ବୁମ୍ରାଙ୍କ ଆଗରେ ଛୋଟ ପିଲା ଭଳି କାନ୍ଦୁଥିଲେ ଆଣ୍ଡରସନ୍! ଆଉ ତା’ପରେ...

ଲଣ୍ଡନ: ଟିମ୍ ଇଣ୍ଡିଆ ଲର୍ଡ୍ସ ଟେଷ୍ଟରେ ଇଂଲଣ୍ଡକୁ ୧୫୧ ରନରେ ପରାସ୍ତ କରିଥିଲା। ଭାରତର ଏହି ଦମଦାର ବିଜୟ କେବଳ ଇଂଲଣ୍ଡ ନୁହେଁ ବରଂ ଭାରତୀୟ ଫ୍ୟାନଙ୍କୁ ମଧ୍ୟ ଚକିତ କରିଦେଇଥିଲା। ଏହି ମ୍ୟାଚରେ ଏକ ସମୟରେ ଇଂଲଣ୍ଡ ବିଜୟୀ ହେବ ବୋଲି ଲାଗୁଥିଲା, କିନ୍ତୁ ପଞ୍ଚମ ଦିବସରେ ମ୍ୟାଚ୍ ଏଭଳି ପଲଟିଗଲା ଯେ ଟିମ୍ ଇଣ୍ଡିଆ ଦମଦାର ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଭାରତୀୟ ଟିମର ପ୍ରତିଟି ଖେଳାଳି ଖୁବ୍ ଜୋଶ ଦେଖାଇଥିଲେ। ଇଂଲଣ୍ଡର […]

james-anderson-and-jasprit-

james-anderson-and-jasprit-

Ranjit Kumar Jena
  • Published: Friday, 20 August 2021
  • Updated: 20 August 2021, 06:50 PM IST

Sports

Latest News

ଲଣ୍ଡନ: ଟିମ୍ ଇଣ୍ଡିଆ ଲର୍ଡ୍ସ ଟେଷ୍ଟରେ ଇଂଲଣ୍ଡକୁ ୧୫୧ ରନରେ ପରାସ୍ତ କରିଥିଲା। ଭାରତର ଏହି ଦମଦାର ବିଜୟ କେବଳ ଇଂଲଣ୍ଡ ନୁହେଁ ବରଂ ଭାରତୀୟ ଫ୍ୟାନଙ୍କୁ ମଧ୍ୟ ଚକିତ କରିଦେଇଥିଲା। ଏହି ମ୍ୟାଚରେ ଏକ ସମୟରେ ଇଂଲଣ୍ଡ ବିଜୟୀ ହେବ ବୋଲି ଲାଗୁଥିଲା, କିନ୍ତୁ ପଞ୍ଚମ ଦିବସରେ ମ୍ୟାଚ୍ ଏଭଳି ପଲଟିଗଲା ଯେ ଟିମ୍ ଇଣ୍ଡିଆ ଦମଦାର ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଭାରତୀୟ ଟିମର ପ୍ରତିଟି ଖେଳାଳି ଖୁବ୍ ଜୋଶ ଦେଖାଇଥିଲେ।

ଇଂଲଣ୍ଡର ପ୍ରଥମ ଇନିଂସର ଶେଷ ମୁହୂର୍ତ୍ତରେ ଯେତେବେଳେ ଜେମ୍ସ ଆଣ୍ଡରସନ୍ ବ୍ୟାଟିଂ କରୁଥିଲେ, ଭାରତର ପେସ୍ ବୋଲର ଯଶପ୍ରୀତ ବୁମ୍ରା ତାଙ୍କୁ ବାଉନ୍ସରର ବର୍ଷା କରିଥିଲେ। କିଛି ବଲ୍ ତାଙ୍କ ଶରୀରରେ ବାଜିଥିଲା ଏବଂ ଇଂଲଣ୍ଡର ଏହି ଭେଟେରାନ୍ ଖେଳାଳି ଭୟଭୀତ ହୋଇଯାଇଥିଲେ। ଆଣ୍ଡରସନ୍ ଆଉଟ୍ ହେବା ପରେ ବୁମ୍ରାଙ୍କୁ କିଛି କହୁଥିବା ଦେଖିବାକୁ ମିଳିଥିଲା। ଏପରିକି ଖୋଦ୍ ଆଣ୍ଡରସନ୍ ଭୀଷଣ ରାଗି ଯାଇଥିଲେ। ଆଣ୍ଡରସନ୍ ବୁମ୍ରାଙ୍କୁ କ’ଣ କହିଥିଲେ? ଏହାର ଖୁଲାସା କରିଛନ୍ତି ଟିମ୍ ଇଣ୍ଡିଆ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍। ଏକ ଭିଡିଓରେ ଅଶ୍ୱିନ୍ କହିଛନ୍ତି, ବୁମ୍ରାଙ୍କ ଉପରେ ଆଣ୍ଡରସନ୍ ବେଇମାନର ଅଭିଯୋଗ ଲଗାଇଥିଲେ।

