ଆରସିବି ନା ରାଜସ୍ଥାନ, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ସହ କିଏ ଖେଳିବ ଫାଇନାଲ?

ଅହମଦାବାଦ: ଆଇପିଏଲର ୨୦୨୨ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆଉ ଦୁଇଟି ମ୍ୟାଚ୍‌ ପରେ ଆଇପିଏଲ ଚାମ୍ପିୟନକୁ ଦେଖିବ ପୂରା ବିଶ୍ୱ। ଏହାପୂର୍ବରୁ ଆଜି ଅହମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଦ୍ୱିତୀୟ କ୍ୱାଲିଫାୟର। ଗୋଟିଏ ପଟେ ଏଲିମିନେଟର ମ୍ୟାଚ୍‌ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଥିବା ବେଳେ ଅନ୍ୟପଟେ ରହିଛି କ୍ୱାଲିଫାୟର-୧ରେ ହାରିଥିବା ରାଜସ୍ଥାନ ରୟାଲ୍ସ। ଆରସିବି ତା’ର ପୂର୍ବ ମ୍ୟାଚ୍‌ରେ ଲକ୍ଷ୍ନୌକୁ ହରାଇଥିଲା। ସେହିପରି ରାଜସ୍ଥାନ ଟେବୁଲ ଟପର ଗୁଜରାଟ ଠାରୁ ହାରିଥିଲେ। […]

RCB

RCB

Hemant Lenka
  • Published: Friday, 27 May 2022
  • Updated: 27 May 2022, 12:35 PM IST

Sports

Latest News

ଅହମଦାବାଦ: ଆଇପିଏଲର ୨୦୨୨ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆଉ ଦୁଇଟି ମ୍ୟାଚ୍‌ ପରେ ଆଇପିଏଲ ଚାମ୍ପିୟନକୁ ଦେଖିବ ପୂରା ବିଶ୍ୱ। ଏହାପୂର୍ବରୁ ଆଜି ଅହମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଦ୍ୱିତୀୟ କ୍ୱାଲିଫାୟର। ଗୋଟିଏ ପଟେ ଏଲିମିନେଟର ମ୍ୟାଚ୍‌ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଥିବା ବେଳେ ଅନ୍ୟପଟେ ରହିଛି କ୍ୱାଲିଫାୟର-୧ରେ ହାରିଥିବା ରାଜସ୍ଥାନ ରୟାଲ୍ସ।

ଆରସିବି ତା’ର ପୂର୍ବ ମ୍ୟାଚ୍‌ରେ ଲକ୍ଷ୍ନୌକୁ ହରାଇଥିଲା। ସେହିପରି ରାଜସ୍ଥାନ ଟେବୁଲ ଟପର ଗୁଜରାଟ ଠାରୁ ହାରିଥିଲେ। ଆଜିର ମ୍ୟାଚ୍‌ ପରେ ଗୁଜରାଟ ଟାଇଟନ୍ସ ସହ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କେଉଁ ଦଳ ଟ୍ରଫି ପାଇଁ ଲଢ଼େଇ କରିବ, ସେକଥା ସ୍ପଷ୍ଟ ହୋଇଯିବ।

ପୂର୍ବବର୍ଷ ଗୁଡ଼ିକ ଅପେକ୍ଷେ ଚଳିତ ବର୍ଷ ଆରିସିବି ପାଇଁ ଅନେକ ହିରୋ ସାମ୍ନାକୁ ଆସିଛନ୍ତି। ପୂର୍ବରୁ କେବଳ ବିରାଟ କୋହଲି ଓ ଏବି ଡିଭିଲୟର୍ସଙ୍କ ଉପରେ ଦଳ ନିର୍ଭର କରୁଥିଲା। କିନ୍ତୁ ଚଳିତ ବର୍ଷ ଦଳ ପାଖରେ ଦୀନେଶ କାର୍ତ୍ତିକ, ରଜତ ପାଟିଦାର ଓ ଫାଫ ଡୁପ୍ଲେସିସଙ୍କ ଭଳି ଖେଳାଳି ରହିଛନ୍ତି। ବିରାଟ କୋହଲି ଫର୍ମରେ ନଥିଲେ ମଧ୍ୟ ଆରସିବି ଟ୍ରଫି ଠାରୁ ମାତ୍ର ଦୁଇ ପାଦ ଦୂରରେ ପହଞ୍ଚି ଯାଇଛି।

ଫାଫ, ବିରାଟ ଓ ଗ୍ଲେନ ମ୍ୟାକ୍ସୱେଲ ଏଯାଏ ଚଳିତ ସିଜିନରେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। କିନ୍ତୁ ଡୁପ୍ଲେସିସଙ୍କ କ୍ୟାପ୍ଟେନ୍ସି ସମସ୍ତଙ୍କୁ ପ୍ରଭାବିତ କରଛି। ଚାପ ବେଳେ ସେ ଶାନ୍ତ ରହିବା ସହ ପୂରା ଟିମକୁ ଏକାଠି କରି ଆଗକୁ ନେଇଛନ୍ତି। ପୂର୍ବ ବର୍ଷ ଗୁଡ଼ିକ ଭଳି ଏଥର ଆରସିବି ମ୍ୟାଚ୍ ହାରିବା ସତ୍ତ୍ୱେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରୁନାହିଁ। ଏହାର ଫଳ ଲକ୍ଷ୍ନୌ ବିପକ୍ଷରେ ମିଳିଛି। ଯୁବ ତାରକା ପାଟିଦାର ୫୪ ବଲରେ ୧୧୨ ରନର ଇନିଂସ ଖେଳି ସମସ୍ତଙ୍କୁ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।

