ଆଇପିଏଲ ପାଇଁ ବାହାଘର ସ୍ଥଗିତ କଲେ ପାଟିଦାର

ନୂଆଦିଲ୍ଲୀ: ଆଇପିଏଲ ଇତିହାସର ଅନ୍ୟତମ ଶ୍ରେଷ୍ଠ ଇନିଂସ ଖେଳି ୨୮ ବର୍ଷୀୟ ରଜତ ପାଟିଦାର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରିଛନ୍ତି। ସେ ୫୪ ବଲରେ ଅପରାଜିତ ୧୧୨ ରନ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ କ୍ୱାଲିଫାୟରରେ ପହଞ୍ଚାଇଛନ୍ତି। ପାଟିଦାରଙ୍କ ଏହି ବିସ୍ଫୋରକ ଇନିଂସକୁ ଆରିସିବି ସବୁଦିନ ପାଇଁ ମନେ ରଖିବ। କାରଣ ଏହି ଇନିଂସ ପାଇଁ ପାଟିଦର ଅନେକ କିଛି ତ୍ୟାଗ କରିଛନ୍ତି। ବିରାଟ କୋହଲି ମଧ୍ୟ ପାଟିଦାରଙ୍କୁ ପ୍ରଶଂସା କରି ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି […]

RCB

RCB

Hemant Lenka
  • Published: Thursday, 26 May 2022
  • Updated: 26 May 2022, 06:56 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ ଇତିହାସର ଅନ୍ୟତମ ଶ୍ରେଷ୍ଠ ଇନିଂସ ଖେଳି ୨୮ ବର୍ଷୀୟ ରଜତ ପାଟିଦାର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରିଛନ୍ତି। ସେ ୫୪ ବଲରେ ଅପରାଜିତ ୧୧୨ ରନ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ କ୍ୱାଲିଫାୟରରେ ପହଞ୍ଚାଇଛନ୍ତି। ପାଟିଦାରଙ୍କ ଏହି ବିସ୍ଫୋରକ ଇନିଂସକୁ ଆରିସିବି ସବୁଦିନ ପାଇଁ ମନେ ରଖିବ। କାରଣ ଏହି ଇନିଂସ ପାଇଁ ପାଟିଦର ଅନେକ କିଛି ତ୍ୟାଗ କରିଛନ୍ତି। ବିରାଟ କୋହଲି ମଧ୍ୟ ପାଟିଦାରଙ୍କୁ ପ୍ରଶଂସା କରି ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ତାଙ୍କୁ କହିବାକୁ ପଛାଇ ନାହାନ୍ତି।

ଏସବୁ ଭିତରେ ପାଟିଦାରଙ୍କୁ ନେଇ ଗୋଟିଏ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ସେ କ୍ରିକେଟ ଓ ଆଇପିଏଲ ପାଇଁ ଏତେ ପାଗଳ ଥିଲେ ଯେ ନିଜ ବାହାଘରକୁ ମଧ୍ୟ ସ୍ଥଗିତ ରଖିବାକୁ ପଛାଇ ନଥିଲେ। ଆଇପିଏଲ ମେଗା ନିଲାମରେ ତାଙ୍କୁ କୌଣସି ଦଳ ନ କିଣିବାରୁ ଘର ଲୋକ ତାଙ୍କର ବାହାଘର ଠିକ୍‌ କରିଥିଲେ। ମେ’ ମାସରେ ପାଟିଦାର ହାତକୁ ଦି’ ହାତ ହେବାର ଥିଲା। ୨୦୨୧ରେ ସେ ଆରସିବି ପାଇଁ ୪ଟି ମ୍ୟାଚ ଖେଳି ୭୧ ରନ୍‌ କରିଥିଲେ। ଫେବୃଆରୀରେ ହୋଇଥିବା ମେଗା ନିଲାମ ପୂର୍ବରୁ ଆରସିବି ତାଙ୍କୁ ରିଟେନ କରି ନଥିଲା। ଆଶା ଥିଲା ନିଲାମ ବେଳେ ଆରସିବି ତାଙ୍କୁ କିଣିବ। କିନ୍ତୁ ଦଳ ତାଙ୍କୁ କିଣିବାକୁ କୌଣସି ଆଗ୍ରହ ଦେଖାଇ ନଥିଲା। ଫଳରେ ସେ ମେଗା ନିଲାମରେ ଅନସୋଲ୍ଡ ହୋଇ ରହିଥିଲେ।

ଏଥିଯୋଗୁ ତାଙ୍କୁ ବାହାଘର ମେ’ ମାସରେ ଠିକ୍‌ ହୋଇଥିଲା। କିନ୍ତୁ ଆରସିବି ଦଳର ଲବନୀତ ସିସୋଦିୟା ଆହତ ହେବାରୁ ଆଇପିଏଲର ଠିକ୍‌ ପୂର୍ବରୁ ଆରସିବି ପାଟିଦାରଙ୍କୁ ଯୋଗାଯୋଗ କରିଥିଲା। ଏଥିସହ ୨୦ ଲକ୍ଷ ଟଙ୍କାରେ ତାଙ୍କୁ କିଣିଥିଲା। ତେଣୁ ସେ ବାହାଘର ପୂର୍ବରୁ ଆଇପିଏଲ ଖେଳିବା ପାଇଁ ମୁମ୍ବାଇ ଚାଲି ଆସିଥିଲେ। ଫଳରେ ତାଙ୍କ ବାହାଘର ସ୍ଥଗିତ ରହିଥିଲା।

ଏ ସମ୍ପର୍କରେ ପାଟିଦାରଙ୍କ ବାପା ମନୋହର କହିଛନ୍ତି, “ମେ’ ୯ରେ ପୁଅର ବାହାଘର ଯୋଜନା ରହିଥିଲା। ଏଥିପାଇଁ ଇନ୍ଦୋରରେ ଗୋଟିଏ ହୋଟେଲ ବୁକ ମଧ୍ୟ କରିଥିଲି। ସବୁ କିଛି ଯୋଜନା ଅନୁସାରେ ଚାଲିଥିବା ବେଳେ ଆରସିବି ପକ୍ଷରୁ ମୋ ପୁଅକୁ ଡକରା ଆସିଥିଲା। ତେଣୁ ଆମେ ବାଧ୍ୟ ହୋଇ ବାହାଘରକୁ ସ୍ଥଗିତ ରଖିଥିଲୁ। ବାହାଘର ବହୁତ କମ ଲୋକଙ୍କୁ ନେଇ ହେବାର ଥିଲା। ତେଣୁ ଆମେ କାର୍ଡ ପ୍ରିଣ୍ଟ କରି ନଥିଲୁ। ଏବେ ଆମେ ଜୁଲାଇ ମାସ ଯାଏ ବୁକିଂକୁ ଘୁଞ୍ଚାଇ ଦେଇଛୁ।”

ମଧ୍ୟପ୍ରଦେଶରୁ ଘରୋଇ କ୍ରିକେଟ ଖେଳୁଥିବା ପାଟିଦାର ଜୁଲାଇ ମାସରେ ରତଲାମର ଯୁବତୀଙ୍କୁ ବିବାହ କରିବେ। କାରଣ ଜୁନ୍ ୬ରୁ ସେ ମଧ୍ୟପ୍ରଦେଶ ଓ ପଞ୍ଜାବ ମଧ୍ୟରେ ଆରମ୍ଭ ହେବାକୁ ଥିବା ରଣଜୀ ଟ୍ରଫି କ୍ୱାର୍ଟରଫାଇନାଲ ମ୍ୟାଚ୍‌ ଖେଳିବେ। ଏହାପରେ ହିଁ ତାଙ୍କ ବାହାଘର ହେବ।

ପାଟିଦାର ଏଯାଏ ୩୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌, ୪୩ଟି ଲିଷ୍ଟ ଏ ଓ ୩୮ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଆରସିବି ପାଇଁ ସେ ୭ଟି ମ୍ୟାଚ ଖେଳି ମୋଟ ୨୭୫ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ୍‌ ୧୫୬ ଠାରୁ ଅଧିକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story