ସାମସନଙ୍କ ଅର୍ଦ୍ଧଶତକ, ହାଇଦ୍ରାବାଦକୁ ୨୧୧ ରନ୍‌ର ଟାର୍ଗେଟ ଦେଲା ରାଜସ୍ଥାନ

ପୁଣେ: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ତାରକା ଖଚିତ ରାଜସ୍ଥାନ ରୟାଲ୍ସ ଦମଦାର ବ୍ୟାଟିଂ କରିଛି। ଅଧିନାୟକ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ସାଙ୍ଗଙ୍କୁ ଅନ୍ୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ବିଶାଳ ୨୧୦ ରନ୍ କରିଛି। ଫଳରେ ଆଇପିଏଲ ସିଜନର ପ୍ରଥମ ମ୍ୟାଚ୍ ଜିତିବାକୁ ହାଇଦ୍ରାବାଦକୁ ୨୧୧ ରନର ଟାର୍ଗେଟ ମିଳିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ପାଇଁ ଜୋଶ ବଟଲର ଓ ଯଶସ୍ୱୀ ଜୈସୱାଲ […]

RR

Hemant Lenka
  • Published: Tuesday, 29 March 2022
  • , Updated: 29 March 2022, 09:31 PM IST

ପୁଣେ: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ତାରକା ଖଚିତ ରାଜସ୍ଥାନ ରୟାଲ୍ସ ଦମଦାର ବ୍ୟାଟିଂ କରିଛି। ଅଧିନାୟକ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ସାଙ୍ଗଙ୍କୁ ଅନ୍ୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ବିଶାଳ ୨୧୦ ରନ୍ କରିଛି। ଫଳରେ ଆଇପିଏଲ ସିଜନର ପ୍ରଥମ ମ୍ୟାଚ୍ ଜିତିବାକୁ ହାଇଦ୍ରାବାଦକୁ ୨୧୧ ରନର ଟାର୍ଗେଟ ମିଳିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ପାଇଁ ଜୋଶ ବଟଲର ଓ ଯଶସ୍ୱୀ ଜୈସୱାଲ ଇନିଂସ ଆରମ୍ଭ କରିଥିଲେ। ଉଭୟ ପାୱାର ପ୍ଲେରେ ୫୮ ରନ୍‌ ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇଥିଲେ। ଏହି ସମୟରେ ୨୦ ରନ୍‌ କରିଥିବା ଜୈସୱାଲଙ୍କୁ ଆଇପିଏଲରେ ଡେବ୍ୟୁ କରିଥିବା ଇଣ୍ଡିଜ ତାରକା ରୋମାରିଓ ଶେଫର୍ଡ ଆଉଟ କରିଦେଇଥିଲେ।

କିଛି ସମୟ ପରେ ବଟଲର(୩୭) ମଧ୍ୟ ଉମରାନ ମଲିକଙ୍କ ଶିକାର ବନିଥିଲେ। ହେଲେ ରାଜସ୍ଥାନରେ ବ୍ୟାଟରଙ୍କ ଅଭାବ ନଥିଲା। ବଟଲର ଓ ଜୈସୱାଲଙ୍କ ପରେ ସାମସନ ଓ ଦେବଦତ୍ତ ପାଡିକ୍କଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ୩ ୱିକେଟ ପାଇଁ ଦ୍ରୁତ ୭୩ ରନ୍‌ ଯୋଡ଼ିଥିଲେ।

ଦଳୀୟ ସ୍କୋର ୧୪୮ ଥିବା ବେଳେ ପାଡିକ୍କଲ ୪୧ ରନ୍‌ କରି ଉମରାନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ତେବେ ସଞ୍ଜୁ ସାମସନ ନିଜର ଅର୍ଦ୍ଧଶତକ ହାସଲ କରି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଅଭିଜ୍ଞ ଭୁବନେଶ୍ୱର କୁମାର ତାଙ୍କୁ ଆଉଟ କରି ରାଜସ୍ଥାନକୁ ବଡ଼ ଝଟକା ଦେଇଥିଲେ। ୨୭ ବଲରେ ୫୫ ରନ୍‌ର ଇନିଂସ ଖେଳିଥିବା ସାମସନ ୫ଟି ବିଶାଳ ଛକା ଓ ୩ଟି ଚୌକା ମାରିଛନ୍ତି।

ଶିମରନ ହେଟମେୟର ମଧ୍ୟ ବିସ୍ଫୋରକ ଇନିଂସ ଖେଳିଛନ୍ତି। ସେ ମାତ୍ର ୧୩ ବଲରେ ୩୩ ରନ୍ କରି ରାଜସ୍ଥାନ ସ୍କୋରକୁ ୨୦୦ ପାର କରାଇଥିଲେ। ଏହି ଇନିଂସରେ ସେ ୩ଟି ଛକା ଓ ୨ଟି ଚୌକା ମାରିଛନ୍ତି। ଶେଷ ଓଭରରେ ହେଟମେୟରଙ୍କୁ ନଟରାଜନ ଆଉଟ କରିଥିଲେ। ରିୟାନ ପରାଗ ମଧ୍ୟ ୧୨ ରନ କରି ଇନିଂସର ଶେଷ ବଲରେ ନଟରାଜନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଶେଷରେ ରାଜସ୍ଥାନ ୬ ୱିକେଟ ହରାଇ ୨୧୦ ରନ କରିବାକୁ ସକ୍ଷମ ହୋଇଛି।

ହାଇଦ୍ରାବାଦ ପକ୍ଷରୁ ଉମରାନ ଓ ନଟରାଜନ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ଶେଫର୍ଡ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Related story