ପୁରୁଷ ଟିମ୍‌ର କୋଚ୍‌ ହେଲେ ସୁନ୍ଦରୀ ସାରା

ଦୁବାଇ: ପ୍ରାଞ୍ଚାଇଜ୍ କ୍ରିକେଟରେ ପ୍ରଥମଥର ପାଇଁ ଗୋଟିଏ ପୁରୁଷ ଟିମ୍‌ର କୋଚ ହୋଇଛନ୍ତି ଜଣେ ମହିଳା। ଇଂଲଣ୍ଡ ମହିଳା ଟିମ୍‌ର ପୂର୍ବତନ ୱିକେଟ କିପର ବ୍ୟାଟସମ୍ୟାନ ସାରା ଟେଲର ଏହି ଇତିହାସ ରଚିଛନ୍ତି। ସେ ଟି-୧୦ ଲିଗ୍‌ରେ ଅବୁଧାବି ଟିମ୍‌ର କୋଚିଂ ଦାୟିତ୍ୱ ପାଇଛନ୍ତି।  ଏହି ଟିମ୍‌ରେ କ୍ରିସ୍‌ ଗେଲଙ୍କ ଭଳି ବଡ଼ବଡ଼ ଖେଳାଳି ରହିଛନ୍ତି। ସାରାଙ୍କ ନାଁକୁ ଉକ୍ତ ଟିମ୍‌ର ଆସିସଷ୍ଟାଣ୍ଟ କୋଚ୍‌ ଭାବେ ନାମି କରାଯାଇଛି। ‌ଆସନ୍ତା ୧୯ ତାରିଖରୁ ଅବୁଧାବିରେ ଟି-୧୦ ଲିଗ୍‌ […]

sara

Hemant Lenka
  • Published: Friday, 29 October 2021
  • , Updated: 29 October 2021, 09:46 PM IST

ଦୁବାଇ: ପ୍ରାଞ୍ଚାଇଜ୍ କ୍ରିକେଟରେ ପ୍ରଥମଥର ପାଇଁ ଗୋଟିଏ ପୁରୁଷ ଟିମ୍‌ର କୋଚ ହୋଇଛନ୍ତି ଜଣେ ମହିଳା। ଇଂଲଣ୍ଡ ମହିଳା ଟିମ୍‌ର ପୂର୍ବତନ ୱିକେଟ କିପର ବ୍ୟାଟସମ୍ୟାନ ସାରା ଟେଲର ଏହି ଇତିହାସ ରଚିଛନ୍ତି। ସେ ଟି-୧୦ ଲିଗ୍‌ରେ ଅବୁଧାବି ଟିମ୍‌ର କୋଚିଂ ଦାୟିତ୍ୱ ପାଇଛନ୍ତି।  ଏହି ଟିମ୍‌ରେ କ୍ରିସ୍‌ ଗେଲଙ୍କ ଭଳି ବଡ଼ବଡ଼ ଖେଳାଳି ରହିଛନ୍ତି। ସାରାଙ୍କ ନାଁକୁ ଉକ୍ତ ଟିମ୍‌ର ଆସିସଷ୍ଟାଣ୍ଟ କୋଚ୍‌ ଭାବେ ନାମି କରାଯାଇଛି।

‌ଆସନ୍ତା ୧୯ ତାରିଖରୁ ଅବୁଧାବିରେ ଟି-୧୦ ଲିଗ୍‌ ଆରମ୍ଭ ହେବ। ଏହାପୂର୍ବରୁ ସାରା ଟେଲର କାଉଣ୍ଟି ସାଇଡ୍ ସସେକ୍ସ ପୁରୁଷ ଟିମ୍‌ର କୋଚ୍‌ ଦାୟିତ୍ୱରେ ରହିଥିଲେ। କିନ୍ତୁ ଏବେ ସେ ପ୍ରଥମଥର ପାଇଁ ପ୍ରାଞ୍ଚାଇଜ୍ କ୍ରିକେଟରେ କୌଣସି ପୁରୁଷ ଟିମର କୋଚ୍ ହୋଇଛନ୍ତି। ନୂଆ ନିଯୁକ୍ତି ପାଇ ଟେଲର ମଧ୍ୟ ବେଶ ଉତ୍ସାହିତ ହୋଇଛନ୍ତି। ଟି-୧୦ ଲିଗ୍‌ରେ ସେ ସାମିଲ ହେବା ପୂରା ବିଶ୍ୱର ମହିଳା କ୍ରିକେଟରଙ୍କୁ ପ୍ରେରଣା ଯୋଗାଇ ବୋଲି ସାରା କହିଛନ୍ତି।

ସୂଚନାଯୋଗ୍ୟ, ୩୨ ବର୍ଷୀୟ ସୁନ୍ଦରୀ ସାରା ୨୦୦୬ରେ ଅନ୍ତର୍ଜାତୀୟ କ୍ରିକେଟରେ ଇଂଲଣ୍ଡ ପାଇଁ ଡେବ୍ୟୁ କରିଥିଲେ। ସେ ଇଂଲଣ୍ଡ ପାଇଁ ୧୦ଟି ଟେଷ୍ଟ, ୧୨୬ଟି ଦିନିକିଆ ଓ ୯୦ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ତେବେ ସେ ହଠାତ୍‌ ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ।

Related story