ଚେନ୍ନାଇ ବିପକ୍ଷରେ ଟସ୍‌ ଜିତିଲା ଆରସିବି, ଡେବ୍ୟୁ କରିବେ ହେଜେଲଉଡ୍‌

ମୁମ୍ବାଇ: ପୁଣିଥରେ ଟସ୍‌ ହାରିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ରବୀନ୍ଦ୍ର ଜାଡେଜା। ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଅଧିନାୟକ ଫାଫ ଡୁପ୍ଲେସିସ ଟସ୍‌ ଜିତିଛନ୍ତି। ଏଥିସହ ସେ ଚେନ୍ନାଇକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି। ଆରସିବି କ୍ରମାଗତ ୩ଟି ବିଜୟ ହାସଲ କରିଥିବା ବେଳେ ଚେନ୍ନାଇ ନିଜର ୪ଟି ଯାକ ମୁକାବିଲା ହାରିଛି। ତେଣୁ ଚେନ୍ନାଇ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପକ୍ଷରେ ଆଜି […]

RCB

Hemant Lenka
  • Published: Tuesday, 12 April 2022
  • , Updated: 13 April 2022, 07:11 AM IST

ମୁମ୍ବାଇ: ପୁଣିଥରେ ଟସ୍‌ ହାରିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ରବୀନ୍ଦ୍ର ଜାଡେଜା। ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଅଧିନାୟକ ଫାଫ ଡୁପ୍ଲେସିସ ଟସ୍‌ ଜିତିଛନ୍ତି। ଏଥିସହ ସେ ଚେନ୍ନାଇକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି।

ଆରସିବି କ୍ରମାଗତ ୩ଟି ବିଜୟ ହାସଲ କରିଥିବା ବେଳେ ଚେନ୍ନାଇ ନିଜର ୪ଟି ଯାକ ମୁକାବିଲା ହାରିଛି। ତେଣୁ ଚେନ୍ନାଇ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ।

ଅନ୍ୟପକ୍ଷରେ ଆଜି ଆରିସିବି ପାଇଁ ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିଜ୍ଞ ଜୋଶ ହେଜେଲଉଡ୍‌। ପୂର୍ବରୁ ସେ ଚେନ୍ନାଇ ପାଇଁ ଖେଳୁଥିଲେ। କିନ୍ତୁ ଚଳିତ ବର୍ଷ ତାଙ୍କୁ ଆରସିବି ନିଲାମ ବେଳେ କିଣିଥିଲା। ଆଜି ସେ ନିଜର ପୂର୍ବ ଟିମ୍‌ ଚେନ୍ନାଇ ବିପକ୍ଷରେ ହିଁ ଡେବ୍ୟୁ କରୁଛନ୍ତି। ତାଙ୍କୁ ଡାଭିଡ ୱିଲୀଙ୍କ ବଦଳରେ ସୁଯୋଗ ମିଳିଛି।

ଆରସିବି ଅଧିନାୟକ ଡୁପ୍ଲେସିସ ମଧ୍ୟ ପୂର୍ବରୁ ଚେନ୍ନାଇ ପାଇଁ ଖେଳୁଥିଲେ। ଆଜି ସେ ମଧ୍ୟ ନିଜ ପୂର୍ବ ଟିମ୍‌ ବିପକ୍ଷରେ କ୍ୟାପ୍ଟେନ୍ସି କରୁଛନ୍ତି। ଆଜି ଆରସିବି ପାଇଁ ହେଜେଲଉଡଙ୍କ ବ୍ୟତୀତ ଅଲରାଉଣ୍ଡର ସୁୟାଶ ପ୍ରଭୁଦେଶାଇ ମଧ୍ୟ ଡେବ୍ୟୁ କରୁଛନ୍ତି। ହର୍ଷଲ ପଟେଲ ନିଜ ଭଉଣୀଙ୍କ ଦେହାନ୍ତ ପାଇଁ ଘରକୁ ଚାଲି ଯାଇଛନ୍ତି। ତେଣୁ ପ୍ରଭୁଦେଶାଇଙ୍କୁ ଆଜି ସୁଯୋଗ ମିଳିଛି।

ତେବେ ଚେନ୍ନାଇ ଶେଷ ମ୍ୟାଚ୍‌ ହାରିଥିଲେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନି।

Related story