https://twitter.com/man4_cricket/status/1428373724588253190?s=20

ଗୁରୁବାର ଅଶ୍ୱିନ୍ ନିଜର ୟୁଟ୍ୟୁବ ଚ୍ୟାନେଲରରେ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧରଙ୍କ ସହ ଲର୍ଡ୍ସ ଟେଷ୍ଟ ଉପରେ ଚର୍ଚ୍ଚା କରିଛନ୍ତି। ଏହି ଚର୍ଚ୍ଚା ତାମିଲରେ ହୋଇଥିଲା, କିନ୍ତୁ ଜଣେ ଫ୍ୟାନ୍ ଏହାକୁ ଇଂରାଜୀ ସବଟାଇଟଲ୍ ସହ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଭିଡିଓରେ ଖୁଲାସା ହୋଇଛି ଯେ ବୁମ୍ରା ଅନ୍ୟ ବ୍ୟାଟ୍ସମ୍ୟାନଙ୍କୁ ଧିମା ବୋଲିଂ କରୁଥିବା ବେଳେ ଆଣ୍ଡରସନଙ୍କୁ ଖୁବ୍ ଦ୍ରୁତ ଗତିରେ ବୋଲିଂ କରୁଥିଲେ। ଯାହାକୁ ନେଇ ଆଣ୍ଡରସନ୍ ଖପ୍ପା ଥିଲେ। ଆଣ୍ଡରସନ୍ ବୁମ୍ରାଙ୍କୁ କହିଲେ, ତୁମେ ଅନ୍ୟ ମାନଙ୍କୁ ୮୦-୮୫ ମାଇଲ୍ ସ୍ପିଡରେ ବୋଲିଂ କରୁଛ ଏବଂ ମୋତେ ୯୦ ମାଇଲ୍ ସ୍ପିଡରେ ବୋଲିଂ କରୁଛନ୍ତି। ଏହା ସମ୍ପୂର୍ଣ୍ଣ ବେଇମାନ୍। ଡ୍ରେସିଂ ରୁମକୁ ଫେରୁଥିବା ସମୟରେ ବୁମ୍ରା ଆଣ୍ଡରସନଙ୍କୁ କହିଥିଲେ ଯେ ସେ ଜାଣିଶୁଣି ବାଉନ୍ସର ପକାଇ ନାହାନ୍ତି।

ମ୍ୟାଚର ତୃତୀୟ ଦିବସରେ ଯେତେବେଳେ ବିରାଟ୍ କୋହଲି ବ୍ୟାଟିଂ କରୁଥିଲେ, ସେତେବେଳେ ଆଣ୍ଡରସନ୍ ଓ ଭାରତୀୟ କ୍ୟାପଟେନଙ୍କ ମଧ୍ୟ କିଛି କଥା କଟାକଟି ହୋଇଥିବା ଦେଖିବାକୁ ମିଳିଥିଲା। ମ୍ୟାଚର ପଞ୍ଚମ ଦିବସରେ ଯେତେବେଳେ ବୁମ୍ରା ବ୍ୟାଟିଂ କରୁଥିଲେ, ସେତେବେଳେ ଇଂଲଣ୍ଡ ବୋଲରମାନେ ତାଙ୍କୁ ବାଉନ୍ସର ପରେ ବାଉନ୍ସର ମାରିଥିଲେ। କିଛି ବଲ ବୁମ୍ରାଙ୍କ ହେଲମେଟରେ ବାଜିଥିଲା। କିନ୍ତୁ ବୁମ୍ରା ଏହାକୁ ନେଇ କୌଣସି ଅଭିଯୋଗ କରିନଥିଲେ ବରଂ ସେ ବାଉନ୍ସରକୁ ଭଲ ଭାବେ ଖେଳିଥିଲେ। ବୁମ୍ରା ଜବରଦସ୍ତ ବ୍ୟାଟିଂ କରି ମହମ୍ମଦ ଶାମିଙ୍କ ସହ ମିଶି ନବମ ୱିକେଟ୍ ପାଇଁ ୮୯ ରନର ପାର୍ଟନରଶିପ୍ କରିଥିଲେ। ଏଥିସହ ଭାରତ ଇଂଲଣ୍ଡ ଆଗରେ ୨୭୨ ରନର ଲକ୍ଷ୍ୟ ରଖିଥିଲା। ଏହାକୁ ପିଛା କରି ଇଂଲଣ୍ଡ ୧୨୦ ରନରେ ଅଲଆଉଟ୍ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story