ରୋହିତ୍‌ଙ୍କ ନାଁରେ ବଡ଼ ରେକର୍ଡ, ପଛରେ ପଡ଼ିଲେ ୱାର୍ଣ୍ଣର୍

ଅହମ୍ମଦାବାଦ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଟିମ୍ ଇଣ୍ଡିଆ ଓପ୍ନର ରୋହିତ୍ ଶର୍ମା ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। ରୋହିତ୍ ଦୁନିଆର ପ୍ରଥମ ଓପ୍ନର ଭାବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ୧ହଜାର ରନ୍ ପୂରଣ କରିଛନ୍ତି। ଏହି ତାଲିକାରେ ଏବେ ରୋହିତ୍ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର୍ (୯୪୮ ରନ୍) ଓ ଡିନ୍ ଏଲଗାର (୮୪୮ ରନ୍)ଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ୍ ମଧ୍ୟ ଆଉ ଏକ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ରୋହିତ୍ ପ୍ରଥମ ଏସୀୟ […]

rohit

rohit

Ranjit Kumar Jena
  • Published: Friday, 05 March 2021
  • Updated: 05 March 2021, 04:14 PM IST

ଅହମ୍ମଦାବାଦ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଟିମ୍ ଇଣ୍ଡିଆ ଓପ୍ନର ରୋହିତ୍ ଶର୍ମା ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। ରୋହିତ୍ ଦୁନିଆର ପ୍ରଥମ ଓପ୍ନର ଭାବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ୧ହଜାର ରନ୍ ପୂରଣ କରିଛନ୍ତି। ଏହି ତାଲିକାରେ ଏବେ ରୋହିତ୍ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର୍ (୯୪୮ ରନ୍) ଓ ଡିନ୍ ଏଲଗାର (୮୪୮ ରନ୍)ଙ୍କୁ ପଛରେ ପକାଇ ଦେଇଛନ୍ତି।

ରୋହିତ୍ ମଧ୍ୟ ଆଉ ଏକ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ରୋହିତ୍ ପ୍ରଥମ ଏସୀୟ ବ୍ୟାଟ୍ସମାନ୍ ଭାବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଦ୍ରୁତ ୧ହଜାର ରନ୍ କରିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାଣେ (୧୦୬୮) ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ୧ହଜାରରୁ ଊର୍ଦ୍ଧ୍ୱ ରନ୍ କରିଛନ୍ତି। ରୋହିତ୍ ମାତ୍ର ୧୭ ଇନିଂସରେ ଦ୍ରୁତ ୧ହଜାର ରନ୍ କରିବାରେ ଏସିଆର ପ୍ରଥମ ଓପ୍ନର ହୋଇଛନ୍ତି। ଏହି କ୍ଷେତ୍ରରେ ରୋହିତ୍ ନିଜ ଦେଶରେ ମୟଙ୍କ ଅଗ୍ରୱାଲ (୧୯ ଇନିଂସ୍)ଙ୍କୁ ପଛରେ ପକାଇଛନ୍ତି।

ସେହିପରି ରୋହିତ୍ ଭାରତ ପକ୍ଷରୁ ଦ୍ରୁତ ୧ହଜାର ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ତାଙ୍କ ପୂର୍ବରୁ ବିନୋଦ କାମ୍ବଲୀ ମାତ୍ର ୧୪ ଇନିଂସରେ ହଜାରେ ରନ୍ କରିଥିବା ବେଳେ ଚେତେଶ୍ୱର ୧୮ ଇନିଂସରେ ହଜାର ରନ୍ କରି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।

ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନଶିପରେ ସର୍ବାଧିକ ରନର ରେକର୍ଡ ଅଷ୍ଟ୍ରେଲିଆର ମାର୍ନସ୍ ଲାବୁଶେନଙ୍କ ନାଁରେ ରହିଛି। ଲାବୁଶେନ୍ ସର୍ବାଧିକ ୧୬୭୫ ରନ୍ ସହ ଆଗରେ ରହିଥିବା ବେଳେ ତାଙ୍କ ପଛକୁ ଇଂଲଣ୍ଡର ଜୋ ରୁଟ୍ ୧୬୩୦ ରନ୍, ଷ୍ଟିଭ୍ ସ୍ମିଥ୍ ୧୩୪୧ ରନ୍ ଓ ବେନ୍ ଷ୍ଟୋକ୍ସ ୧୩୦୧ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story