ରୋହିତ୍ ଶର୍ମାଙ୍କୁ କ୍ୟାରିୟରର ଶ୍ରେଷ୍ଠ ସ୍ଥାନ

ଦୁବାଇ: ଟିମ୍ ଇଣ୍ଡିଆର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଆଇସିସି ଟେଷ୍ଟ ରାଙ୍କିଙ୍ଗରେ କ୍ୟାରିୟରର ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଅହମ୍ମଦାବାଦ ଟେଷ୍ଟରେ ଦମଦାର ବ୍ୟାଟିଂ କରିଥିବା ରୋହିତ୍ ଟେଷ୍ଟ ରାଙ୍କିଙ୍ଗରେ ୬ଟି ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ରୋହିତ୍ ୬୬ ରନ୍ ଓ ଦ୍ୱିତୀୟ ଇନିଂସରେ ଅପରାଜିତ ୨୫ ରନ୍ କରିଥିଲେ। ଯାହାକି ଉକ୍ତ ଟେଷ୍ଟରେ ରୋହିତ୍ ଟପ୍ ସ୍କୋରର ଥିଲେ। ରୋହିତ୍ ଏବେ […]

rohit sharma

rohit sharma

Ranjit Kumar Jena
  • Published: Monday, 01 March 2021
  • Updated: 01 March 2021, 04:27 PM IST

Sports

Latest News

ଦୁବାଇ: ଟିମ୍ ଇଣ୍ଡିଆର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଆଇସିସି ଟେଷ୍ଟ ରାଙ୍କିଙ୍ଗରେ କ୍ୟାରିୟରର ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଅହମ୍ମଦାବାଦ ଟେଷ୍ଟରେ ଦମଦାର ବ୍ୟାଟିଂ କରିଥିବା ରୋହିତ୍ ଟେଷ୍ଟ ରାଙ୍କିଙ୍ଗରେ ୬ଟି ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ରୋହିତ୍ ୬୬ ରନ୍ ଓ ଦ୍ୱିତୀୟ ଇନିଂସରେ ଅପରାଜିତ ୨୫ ରନ୍ କରିଥିଲେ। ଯାହାକି ଉକ୍ତ ଟେଷ୍ଟରେ ରୋହିତ୍ ଟପ୍ ସ୍କୋରର ଥିଲେ।

ରୋହିତ୍ ଏବେ ୭୪୨ ରେଟିଂ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତେବେ ବ୍ୟାଟିଂରେ ଚେତେଶ୍ୱର ପୂଜାରାଙ୍କୁ କ୍ଷତି ହୋଇଛି। ପୂଜାରା ଦୁଇଟି ସ୍ଥାନ ଖସି ଦଶମରେ ପହଞ୍ଚିଛନ୍ତି। ବ୍ୟାଟିଂ ରାଙ୍କିଙ୍ଗରେ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ୍ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଦ୍ୱିତୀୟ ଓ ମାର୍ନସ୍ ଲାବୁଶେନ୍ ତୃତୀୟ ସ୍ଥାନରେ ରହିଛନ୍ତି। ଅହମ୍ମଦାବାଦ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପଞ୍ଚମ ସ୍ଥାନରେ ସୁରକ୍ଷିତ ଅଛନ୍ତି।

ଅହମ୍ମଦାବାଦ ଟେଷ୍ଟରେ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ଅକ୍ଷର ପଟେଲ ଓ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ରାଙ୍କିଙ୍ଗରେ ଫାଇଦା ହୋଇଛି। ମ୍ୟାଚରେ ୧୧ ୱିକେଟ୍ ନେଇଥିବା ଅକ୍ଷର ଏକାଥରକେ ୩୦ଟି ସ୍ଥାନ ଉପରକୁ ଉଠିଛନ୍ତି। ସେ ଏବେ ଅକ୍ଷର ରାଙ୍କିଙ୍ଗର ୩୮ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେହିପରି ମ୍ୟାଚରେ ୭ଟି ୱିକେଟ୍ ହାସଲ କରିଥିବା ଅଶ୍ୱିନ୍ ଚାରୋଟି ସ୍ଥାନ ଉଠି ତୃତୀୟ ପହଞ୍ଚିଛନ୍ତି। ବୋଲିଂ ରାଙ୍କିଙ୍ଗରେ ଯଶପ୍ରୀତ ବୁମ୍ରା ଗୋଟିଏ ସ୍ଥାନ ସହ ନବମକୁ ଖସି ଆସିଛନ୍ତି।

ଅହମ୍ମଦାବାଦ ଟେଷ୍ଟରେ ୱିକେଟଶୂନ୍ୟ ରହିଥିବା ଇଂଲଣ୍ଡର ଭେଟେରାନ୍ ପେସର୍ ଜେମ୍ସ ଆଣ୍ଡରସନ୍ ତିନୋଟି ସ୍ଥାନ ହରାଇ ଷଷ୍ଠକୁ ଖସି ଆସିଛନ୍ତି। ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍ ମଧ୍ୟ ସପ୍ତମକୁ ଖସିଛନ୍ତି। ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ଶୀର୍ଷ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ନିଲ୍ ୱାଗନର ଦ୍ୱିତୀୟରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos