ରାଶିଦ୍ ଖାନଙ୍କୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ: ଆଫଗାନିସ୍ତାନର ଷ୍ଟାର୍ ଲେଗ୍ ସ୍ପିନର୍ ରାଶିଦ୍ ଖାନଙ୍କୁ ମିଳିଲା ବଡ଼ ଉପହାର। ଆଗାମୀ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ରାଶିଦ୍ ଖାନଙ୍କୁ ଆଫଗାନିସ୍ତାନ ଜାତୀୟ ଟି-୨୦ ଦଳର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଛି। ସେହିପରି ନାଜିବୁଲ୍ଲା ଜର୍ଦ୍ଦାନ ଟିମର ଭାଇସ୍ କ୍ୟାପଟେନ୍ କରାଯାଇଛି। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ମଧ୍ୟରେ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ। All-rounder @rashidkhan_19 has been appointed the T20I captain & @iamnajibzadran as V-captain. Rashid, […]

rashid-khan

Ranjit Kumar Jena
  • Published: Tuesday, 06 July 2021
  • , Updated: 06 July 2021, 09:56 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନର ଷ୍ଟାର୍ ଲେଗ୍ ସ୍ପିନର୍ ରାଶିଦ୍ ଖାନଙ୍କୁ ମିଳିଲା ବଡ଼ ଉପହାର। ଆଗାମୀ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ରାଶିଦ୍ ଖାନଙ୍କୁ ଆଫଗାନିସ୍ତାନ ଜାତୀୟ ଟି-୨୦ ଦଳର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଛି। ସେହିପରି ନାଜିବୁଲ୍ଲା ଜର୍ଦ୍ଦାନ ଟିମର ଭାଇସ୍ କ୍ୟାପଟେନ୍ କରାଯାଇଛି। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ମଧ୍ୟରେ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ।

https://twitter.com/ACBofficials/status/1412384409496477698?s=20

ଟି-୨୦ ଅନ୍ତର୍ଜାତୀୟ ବୋଲିଂ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ଥିବା ରାଶିଦ୍ ପୂର୍ବରୁ ଜାତୀୟ ଦଳର ନେତୃତ୍ୱ ନେବାକୁ ମନା କରିଥିଲେ। ସେ କହିଥିଲେ ଯେ ଟିମର ନେତୃତ୍ୱ ନେବା ତୁଳନାରେ ଜଣେ ଖେଳାଳି ଭାବେ ନିଜକୁ ପ୍ରତିଷ୍ଠିତ କରାଇବାକୁ ଚାହାନ୍ତି। ୨୨ ବର୍ଷୀୟ ରାଶିଦଙ୍କୁ ଜୁଲାଇ, ୨୦୨୨ରେ ସବୁ ଫର୍ମାଟର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଥିଲା, କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ଏକମାତ୍ର ଟେଷ୍ଟ ଓ ଦିନିକିଆ ସିରିଜରେ ଆଫଗାନିସ୍ତାନର ପରାଜୟ ପରେ ଡିସେମ୍ବରରେ ଅସଗର ଆଫଗାନ୍ ତାଙ୍କ ସ୍ଥାନ ନେଇଥିଲେ।

https://twitter.com/rashidkhan_19/status/1412404354099912707?s=20

ଏବେ ପୁଣିଥରେ ରାଶିଦଙ୍କୁ କ୍ୟାପଟେନ୍ ପଦ ମିଳିଛି। ଏ ନେଇ ସେ କହିଛନ୍ତି, ଆଫଗାନିସ୍ତାନ ହିଁ ମୋତେ ରାଶିଦ୍ ଖାନ୍ ନାଁର ପରିଚୟ ଦେଇଛି ଏବଂ ଦେଶ ଓ ଟିମର ସେବା କରିବାର ମୋର ନୈତିକ ଦାୟିତ୍ୱ। ମୋତେ କ୍ୟାପଟେନ୍ ଭାବେ ନିଯୁକ୍ତ କରିଥିବାରୁ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡକୁ ଧନ୍ୟବାଦ ଜଣାଉଛି।

ସୂଚନାଯୋଗ୍ୟ, ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ଗ୍ରୁପ୍-ବି'ରେ ସ୍ଥାନ ପାଇଛି। ଏହି ଗ୍ରୁପରେ ଇଂଲଣ୍ଡ, ଭାରତ ଓ ଦକ୍ଷିଣ ଆଫ୍ରିକା ଭଳି ଟିମ୍ ରହିଛନ୍ତି। ବାକି ଦୁଇଟି ଟିମ୍ କ୍ୱାଲିଫାୟର୍ ଆଧାରରେ ଚୟନ ହେବେ। ଟି-୨୦ ବିଶ୍ୱକପର ଆୟୋଜନ ଭାରତ ବଦଳରେ ୟୁଏଇରେ ହେବ।

Related story