ଷ୍ଟେନଙ୍କୁ ପଛରେ ପକାଇ ନୂଆ ରେକର୍ଡର ଅଧିକାରୀ ହେଲେ ଅଶ୍ୱିନ

ବେଙ୍ଗାଲୁରୁ: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଏବେ ସେ ଡେଲ ଷ୍ଟେନଙ୍କୁ ପଛରେ ପକାଇ ବିଶ୍ୱର ସର୍ବାଧିକ ଟେଷ୍ଟ ୱିକେଟ ଦଖଲକାରୀ ଖେଳାଳିଙ୍କ ତାଲିକାର ୮ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଅଶ୍ୱିନ ଆଜି ଶ୍ରୀଲଙ୍କା ବିପକ୍ଷ ପିଙ୍କ ବଲ ଟେଷ୍ଟର ତୃତୀୟ ଦିନରେ ଧନଞ୍ଜୟ ଡି ସିଲଭାଙ୍କୁ ଆଉଟ କରି ଏପରି ରେକର୍ଡ କରିଛନ୍ତି। ଏବେ ଟେଷ୍ଟରେ ଅଶ୍ୱିନଙ୍କ ୱିକେଟ ସଂଖ୍ୟା ୪୪୦ରେ ପହଞ୍ଚି ଯାଇଛି। ଅଶ୍ୱିନଙ୍କ ଉପରେ ପୂର୍ବରୁ […]

ashwin

Hemant Lenka
  • Published: Monday, 14 March 2022
  • , Updated: 14 March 2022, 04:28 PM IST

ବେଙ୍ଗାଲୁରୁ: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଏବେ ସେ ଡେଲ ଷ୍ଟେନଙ୍କୁ ପଛରେ ପକାଇ ବିଶ୍ୱର ସର୍ବାଧିକ ଟେଷ୍ଟ ୱିକେଟ ଦଖଲକାରୀ ଖେଳାଳିଙ୍କ ତାଲିକାର ୮ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଅଶ୍ୱିନ ଆଜି ଶ୍ରୀଲଙ୍କା ବିପକ୍ଷ ପିଙ୍କ ବଲ ଟେଷ୍ଟର ତୃତୀୟ ଦିନରେ ଧନଞ୍ଜୟ ଡି ସିଲଭାଙ୍କୁ ଆଉଟ କରି ଏପରି ରେକର୍ଡ କରିଛନ୍ତି। ଏବେ ଟେଷ୍ଟରେ ଅଶ୍ୱିନଙ୍କ ୱିକେଟ ସଂଖ୍ୟା ୪୪୦ରେ ପହଞ୍ଚି ଯାଇଛି। ଅଶ୍ୱିନଙ୍କ ଉପରେ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଷ୍ଟେନ (୩୩୯ ୱିକେଟ) ରହିଥିଲେ।

ଅଶ୍ୱିନ ଏବେ ୪୦୦ ୱିକେଟ ଦଖଲ କରିଥିବା ଖେଳାଳିଙ୍କ କ୍ଲବରେ ନିଜକୁ ସାମିଲ କରିଛନ୍ତି। ସେହିପରି ସେ ଲିଜେଣ୍ଡାରୀ ବୋଲର କର୍ଟନୀ ୱାଲ୍ସ(୫୧୯)ଙ୍କ ଠାରୁ ୭୯ଟି ୱିକେଟ ପଛରେ ରହିଛନ୍ତି।

ଅଶ୍ୱିନ ମାତ୍ର ୮୭ଟି ଟେଷ୍ଟରେ ଏହି ସଫଳତା ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ଦଖଲ କରିଥିବା ତାଲିକାର ୧ନଂ ସ୍ଥାନରେ ମୁଥିଆ ମୁରଲୀଧରନ ରହିଛନ୍ତି। ସେ ୧୩୩ ଟେଷ୍ଟରେ ୮୦୦ ୱିକେଟ ନେଇଛନ୍ତି। ତାଙ୍କ ପଛକୁ ଶେନ ୱାର୍ଣ୍ଣ ୧୪୫ ଟେଷ୍ଟରେ ୭୦୮ ୱିକେଟ, ତୃତୀୟରେ ଜେମ୍ସ ଆଣ୍ଡରସନ(୧୬୯ ଟେଷ୍ଟରେ ୬୪୦), ୪ର୍ଥରେ ଅନୀଲ କୁମ୍ବଲେ(୧୩୨ ଟେଷ୍ଟରେ ୬୧୯), ୫ମରେ ଗ୍ଲେନ ମ୍ୟାଗ୍ରାଥ(୧୨୪ ଟେଷ୍ଟରେ ୫୬୩), ୬ଷ୍ଠରେ ଷ୍ଟୁଆର୍ଟ ବ୍ରଡ(୧୫୨ ଟେଷ୍ଟରେ ୫୩୭), ୭ମରେ କର୍ଟନୀ ୱାଲ୍ସ(୧୩୨ ଟେଷ୍ଟରେ ୫୧୯) ରହିଛନ୍ତି।


ଶ୍ରୀଲଙ୍କା ବିପକ୍ଷ ପିଙ୍କ ବଲ ଟେଷ୍ଟ କଥା ବିଚାରକୁ ନେଲେ ଅଶ୍ୱିନ ପ୍ରଥମ ଇନିଂସରେ ୨ଟି ୱିକେଟ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ମଧ୍ୟ ଏଯାଏ ୨ଟି ୱିକେଟ ନେଇଛନ୍ତି। ଶ୍ରୀଲଙ୍କାର ଆହୁରି ୬ ଜଣ ବ୍ୟାଟର ଅଛନ୍ତି। ତେଣୁ ଆଗକୁ ଅଶ୍ୱିନ ଆହୁରି ୱିକେଟ ଦଖଲ କରିବେ ବୋଲି ଆଶା କରାଯାଉଛି।

Related story