ରିପୋର୍ଟ ନେଗେଟିଭ୍ ପରେ ଟ୍ରେନିଂ କ୍ୟାମ୍ପକୁ ଫେରିଲେ ଋତୁରାଜ୍

ନୂଆଦିଲ୍ଲୀ: ଉଦୀୟମାନ ଯୁବ ତାରକା ଋତୁରାଜ ଗାଏକୱାର୍ଡ ଚେନ୍ନାଇ ସୁପର କିଙ୍ଗସ୍ ଟ୍ରେନିଂ କ୍ୟାମ୍ପକୁ ଫେରିଛନ୍ତି। କୋଭିଡ୍ ଟେଷ୍ଟିଂ ପଜିଟିଭ ଆସିବା ପରେ ଋତୁରାଜ ଦଳୀୟ ତାଲିମ ଶିବିରରୁ ଦୂରେଇ ରହିଥିଲେ। ଏବେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଋତୁରାଜଙ୍କ ଯୋଗଦାନ ନେଇ ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି। ସୁରେଶ ରୈନା ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ଦୂରେଇ ଯିବା ପରେ ଋତୁରାଜଙ୍କୁ ତାଙ୍କ ବିକଳ୍ପ ଖେଳାଳି ଭାବେ ଗଣା ଯାଉଥିଲା। […]

61

61

Jitendra Garnayak
  • Published: Monday, 21 September 2020
  • Updated: 21 September 2020, 02:37 PM IST

Sports

Latest News

ନୂଆଦିଲ୍ଲୀ: ଉଦୀୟମାନ ଯୁବ ତାରକା ଋତୁରାଜ ଗାଏକୱାର୍ଡ ଚେନ୍ନାଇ ସୁପର କିଙ୍ଗସ୍ ଟ୍ରେନିଂ କ୍ୟାମ୍ପକୁ ଫେରିଛନ୍ତି। କୋଭିଡ୍ ଟେଷ୍ଟିଂ ପଜିଟିଭ ଆସିବା ପରେ ଋତୁରାଜ ଦଳୀୟ ତାଲିମ ଶିବିରରୁ ଦୂରେଇ ରହିଥିଲେ। ଏବେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଋତୁରାଜଙ୍କ ଯୋଗଦାନ ନେଇ ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି।

ସୁରେଶ ରୈନା ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ଦୂରେଇ ଯିବା ପରେ ଋତୁରାଜଙ୍କୁ ତାଙ୍କ ବିକଳ୍ପ ଖେଳାଳି ଭାବେ ଗଣା ଯାଉଥିଲା। ତେବେ ସେ କୋଭିଡ୍ ପଜିଟିଭ୍ ହେବା ପରେ ତିନି ନମ୍ବର ସ୍ଥାନରେ ବ୍ୟାଟିଂକୁ ନେଇ ସିଏସକେ ମ୍ୟାନେଜମେଣ୍ଟ ଚିନ୍ତାରେ ଥିଲା। କିନ୍ତୁ ମୁମ୍ବାଇ ବିପକ୍ଷ ଉଦଘାଟନୀ ମ୍ୟାଚରେ ଭେଟେରାନ୍ ଅମ୍ବାତି ରାୟୁଡୁ ତିନି ନମ୍ବରରେ ମ୍ୟାଚ୍ ବିଜୟୀ ଇନିଂସ ଖେଳି ଏହି ଚିନ୍ତାକୁ ଦୂରେଇ ଦେଇଛନ୍ତି। ଏବେ ଋତୁରାଜଙ୍କ ପ୍ରତ୍ୟାବର୍ତ୍ତନ ଦଳୀୟ ସନ୍ତୁଳନକୁ ଦୃଢତା ଦେବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos