୋଲାସ ପୁରନ୍, ଆଇଡେନ୍ ମର୍କରାମ, ଆଦିଲ୍ ରାଶିଦ୍ ଓ ଫାବିଆନ୍ ଆଲେନ ସ୍ଥାନ ପାଇଛନ୍ତି। ସେହିପରି ରାଜସ୍ଥାନ ଟିମ୍ ତା'ର ଷ୍ଟାର୍ ଖେଳାଳି ଜୋସ୍ ବଟଲର ଓ ବେନ୍ ଷ୍ଟୋକ୍ସଙ୍କ ବିନା ଖେଳୁଛି। ଟିମରେ ଏଭିନ୍ ଲୁଇସ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, କ୍ରିସ୍ ମୋରିସ୍ ଓ ମୁସ୍ତାଫିଜୁର ରେହମାନ ଆଦି ୪ ବିଦେଶୀଙ୍କୁ ସୁଯୋଗ ମିଳିଛି।

ରାଜସ୍ଥାନ ତା'ର ଶେଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଥିଲା। ସେହିପରି ପଞ୍ଜାବ ତା'ର ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାସ୍ତ ହୋଇଥିଲା। ତେବେ ଉଭୟ ପଞ୍ଜାବ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ପଞ୍ଜାବ ବିଜୟୀ ହୋଇଥିଲା। ଆଜି ରାଜସ୍ଥାନ ଏହାର ପ୍ରତିଶୋଧ ନେବାକୁ ଚାହିଁବ। ପଏଣ୍ଟ ଟେବୁଲରେ ରାଜସ୍ଥାନ ଷଷ୍ଠ ଏବଂ ପଞ୍ଜାବ ସପ୍ତମ ସ୍ଥାନରେ ରହିଛି।

https://twitter.com/IPL/status/1440309718786789386?s=20

ପଞ୍ଜାବ କିଙ୍ଗସ: ଲୋକେଶ ରାହୁଲ୍ (କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, ଆଇଡେନ୍ ମର୍କରାମ୍ ନିକୋଲାସ ପୁରନ୍, ଦୀପକ ହୁଡା, ଫାବିଆନ୍ ଆଲେନ୍, ଆଦିଲ୍ ରାଶିଦ୍, ଈଶାନ୍ ପୋରେଲ୍, ହରପ୍ରୀତ ବ୍ରାର୍, ଅର୍ଶଦୀପ ସିଂହ, ମହମ୍ମଦ ଶାମି।

ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୈସୱାଲ୍, ଏଭିନ୍ ଲୁଇସ୍, ସଞ୍ଜୁ ସାମସନ୍ (କ୍ୟାପଟେନ୍), ଲିଆମ୍ ଲିଭିଙ୍ଗଷ୍ଟୋନ୍, ମହିପାଲ୍ ଲୋମରର୍, ରିୟାନ୍ ପରାଗ, ରାହୁଲ୍ ତେୱାତିଆ, କ୍ରିସ୍ ମୋରିସ୍, ମୁସ୍ତାଫିଜୁର ରେହମାନ୍, ଚେତନ ସାକାରିଆ, କାର୍ତ୍ତିକ ତ୍ୟାଗୀ।

Related story