ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ: ରେକର୍ଡ ବୁକରେ ଅଶ୍ୱିନଙ୍କ ଠାରୁ ଆରମ୍ଭ କରି ଲାବୁଶେନ

ନୂଆଦିଲ୍ଲୀ: ଶେଷ ହୋଇଛି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପ୍ରଥମ ସଂସ୍କରଣ। ଟିମ୍‌ ଇଣ୍ଡିଆକୁ ହରାଇ କେନ୍‌ ୱିଲିୟମସନଙ୍କ ନ୍ୟୁଜିଲ୍ୟାଣ୍ଡ ବନିଛି ଟେଷ୍ଟ କ୍ରିକେଟର ନୂଆ ଚାମ୍ପିୟନ। ଦୀର୍ଘ ୨ ବର୍ଷ ଧରି ଏକାଧିକ ଟେଷ୍ଟ ସରିଜ ଓ ଲଢ଼େଇ ପରେ ଦୁଇଟି ଶ୍ରେଷ୍ଠ ଦଳ ଫାଇନାଲକୁ ଯାଇଥିଲେ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟୁର୍ଣ୍ଣାମେଣ୍ଟରେ ଅନେକ ଖେଳାଳି ସେମାନଙ୍କ ନାଁକୁ ରେକର୍ଡ ବୁକରେ ସାମିଲ କରିବାରେ ସକ୍ଷମ ହୋଇଛନ୍ତି। ଚାମ୍ପିୟନଶିପରେ ସର୍ବାଧିକ ୱିକେଟ ରବିଚନ୍ଦ୍ରନ ଅଶ୍ୱିନ ନେଇଥିବା […]

WTC

Hemant Lenka
  • Published: Thursday, 24 June 2021
  • , Updated: 24 June 2021, 08:38 PM IST

ନୂଆଦିଲ୍ଲୀ: ଶେଷ ହୋଇଛି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପ୍ରଥମ ସଂସ୍କରଣ। ଟିମ୍‌ ଇଣ୍ଡିଆକୁ ହରାଇ କେନ୍‌ ୱିଲିୟମସନଙ୍କ ନ୍ୟୁଜିଲ୍ୟାଣ୍ଡ ବନିଛି ଟେଷ୍ଟ କ୍ରିକେଟର ନୂଆ ଚାମ୍ପିୟନ। ଦୀର୍ଘ ୨ ବର୍ଷ ଧରି ଏକାଧିକ ଟେଷ୍ଟ ସରିଜ ଓ ଲଢ଼େଇ ପରେ ଦୁଇଟି ଶ୍ରେଷ୍ଠ ଦଳ ଫାଇନାଲକୁ ଯାଇଥିଲେ।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟୁର୍ଣ୍ଣାମେଣ୍ଟରେ ଅନେକ ଖେଳାଳି ସେମାନଙ୍କ ନାଁକୁ ରେକର୍ଡ ବୁକରେ ସାମିଲ କରିବାରେ ସକ୍ଷମ ହୋଇଛନ୍ତି। ଚାମ୍ପିୟନଶିପରେ ସର୍ବାଧିକ ୱିକେଟ ରବିଚନ୍ଦ୍ରନ ଅଶ୍ୱିନ ନେଇଥିବା ବେଳେ ସବୁଠାରୁ ଅଧିକ ରନ୍‌ କରିବାର ରେକର୍ଡ ମାର୍ନସ ଲାବୁଶେନଙ୍କ ନାଁରେ ରହିଛି।

[caption id="" align="aligncenter" width="1440"] ରବି ଅଶ୍ୱିନ[/caption]

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ସର୍ବାଧିକ ୱିକେଟ ଦଖଲକାରୀ

ନିକଟରେ ଶେଷ ହୋଇଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ସଂସ୍କରଣରେ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଫାଇନଲ ଟେଷ୍ଟର ଶେଷ ଦିନରେ ୨ଟି ୱିକେଟ ନେଇ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସଙ୍କୁ ପଛରେ ପକାଇ ଦେଇଛନ୍ତି। ଅଶ୍ୱିନ ୧୪ଟି ମ୍ୟାଚରେ ୭୧ଟି ୱିକେଟ ନେଇଥିବା ବେଳେ ପ୍ୟାଟ ସମାନ ସଂଖ୍ୟକ ମ୍ୟାଚ୍ରେ ୭୦ଟି ଓ ଷ୍ଟୁଆର୍ଟ ବ୍ରଡ ୬୯ଟି ୱିକେଟ ନେଇ ତୃତୀୟ ସ୍ଥାନରେ ରହିଛନ୍ତି।

[caption id="" align="aligncenter" width="891"] ମାର୍ନସ ଲାବୁଶେନ[/caption]

ସର୍ବାଧିକ ରନ ହାସଲକାରୀ କ୍ରିକେଟର

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ସଂସ୍କରଣରେ ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ ମାର୍ନସ ଲାବୁଶେନ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି। ସେ ୨୩ଟି ଇନିଂସରେ ୧୬୭୫ ରନ୍ କରି ଅଭିଯାନ ଶେଷ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୭୨.୮୨ ରହିଛି। ଏଥିରେ ୫ଟି ଶତକ ଓ ୯ଟି ଅର୍ଦ୍ଧଶତକ ରହିଛି। ଜୋ ରୁଟ ୩୭ଟି ଇନିଂସରେ ୧୬୬୦ ଓ ଷ୍ଟିଭ ସ୍ମିଥ ୨୨ଟି ଇନିଂସରେ ୧୩୪୧ ରନ୍ କରି ଯଥାକ୍ରମେ ୨ୟ ଏବଂ ୩ୟ ସ୍ଥାନରେ ରହିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଲାବୁଶେନ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିପାରିଛନ୍ତି।

[caption id="" align="aligncenter" width="806"] କାୟେଲ ଜାମିସନ[/caption]

ସର୍ବାଧିକ ୫ଟି ୱିକେଟ ନେଇଥିବା ଖେଳାଳୀ

ନ୍ୟୁଜିଲ୍ୟାଣ୍ଡ ଅଲରାଉଣ୍ଡର କାୟେଲ ଜାମିସନ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ସର୍ବାଧିକ ଥର ୫ ୱିକେଟ ଦଖଲ କରିଥିବା ରେକର୍ଡ ନିଜ ନାଁରେ କରିଛନ୍ତି। ୨୦୨୦ରେ ଡେବ୍ୟୁ କରି ବର୍ତ୍ତମାନ ସୁଦ୍ଧା ୮ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ଜାମିସନ ୪୧ଟି ୱିକେଟ ନେଇ ସାରିଲେଣି। ସେ ଭାରତ ବିପକ୍ଷ ଫାଇନାଲରେ ମଧ୍ୟ ୭ଟି ୱିକେଟ ଦଖଲ କରିଥିଲେ।

[caption id="" align="aligncenter" width="859"] ଜୋ ରୁଟ୍‌[/caption]

ସବୁଠାରୁ ଅଧିକ କ୍ୟାଚ କିଏ ଧରିଛନ୍ତି

ଇଂଲଣ୍ଡ କ୍ୟାପ୍ଟେନ ଜୋ ରୁଟ ସର୍ବାଧିକ କ୍ୟାଚ୍‌ ଧରିବାର ରେକର୍ଡ କରିଛନ୍ତି। ସେ ମୋଟ ୨୦ଟି ମ୍ୟାଚରେ ୩୪ଟି କ୍ୟାଚ ଧରି କୀର୍ତ୍ତିମାନ ସ୍ଥାନ କରିଛନ୍ତି। ସେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ୩ଟି କ୍ୟାଚ୍‌ ଧରିଛନ୍ତି।

Related story