ସିଡ୍ନୀ: ବାଇକ୍ ଦୁର୍ଘଟଣାରେ ଆହତ ହୋଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନ୍ ବୋଲର ଶେନ୍ ୱାର୍ଣ୍ଣ। ସେ ତାଙ୍କ ପୁଅ ଜ୍ୟାକ୍ସନ୍ ସହିତ ବାଇକ୍ରେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବାଇକ୍ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପ୍ରାୟ ୧୫ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲେ ଶେନ୍ ୱାର୍ଣ୍ଣ। ଯଦିଓ ସେ ଗୁରୁତର ଭାବେ ଆହତ ହୋଇ ନାହାନ୍ତି, ତଥାପି ତାଙ୍କ ଶରୀରରେ ଖୁବ୍ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି।
ଦୁର୍ଘଟଣା ପରେ ଶେନ୍ ୱାର୍ଣ୍ଣ ଡାକ୍ତରଖାନା ଯାଇଥିଲେ। ତାଙ୍କ ଜଙ୍ଘ ହାଡ଼ ଭାଙ୍ଗି ଥିବା ନେଇ ସେ ପ୍ରଥମେ ଆଶଙ୍କା କରିଥିଲେ। ତେବେ ପରୀକ୍ଷା ପରେ ତାଙ୍କ ଶରୀରର କୌଣସି ସ୍ଥାନରେ ହାଡ଼ ଭାଙ୍ଗି ନାହିଁ ବୋଲି ଜଣାପଡ଼ିଥିଲା।
ଡିସେମ୍ବର ୮ ତାରିଖରୁ ଗାବାରେ ଆସେସ ସିରିଜ୍ ଆରମ୍ଭ ହେଉଥିବା ବେଳେ ସେତେ ବେଳକୁ ଫିଟ୍ ହୋଇ ଭାଷ୍ୟକାର ଦାୟିତ୍ୱ ଠିକ୍ ଭାବେ ତୁଲାଇ ପାରିବେ ବୋଲି ଶେନ୍ ୱାର୍ଣ୍ଣ ଆଶା ରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୨୪ ବର୍ଷୀୟ ଯୁବତୀଙ୍କୁ ଫାଶୀ ଦଣ୍ଡ, ପ୍ରେମିକଙ୍କୁ ଘରକୁ ଡାକି କରିଥିଲେ ଏମିତି କାମ
ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପ୍ରେମିକାଙ୍କୁ ଆଜି କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମାତ୍ର ୨୪ ବର୍ଷ ବୟସରେ ଜଣେ ଯୁବତୀ ଫାଶୀ ଦଣ୍ଡରେ ଦଣ୍ଡିତ ହେବା ଭାରତରେ ମଧ୍ୟ ପ୍ରଥମ ଘଟଣା ହୋଇଛି।
National
ସଞ୍ଜୟ ରୟକୁ ଫାଶୀ ବଦଳରେ କାହିଁକି ମିଳିଲା ଆଜୀବନ ଜେଲ୍?
ଦୀର୍ଘ ଦିନ ଧରି ଘଟଣାକୁ ନେଇ ପୂରା ଦେଶରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ସୁପ୍ରିମକୋର୍ଟଙ୍କ ଠାରୁ ଆରମ୍ଭ କରି ହାଇକୋର୍ଟ ମଧ୍ୟ ଭୟଙ୍କର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲେ।
National
ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା: ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ, ସୋମବାର ଦଣ୍ଡ ଶୁଣାଣି
ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟରେ ଉପସ୍ଥିତ ସଞ୍ଜୟ ରୟ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲା।
Special
କର୍ମଚାରୀଙ୍କ ଦରମା ବଢ଼ିବ, ଲୋକଙ୍କର ଟିକସ ବୋଝ ବି
ଗୋଟିଏ ଦିନର ଯଥା କାମ ପାଇଁ ଯଥା ମଜୁରୀ ଶାସକର ଦାବି, ଶାସିତର ମଧ୍ୟ। ଏମିତି ନୁହେଁ ଯେ କେବଳ ଶାସକ ଶ୍ରେଣୀର ମଜୁରୀ ବା ଦରମା ବା ବେତନ ବଢ଼ିବ, କିନ୍ତୁ ଶାସିତ ବର୍ଗର ଆୟ ବଢ଼ିବ ନାହିଁ।
Politics
ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜେପି ଘୋଷଣା କଲା ସଂକଳ୍ପ ପତ୍ର; ମହିଳାଙ୍କ ପାଇଁ ଅଜାଡ଼ି ଦେଲା
ବିଜେପି ତା’ର ସଙ୍କଳ୍ପ ପତ୍ରରେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦେବ ବୋଲି ଘୋଷଣା କରିଛି। ମହିଳା ସମୃଦ୍ଧି ଯୋଜନାରେ ଏହି ଅର୍ଥ ଦିଆଯିବ।