ପଞ୍ଜାବକୁ ୧୬୦ ରନ୍‌ର ଟାର୍ଗେଟ ଦେଲା ଦିଲ୍ଲୀ

ମୁମ୍ବାଇ: ପ୍ଲେଅଫ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟ ହରାଇ ମାତ୍ର ୧୫୯ ରନ୍‌ କରିପାରିଛି। ଫଳରେ ପଞ୍ଜାବ କିଙ୍ଗସକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୬୦ ରନ୍‌ର ଟାର୍ଗେଟ ମିଳିଛି। ମିଚେଲ ମାର୍ଶଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ଓ ଆରମ୍ଭରୁ ସର୍ଫରାଜ ଖାନଙ୍କ ୧୬ ବଲରେ ୩୨ ରନ୍‌କୁ ଛାଡ଼ି ଦେଲେ ଦିଲ୍ଲୀର ଆଉ କୌଣସି ବ୍ୟାଟର ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଡିୱାଇ ପାଟିଲ ଷ୍ଟାଡିମୟରେ ଖେଳା ଯାଉଥିବା ଏହି […]

Mitchel

Mitchel

Hemant Lenka
  • Published: Monday, 16 May 2022
  • Updated: 16 May 2022, 09:24 PM IST

Sports

Latest News

ମୁମ୍ବାଇ: ପ୍ଲେଅଫ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟ ହରାଇ ମାତ୍ର ୧୫୯ ରନ୍‌ କରିପାରିଛି। ଫଳରେ ପଞ୍ଜାବ କିଙ୍ଗସକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୬୦ ରନ୍‌ର ଟାର୍ଗେଟ ମିଳିଛି। ମିଚେଲ ମାର୍ଶଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ଓ ଆରମ୍ଭରୁ ସର୍ଫରାଜ ଖାନଙ୍କ ୧୬ ବଲରେ ୩୨ ରନ୍‌କୁ ଛାଡ଼ି ଦେଲେ ଦିଲ୍ଲୀର ଆଉ କୌଣସି ବ୍ୟାଟର ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି।

ଡିୱାଇ ପାଟିଲ ଷ୍ଟାଡିମୟରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ପଞ୍ଜାବ ଅଧିନାୟକ ମୟଙ୍କ ଅଗ୍ରୱାଲ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ ପ୍ରଥମ ଓଭରର ପ୍ରଥମ ବଲ୍‌ରେ ଡାଭିଡ ୱାର୍ଣ୍ଣର(୦) ଲିଆମ ଲିଭିଙ୍ଗଷ୍ଟୋନ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଏହାପରେ ସର୍ଫରାଜ ଖାନ ଓ ମିଚେଲ ମାର୍ଶ ଦ୍ରୁତଗତିରେ ରନ ସଂଗ୍ରହ କରିବା ସହ ଦ୍ୱିତୀୟ ୱିକେଟ ପାଇଁ ୫୧ ରନ୍‌ ଯୋଡ଼ିଥିଲେ। ବିଶେଷ କରି ସର୍ଫରାଜ ଜବରଦସ୍ତ ବ୍ୟାଟିଂ କରିଥିଲେ। ତେବେ ଦଳୀୟ ସ୍କୋର ୫୧ ଥିବା ବେଳେ ବଡ଼ ଶଟ୍‌ ଖେଳିବା ଲୋଭରେ ସର୍ଫରାଜ ୧୬ ବଲରେ ୩୧ ରନ୍‌ କରି ଅର୍ଶଦୀପ ସିଂହଙ୍କ ବଲରେ ଆଉଟ ହୋଇ ଯାଇଥିଲେ।

ଲଲିତ ଯାଦବ(୨୪) ଅର୍ଶଦୀପଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଅଧିନାୟକ ଋଷଭ ପନ୍ତ(୭) ଓ ବିସ୍ଫୋରକ ରୋଭମାନ ପାୱେଲ(୨)ଙ୍କୁ ଲିଭିଙ୍ଗଷ୍ଟୋନ ପ୍ୟାଭିଲିୟନ ପଠାଇ ଦିଲ୍ଲୀ ବ୍ୟାଟିଂ ଲାଇନଅପ୍‌କୁ ଛିନଛତ୍ର କରି ଦେଇଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ମାର୍ଶ ବେଶ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ।

ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତାଙ୍କୁ କିଛି ସମୟ ପାଇଁ ଅକ୍ଷର ପଟେଲ ଭରପୂର ସହଯୋଗ କରିଥିଲେ। କିନ୍ତୁ ୧୮.୨ ଓଭର୍‌ରେ ମାର୍ଶ ବଡ଼ ଶଟ ଖେଳିବା ଲୋଭରେ କାଗିସୋ ରବାଡାଙ୍କ ବଲରେ ଆଉଟ ହୋଇଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ୪୮ ବଲରେ ୬୩ ରନ୍ କରିଥିଲେ।

ଏହି ଇନିଂସରେ ସେ ୪ଟି ଚୌକା ଓ ୩ଟି ଛକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର ୩ ରନ୍‌ କରି ଆଉଟ ହୋଇଥିବା ବେଳେ ବେଳେ ଅକ୍ଷର ପଟେଲ ଶେଷ ଯାଏ ୧୭ ରନ୍‌ କରି ଅପରାଜିତ ରହିଥିଲେ। ତାଙ୍କ ସହ କୁଲଦୀପ ଯାଦବ ମଧ୍ୟ ୨ ରନ୍‌ କରି ଶେଷ ଯାଏ ରହିଥିଲେ। ଏହି ଛୋଟ ଛୋଟ ଇନିଂସ ଆଧାରରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୫୯ ରନ୍‌ କରିବାକୁ ସକ୍ଷମ ହୋଇଛି।
ପଞ୍ଜାବ ପକ୍ଷରୁ ଲିଭିଙ୍ଗଷ୍ଟୋନ ଓ ଅର୍ଶଦୀପ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ରବାଡାଙ୍କୁ ଗୋଟିଏ ସଫଳତା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos