ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତିଲେ ଶ୍ରେୟସ ଆୟର

ମୁମ୍ବାଇ: ବିଧିବଦ୍ଧ ଭାବେ ଆଜିଠାରୁ ଆରମ୍ଭ ହୋଇଛି ଆଇପିଏଲର ୧୫ତମ ସଂସ୍କରଣ। ଏହି ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତିଛନ୍ତି। ଏଥିସହ ସେ ରବୀନ୍ଦ୍ର ଜାଡେଜାଙ୍କ ଚେନ୍ନାଇ ସୁପର କିଙ୍ଗସକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ମୁମ୍ବାଇର ୱାଙ୍ଖଡେରେ ଏହି ମ୍ୟାଚ ଖେଳା ଯାଉଛି। ତେଣୁ ଦ୍ୱିତୀୟ ଇନିଂସରେ ଏହା ବ୍ୟାଟରଙ୍କୁ ସୁହାଇବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି କୋଲକାତା ପ୍ରଥମେ ବୋଲିଂ କରିବାକୁ […]

IPL

Hemant Lenka
  • Published: Saturday, 26 March 2022
  • , Updated: 26 March 2022, 07:20 PM IST

ମୁମ୍ବାଇ: ବିଧିବଦ୍ଧ ଭାବେ ଆଜିଠାରୁ ଆରମ୍ଭ ହୋଇଛି ଆଇପିଏଲର ୧୫ତମ ସଂସ୍କରଣ। ଏହି ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତିଛନ୍ତି। ଏଥିସହ ସେ ରବୀନ୍ଦ୍ର ଜାଡେଜାଙ୍କ ଚେନ୍ନାଇ ସୁପର କିଙ୍ଗସକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି।

ମୁମ୍ବାଇର ୱାଙ୍ଖଡେରେ ଏହି ମ୍ୟାଚ ଖେଳା ଯାଉଛି। ତେଣୁ ଦ୍ୱିତୀୟ ଇନିଂସରେ ଏହା ବ୍ୟାଟରଙ୍କୁ ସୁହାଇବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି କୋଲକାତା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଶ୍ରେୟସ ଆୟର ପ୍ରଥମଥର କେକେଆରର କମାଣ ସମ୍ଭାଳୁଛନ୍ତି। ସେହିପରି ଜାଡେଜା ମଧ୍ୟ ଆଜି ପ୍ରଥମଥର ପାଇଁ ଚେନ୍ନାଇର ଅଧିନାୟକ ଭାବେ ମୈଦାନକୁ ଓହ୍ଲାଇଛନ୍ତି। ତେଣୁ ଦୁଇ ନୂଆ ଅଧିନାୟକଙ୍କ ମଧ୍ୟରେ କଡ଼ା ଟକ୍କରକୁ ସମସ୍ତେ ଚାତକ ଭଳି ଅପେକ୍ଷା କରିଛନ୍ତି।

କେକେଆର ଆଜି ଚୂଡ଼ାନ୍ତ ଏକାଦଶରେ ୩ ଜଣ ବିଦେଶୀ ଖେଳାଳି ସାମ ବିଲିଙ୍ଗସ, ସୁନୀଲ ନାରିନ ଓ ଆନ୍ଦ୍ରେ ରସେଲଙ୍କୁ ସ୍ଥାନ ଦେଇଛି। ସେହିପରି ଦଳର ଅଜିଙ୍କ୍ୟ ରାହାଣେ ମଧ୍ୟ ରହିଛନ୍ତି। ଚେନ୍ନାଇ କିନ୍ତୁ ୪ ବିଦେଶୀ ଖେଳାଳି ଡ୍ୱେନ ବ୍ରାଭୋ, ମିଚେଲ ସାଣ୍ଟନର, ଡେଭୋନ କନୱେ ଓ ଆଡାମ ମିଲନଙ୍କୂ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେଇଛନ୍ତି। ଏହି ୪ ଜଣଙ୍କ ମଧ୍ୟରୁ ୩ ଜଣ ନ୍ୟୁଜିଲ୍ୟାଣ୍ଡର। ଚେନ୍ନାଇ ଟିମ୍‌ରେ ଓଡ଼ିଆ ତାରକା ଶୁଭ୍ରାଂଶୁ ସେନାପତି ରହିଥିଲେ ମଧ୍ୟ ତାଙ୍କୁ ଆଜିର ମ୍ୟାଚ୍‌ରେ ସୁଯୋଗ ମିଳିନାହିଁ।

କୋଲକାତା: ଭେଙ୍କଟେଶ ଆୟର, ଅଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର, ନୀତୀଶ ରାଣା, ସାମ ବିଲିଙ୍ଗସ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ଶେଲଡନ ଜାକସନ(ୱିକେଟ କିପର), ଉମେଶ ଯାଦବ, ଶିବମ ମାଭି ଓ ବରୁଣ ଚକ୍ରବର୍ତ୍ତୀ।

ଚେନ୍ନାଇ: ଋତୁରାଜ ଗାଏକ୍ୱାଡ, କନୱେ, ରବୀନ ଉଥାପ୍ପା, ଅମ୍ବାତି ରାୟୁଡ଼ୁ, ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି, ଶିବମ ଦୁବେ, ମିଚେଲ ସାଣ୍ଟନର, ବ୍ରାଭୋ, ମିଲନ, ତୁଷାର ଦେଶପାଣ୍ଡେ।

Related story