କୋଲକାତା ବିପକ୍ଷରେ ଟସ୍‌ ଜିତିଲା ଆରସିବି

ମୁମ୍ବାଇ: ଆଇପିଏଲର ଗୋଟିଏ ହାଇଭୋଲଟେଜ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ। ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍‌ ଜିତିଛନ୍ତି। ଏଥିସହ ସେ କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। କୋଲକାତା ତା’ର ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସକୁ ହରାଇଥିଲା। ତେବେ ଆରିସିବି ତା’ର ପ୍ରଥମ ମ୍ୟାଚ୍‌ରେ ୨୦୦ରୁ ଅଧିକ ରନ୍‌ କରି […]

toss

Hemant Lenka
  • Published: Wednesday, 30 March 2022
  • , Updated: 30 March 2022, 07:15 PM IST

ମୁମ୍ବାଇ: ଆଇପିଏଲର ଗୋଟିଏ ହାଇଭୋଲଟେଜ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ। ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍‌ ଜିତିଛନ୍ତି।

ଏଥିସହ ସେ କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। କୋଲକାତା ତା’ର ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସକୁ ହରାଇଥିଲା। ତେବେ ଆରିସିବି ତା’ର ପ୍ରଥମ ମ୍ୟାଚ୍‌ରେ ୨୦୦ରୁ ଅଧିକ ରନ୍‌ କରି ମଧ୍ୟ ପଞ୍ଜାବ କିଙ୍ଗସ ଠାରୁ ହାରି ଯାଇଥିଲା।

ହାରିବା ସତ୍ତ୍ୱେ ଆରସିବି ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। କୋଲକାତା କିନ୍ତୁ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରବର୍ତ୍ତନ କରିଛି। ଶିବମ ମାଭିଙ୍କ ବଦଳରେ ଟିମ ସାଉଦି ଆଜିର ମ୍ୟାଚ୍‌ ଖେଳୁଛନ୍ତି। ପ୍ରଥମ ମ୍ୟାଚରେ ଦଳ ୩ ବିଦେଶୀ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇଥିଲା। ତେଣୁ ସାଉଦି ୪ର୍ଥ ବିଦେଶୀ ଖେଳାଳି ଭାବେ ସୁଯୋଗ ପାଇଛନ୍ତି।

ଆରସିବି: ଫାଫ ଡୁପ୍ଲେସିସ, ଅନୁଜ ରାୱତ, ବିରାଟ କୋହଲି, ଦୀନେଶ କାର୍ତ୍ତିକ, ଶାହାବାଜ ଅହମଦ, ଏସ୍ ରଥରଫୋର୍ଡ, ଡାଭିଡ ୱିଲୀ, ହସରଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ ଓ ଆକାଶ ଦୀପ।

କୋଲକାତା: ଭେଙ୍କଟେଶ ଆୟର, ଅଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର, ନୀତୀଶ ରାଣା, ସାମ ବିଲିଙ୍ଗସ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ଶେଲଡନ ଜାକସନ(ୱିକେଟ କିପର), ଉମେଶ ଯାଦବ, ଟିମ ସାଉଦି ଓ ବରୁଣ ଚକ୍ରବର୍ତ୍ତୀ।

Related story