'ଯଦି ସଚିନ୍ ଓ ଗାଙ୍ଗୁଲି 'ୟୋ ୟୋ' ଟେଷ୍ଟ ଦେଇଥାନ୍ତେ, ତାହେଲେ…'

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମରେ ଚୟନ ହେବା ପାଇଁ ଗତ କିଛି ବର୍ଷ ହେବ ‘ୟୋ ୟୋ’ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଅନେକ ବଡ଼ ବଡ଼ ଖେଳାଳି ଏହି ଟେଷ୍ଟରେ ଫେଲ୍ ହୋଇଛନ୍ତି ଏବଂ ଭାରତୀୟ ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ମଧ୍ୟ ହୋଇଛନ୍ତି। ତେବେ ୟୋ-ୟୋ ଟେଷ୍ଟର ମାପଦଣ୍ଡକୁ ନେଇ ଆଦୌ ଏକମତ ନୁହନ୍ତି ଭାରତର ପୂର୍ବତନ ଓପ୍ନର ବୀରେନ୍ଦ୍ର ସେହ୍ୱାଗ। ସେହ୍ୱାଗଙ୍କ ମତରେ ୟୋ ୟୋ ଟେଷ୍ଟ ବଳଦରେ ଦକ୍ଷତାକୁ ଅଗ୍ରାଧିକାର ଦିଆଯିବା ଉଚିତ୍। […]

sachin-tendulkar-and-sourav-ganguly

sachin-tendulkar-and-sourav-ganguly

Ranjit Kumar Jena
  • Published: Thursday, 01 April 2021
  • Updated: 01 April 2021, 06:34 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମରେ ଚୟନ ହେବା ପାଇଁ ଗତ କିଛି ବର୍ଷ ହେବ 'ୟୋ ୟୋ' ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଅନେକ ବଡ଼ ବଡ଼ ଖେଳାଳି ଏହି ଟେଷ୍ଟରେ ଫେଲ୍ ହୋଇଛନ୍ତି ଏବଂ ଭାରତୀୟ ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ମଧ୍ୟ ହୋଇଛନ୍ତି। ତେବେ ୟୋ-ୟୋ ଟେଷ୍ଟର ମାପଦଣ୍ଡକୁ ନେଇ ଆଦୌ ଏକମତ ନୁହନ୍ତି ଭାରତର ପୂର୍ବତନ ଓପ୍ନର ବୀରେନ୍ଦ୍ର ସେହ୍ୱାଗ। ସେହ୍ୱାଗଙ୍କ ମତରେ ୟୋ ୟୋ ଟେଷ୍ଟ ବଳଦରେ ଦକ୍ଷତାକୁ ଅଗ୍ରାଧିକାର ଦିଆଯିବା ଉଚିତ୍।

ଜଣେ ଫ୍ୟାନ୍ ସେହ୍ୱାଗଙ୍କୁ ପ୍ରଶ୍ନ କରିଥିଲେ ଯେ ଯଦି ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବା ପାଇଁ ଫିଟ୍ ନାହାନ୍ତି, ତାହେଲେ କାହିଁକି ଖେଳୁଛନ୍ତି। ତାଙ୍କ ସ୍ଥାନରେ ଟିମ୍ ମ୍ୟାନେଜମେଣ୍ଟ ବରୁନ୍ ଚକ୍ରବର୍ତ୍ତୀଙ୍କୁ କାହିଁକି ସୁଯୋଗ ଦେଉନାହିଁ। ଫ୍ୟାନ୍ ଜଣକ ପଚାରିଥିଲେ ଯେ କ'ଣ ଫିଟନେସ୍ ହିଁ ଟିମ୍ ଚୟନର ଏକମାତ୍ର ମାପଦଣ୍ଡ? ଜବାବରେ ସେହ୍ୱାଗ କହିଛନ୍ତି, ଫିଟନେସ୍ ମୁଖ୍ୟ ମାପଦଣ୍ଡ ନୁହେଁ।

ସେହ୍ୱାଗ କହିଛନ୍ତି, ଯଦି ମୁଁ ଖେଳିବା ସମୟରେ ୟୋ ୟୋ ଟେଷ୍ଟ ଥାନ୍ତା, ତାହେଲେ ସଚିନ୍ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣ ହୁଏତ ଏଥିରେ ପାସ୍ ହୋଇପାରିନଥାନ୍ତେ। ସେତେବେଳେ ବିପ୍ ଟେଷ୍ଟ କରାଯାଉଥିଲା। ଏହି ମହାନ୍ କ୍ରିକେଟରମାନେ ବିପ୍ ଟେଷ୍ଟରେ ୧୨.୫ ମାର୍କକୁ ଛୁଇଁପାରୁନଥିଲେ।

ସେହ୍ୱାଗ ଆହୁରି କହିଛନ୍ତି, ମୁଁ ଗୋଟିଏ କଥା କହିବାକୁ ଚାହେଁ ଯେ କ୍ରିକେଟ୍‌ ପାଇଁ ଫିଟନେସ୍ ନୁହେଁ ଦକ୍ଷତା ମହତ୍ତ୍ୱପୂର୍ଣ୍ଣ। ଆଜି ଯଦି ଆପଣ ଏକ ଫିଟ୍‌ ଟିମ୍ ସହ ଖେଳୁଛନ୍ତି, କିନ୍ତୁ ଆପଣଙ୍କ ପାଖରେ ଦକ୍ଷତା ନାହିଁ, ତାହେଲେ ଶେଷରେ ଆପଣ ହାରିଯିବେ। ଜଣେ ଖେଳାଳିଙ୍କୁ ନିଜ ଦକ୍ଷତା ଆଧାରରେ ସୁଯୋଗ ଦିଆଯିବା ଦରକାର। ଏହାଦ୍ୱାରା ଖେଳାଳି ଜଣକ ନିଜ ଫିଟନେସ୍ ଉପରେ କାମ କରିପାରିବେ। କିନ୍ତୁ ଯଦି ଆପଣ ୟୋ-ୟୋ ଟେଷ୍ଟ ମାପଦଣ୍ଡକୁ ଆପଣାନ୍ତି, ତାହେଲେ ଏହା ଅଲଗା କଥା। ମୋ ମତରେ ଯଦି ଜଣେ ଖେଳାଳି ଫିଲ୍ଡିଂ କରିପାରିବ ଏବଂ ୧୦ ଓଭର ବୋଲିଂ କରିପାରିବ, ତାହେଲେ ଏହା ଯଥେଷ୍ଟ। ଏଭଳି ସ୍ଥିତିରେ ଅନ୍ୟ କିଛି ଚିନ୍ତା କରିବାର ଆବଶ୍ୟକ ନାହିଁ ବୋଲି ସେହ୍ୱାଗ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos