ୱେଷ୍ଟଇଣ୍ଡିଜକୁ ୧୯୧ ରନର ଟାର୍ଗେଟ

ତ୍ରିନିଦାଦ : ୱେଷ୍ଟଇଣ୍ଡିଜ ଆଗରେ ୧୯୧ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ। ତ୍ରିନିଦାଦର ବ୍ରାଏନ ଲାରା ଷ୍ଟାଡିୟମଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ଦମଦାର ଖେଳ ଦେଖାଇଥିଲା ଭାରତୀୟ ଟିମ୍। ମ୍ୟାଚରେ ୱେଷ୍ଟଇଣ୍ଡିଜ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ତେଣୁ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୯୦ ରନ କରିଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ୬୪ ରନ, ସୂର୍ଯ୍ୟକୁମାର ଯାଦବ ୨୪ ରନ କରିଥିଲେ […]

Rohit

  • Published: Friday, 29 July 2022
  • , Updated: 29 July 2022, 10:53 PM IST

ତ୍ରିନିଦାଦ : ୱେଷ୍ଟଇଣ୍ଡିଜ ଆଗରେ ୧୯୧ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ। ତ୍ରିନିଦାଦର ବ୍ରାଏନ ଲାରା ଷ୍ଟାଡିୟମଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ଦମଦାର ଖେଳ ଦେଖାଇଥିଲା ଭାରତୀୟ ଟିମ୍। ମ୍ୟାଚରେ ୱେଷ୍ଟଇଣ୍ଡିଜ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ତେଣୁ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୯୦ ରନ କରିଥିଲା।

ଭାରତ ପକ୍ଷରୁ ରୋହିତ ଶର୍ମା ୬୪ ରନ, ସୂର୍ଯ୍ୟକୁମାର ଯାଦବ ୨୪ ରନ କରିଥିଲେ । ରୋହିତ ଏହି ମ୍ୟାଚ୍‌ରେ ଅର୍ଦ୍ଧଶତକ କରି ଟି-୨୦ରେ ସବୁଠାରୁ ଅଧିକ ରନ କରିବା ଖେଳାଳି ହୋଇଯାଇଛନ୍ତି। ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟରୁ ବଡ଼ ସ୍କୋର ଦେଖିବାକୁ ମିଳି ନ ଥିଲା। ତେବେ ଦିନେଶ କାର୍ତ୍ତିକଙ୍କ ଲଢୁଆ ବ୍ୟାଟିଂ ଫଳରେ ଭାରତ ୧୯୦ରନର ଏକ ବିଶାଳ ସ୍କୋର ଠିଆ କରିପାରିଥିଲା। ରବୀନ୍ଦ୍ର ଜାଦେଜା ଅପରାଜିତ ୪୧ ରନ୍ କରିଥିଲେ। ତାଙ୍କ ସହ ଶେଷ ପର୍ଯ୍ୟନ୍ତ କ୍ରିଜରେ ଥିବା ରବିଚନ୍ଦ୍ର ଅଶ୍ୱିନୀ ଅପରାଜିତ ୧୩ ରନ କରିଥିଲେ।

ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ୫ଟି ଟି-୨୦ ମ୍ୟାଚ ଖେଳିବ। ଦ୍ୱିତୀୟ ଟି-୨୦ ଆସନ୍ତା ୧ ତାରିଖ ଦିନ ଖେଳାଯିବ। ଏହା ପୂର୍ବରୁ ହୋଇଥିବା ୩ ଟିକିଆ ଦିନିକିଆ ସିରିଜକୁ ଭାରତ ୩-୦ରେ ଜିତିନେଇଥିଲା ।

Related story