ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ସ୍ପିନର ରମେଶ ପାୱାର ପୁଣିଥରେ ଭାରତୀୟ ମହିଳା କ୍ରିକେଟ୍ ଟିମର କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି । ମଦନ ଲାଲଙ୍କ ଅଧ୍ୟକ୍ଷତାରେ କ୍ରିକେଟ୍ ଆଡଭାଇଜରୀ କମିଟି (ସିଏସି) ତାଙ୍କ ନାମ ସୁପାରିସ୍ କରିଥିଲା । ଏହି ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ଆବେଦନ କରିଥିଲେ । କିନ୍ତୁ ଚୂଡ଼ାନ୍ତ ତାଲିକାରେ ୪ ଜଣ ପୁରୁଷ ଓ ୪ ଜଣ ମହିଳା ପ୍ରାର୍ଥୀ ରହିଥିଲେ ।
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏପ୍ରିଲ୍ ୧୩ ତାରିଖରେ ମହିଳା ଟିମର ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ ବିଜ୍ଞପ୍ତି ଜାରି କରିଥିଲା । ପାୱାର ପୂର୍ବରୁ ମଧ୍ୟ ମହିଳା ଟିମକୁ କୋଚିଂ ଦେଇଛନ୍ତି । ରମେଶ ଭାରତ ପକ୍ଷରୁ ୨ଟି ଟେଷ୍ଟ ଓ ୩୧ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ସେ ଟେଷ୍ଟରେ ୬ଟି ଓ ଦିନିକିଆରେ ୩୪ଟି ୱିକେଟ୍ ନେଇଛନ୍ତି । ଦିନିକିଆରେ ଗୋଟିଏ ଅର୍ଦ୍ଧଶତକ ସହ ସେ ୧୬୩ ରନ୍ କରିଛନ୍ତି । ସେ ନିଜ କ୍ୟାରିୟରରେ ୧୪୮ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୪୭୦ ୱିକେଟ୍ ହାସଲ କରିଛନ୍ତି ।
ପାୱାର ୨୦୧୮ ଜୁଲାଇ ମାସରେ ମହିଳା ଦଳର କୋଚ୍ ହୋଇଥିଲେ । ତାଙ୍କ କୋଚିଂରେ ଭାରତୀୟ ମହିଳା ଟିମ୍ ୨୦୧୮ ରେ ଟି-୨୦ ୱାର୍ଲ୍ଡ କପର ସେମିଫାଇନାଲରେ ପହଞ୍ଚିଥିଲା ଏବଂ ତାଙ୍କ ପ୍ରଶିକ୍ଷଣରେ ଭାରତ ଲଗାତର ୧୪ ଟି-୨୦ ମ୍ୟାଚ୍ ଜିତିଥିଲା ।
https://twitter.com/BCCIWomen/status/1392810304371761152?s=20
ବିସିସିଆଇ ବିଜ୍ଞପ୍ତି ଅନୁଯାୟୀ, ଆବେଦକଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଭାରତ କିମ୍ବା ଅନ୍ୟ କୌଣସି ଦେଶର ପ୍ରତିନିଧିତ୍ୱ କରିଥିବା ଦରକାର । ନଚତେ୍ ଏନସିଏ ଲେଭଲ୍ ‘ସି’ ଦ୍ୱାରା ସାର୍ଟିଫାଏଡ୍ କୋଚ୍ ହୋଇଥିବା ଜରୁରୀ । କୌଣସି ପ୍ରତିଷ୍ଠିିତ ସଂଗଠନ/ସଂସ୍ଥା ଦ୍ୱାରା ସାର୍ଟିଫାଏଡ୍ ଓ ଅତି କମରେ ୫୦ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଦାର ଦରକାର । ଜଣେ ବ୍ୟକ୍ତି, ଯାହା ପାଖରେ ଅତି କମରେ ଦୁଇଟି ସିଜନ୍ ଧରି କୌଣସି ଏକ ଟି-୨୦ ଫ୍ରାଞ୍ଚାଇଜିକୁ କୋଚିଂ ଦେବା କିମ୍ବା ଗୋଟିଏ ସିଜନ୍ ପାଇଁ କୌଣସି ଅନ୍ତର୍ଜାତୀୟ ଟିମକୁ କୋଚିଂ ଦେବାର ଅଭିଜ୍ଞତା ଥିବ, ସେମାନେ ହିଁ ଏହି ପଦବ ପାଇଁ ଆବେଦନ କରିପାରିବେ।
୨୦୧୮ ମସିହା, ଡିସେମ୍ବର ମାସୟରେ ରମଣଙ୍କୁ ଭାରତୀୟ ମହିଳା ଦଳର କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା । ତାଙ୍କ କାର୍ଯ୍ୟକାଳରେ ଭାରତୀୟ ମହିଳା ଟିମ୍ ଟି-୨୦ ୱାର୍ଲ୍ଡ କପ୍-୨୦୨୦ର ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ଟାଇଟଲ୍ ଜିତିବାରୁ ବଞ୍ଚିତ ହୋଇଥିଲା । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ ଫାଇନାଲ୍ ମୁକାବିଲାରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଥିଲା । ତେବେ ମାର୍ଚ୍ଚ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ହାରିବା ପରେ ରମଣଙ୍କ କୋଚ୍ ପଦ ବିପଦରେ ପଡ଼ିଯାଇଥିଲା ।