ଜୋଶ ହେଜେଲଉଡ, ୱାନିନ୍ଦୁ ହସରଙ୍ଗା ଓ ମହମ୍ମଦ ସିରାଜ ସେତେଟା ଭଲ ପ୍ରଦର୍ଶନ କରି ନାହାନ୍ତି। ତଥାପି ସେମାନଙ୍କୁ ମ୍ୟାଚ୍ ଖେଳିବାକୁ କ୍ରମାଗତ ସୁଯୋଗ ମିଳିଥିଲା। ଏଲିମିନେଟର ମ୍ୟାଚରେ ହେଜେଲଉଡ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ୧୯ତମ ଓଭରରେ ଦମଦାର ବୋଲିଂ କରିଥିଲେ। ତେଣୁ ଆଜି ମଧ୍ୟ ଦଳକୁ ଏକାଠି ହୋଇ ଖେଳିବାକୁ ପଡ଼ିବ।

ରାଜସ୍ଥାନ ରୟାଲ୍ସ ପ୍ରଥମ କ୍ୱାଲିଫାୟରରେ ୧୮୮ ରନ୍‌ କରିଥିଲେ ମଧ୍ୟ ଗୁଜରାଟ ଟାଇଟନ୍ସକୁ ହରାଇବାକୁ ଅକ୍ଷମ ହୋଇଥିଲା। ତେଣୁ ଦଳକୁ ଆଜି ଯେମିତି ହେଲେ ବି ବାଉନ୍ସ ବ୍ୟାକ କରିବାକୁ ପଡ଼ିବ। ୨୦୦୮ ପରେ ରାଜସ୍ଥାନ କେବେ ହେଲେ ଫାଇନାଲ ଖେଳିନାହିଁ। ଏଥର ଦଳ ପାଖରେ ଫାଇନାଲ ଖେଳିବାର ସୁଯୋଗ ରହିଛି। ଜୋଶ ବଟଲର, ଟ୍ରେଣ୍ଟ ବୋଲ୍ଟ ଓ ରବି ଅଶ୍ୱିନଙ୍କ ଭଳି ବରିଷ୍ଠ ଖେଳାଳି ରାଜସ୍ଥାନ ପାଖରେ ଅଛନ୍ତି। ଏହାବାଦ ସଞ୍ଜୁ ସାମସନ ଆଜି କେମିତି ଆଭିମୁଖ୍ୟ ଦେଖାଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର।

କିଛି ରୋଚକ ତଥ୍ୟ

-ନରେନ୍ଦ୍ର ମୋଦି ପୂର୍ବରୁ ଏହି ଷ୍ଟାଡିୟମର ନାଁ ମୋଟେରା ଥିଲା। ୨୦୨୧ରୁ ମୋଟେରାରେ ପ୍ରଥମ ବ୍ୟାଟିଂ କରିଥିବା ଦଳ ୬ଟି ଓ ଦ୍ୱିତୀୟ ବ୍ୟାଟିଂ କରିଥିବା ଦଳ ୧୧ଟି ମ୍ୟାଚ ଜିତିଛି।

- ଦୀନେଶ କାର୍ତ୍ତିକ ୧୦ଟି ଇନିଂସ ମଧ୍ୟରୁ ୟୁଜବେନ୍ଦର ଚହଲଙ୍କ ବିପକ୍ଷରେ ୩ ଥର ଆଉଟ ହୋଇଛନ୍ତି। ତାଙ୍କ ବ୍ୟାଟିଂ ହାର ୧୨.୬୬ ରହିଛି।

-ରାଜସ୍ଥାନର ପ୍ରସିଦ୍ଧ କ୍ରିଷ୍ଣା ପ୍ରଥମ ୮ଟି ମ୍ୟାଚରେ ୧୦ଟି ୱିକେଟ ନେଇଥିଲେ। ହେଲେ ବାକି ୭ଟି ମ୍ୟାଚରେ ସେ ମାତ୍ର ୫ଟି ୱିକେଟ ନେଇଛନ୍ତି। ତାଙ୍କ ଇକୋନୋମି ମଧ୍ୟ ୯ରୁ ଅଧିକ ରହିଛି।

-ଚଳିତ ଆଇପିଏଲରେ ଉଭୟ ଦଳ ପାଖରେ ଜବରଦସ୍ତ ସ୍ପିନ ଆଟାକ ରହିଛି। ରାଜସ୍ଥାନର ସ୍ପିନରମାନେ ଏଯାଏ ୩୮ଟି ୱିକେଟ ନେଇଥିବା ବେଳେ ଆରସିବି ଖାତାକୁ ୩୫ ୱିକେଟ ଯାଇଛି।

-ସଞ୍ଜୁ ସାମସନଙ୍କୁ ଆରସିବିର ହସରଙ୍ଗା ୬ଟି ଟି-୨୦ରେ ୫ଥର ଆଉଟ କରିଛନ୍ତି।

-ତୃତୀୟ ଥର ପାଇଁ ଚଳିତ ଆଇପିଏଲରେ ଆରସିବି ଓ ରାଜସ୍ଥାନ ମୁହାଁମୁହିଁ ହେଉଛନ୍ତି।

-ପ୍ରଥମ ମୁକାବିଲା ଆରସିବି ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ବାଜିମାତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos