ଭାରତ ବିପକ୍ଷ ସିରିଜ୍ ପାଇଁ ଶ୍ରୀଲଙ୍କା ଦଳ ଘୋଷିତ

କଲମ୍ବୋ: ଭାରତ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଶ୍ରୀଲଙ୍କା ଟିମର ଘୋଷଣା କରାଯାଇଛି। ଆହତ କାରଣରୁ କୁଶଲ ପରେରା ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଅଲରାଉଣ୍ଡର ଦାସୁନ୍ ଶନକାଙ୍କୁ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଛି। ଧନଞ୍ଜୟ ଡି’ସିଲଭାଙ୍କୁ ଟିମର ଭାଇସ୍ କ୍ୟାପଟେନ୍ କରାଯାଇଛି। ମେ’ ମାସରେ କ୍ୟାପଟେନ୍ ପଦରେ ନିଯୁକ୍ତ ପାଇଥିବା ପରେରାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଟିମ୍ ତିନୋଟି ସିରିଜ୍ ହାରିଛି। ତାଙ୍କ ସ୍ଥାନରେ ଶନକା ଟିମର କ୍ୟାପଟେନ୍ ହୋଇଛନ୍ତି। ଗତ ପାଞ୍ଚ […]

srilanka

Ranjit Kumar Jena
  • Published: Friday, 16 July 2021
  • , Updated: 16 July 2021, 07:07 PM IST

କଲମ୍ବୋ: ଭାରତ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଶ୍ରୀଲଙ୍କା ଟିମର ଘୋଷଣା କରାଯାଇଛି। ଆହତ କାରଣରୁ କୁଶଲ ପରେରା ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଅଲରାଉଣ୍ଡର ଦାସୁନ୍ ଶନକାଙ୍କୁ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଛି। ଧନଞ୍ଜୟ ଡି’ସିଲଭାଙ୍କୁ ଟିମର ଭାଇସ୍ କ୍ୟାପଟେନ୍ କରାଯାଇଛି।

ମେ’ ମାସରେ କ୍ୟାପଟେନ୍ ପଦରେ ନିଯୁକ୍ତ ପାଇଥିବା ପରେରାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଟିମ୍ ତିନୋଟି ସିରିଜ୍ ହାରିଛି। ତାଙ୍କ ସ୍ଥାନରେ ଶନକା ଟିମର କ୍ୟାପଟେନ୍ ହୋଇଛନ୍ତି। ଗତ ପାଞ୍ଚ ପରେ ଶନକା ଶ୍ରୀଲଙ୍କାର ଦଶମ ଦିନିକିଆ କ୍ୟାପଟେନ୍ ହୋଇଛନ୍ତି। ପରେରା କାନ୍ଧଜନିତ ଆଘାତ କାରଣରୁ ଭାରତ ବିପକ୍ଷ ଉଭୟ ଦିନିକିଆ ଓ ଟି-୨୦ ସିରିଜରୁ ଓହରିଯାଇଛନ୍ତି। ଏ ନେଇ ଶ୍ରୀଲଙ୍କା କ୍ରିକେଟ୍ ଆନୁଷ୍ଠାନିକ ଘୋଷଣା କରିଛି।

ସେହିପରି ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ୍ ନିରୋଶାନ୍ ଡିକୱେଲା ମଧ୍ୟ ଭାରତ ବିପକ୍ଷ ସିରିଜରେ ଉପଲବ୍ଧ ହୋଇପାରିବେ ନାହିଁ। ଇଂଲଣ୍ଡରେ ବାୟୋ ବବଲ୍ସ ପ୍ରୋଟେକଲ ଭାଙ୍ଗିଥିବାରୁ ଡିକୱେଲା ବର୍ତ୍ତମାନ ସସପେଣ୍ଡ ଅଛନ୍ତି। ତାଙ୍କ ସ୍ଥାନରେ ମିନୋଦ ଭାନୁକା ଓ ଲାହିରୁ ଉଦାରା ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ବାମହାତୀ ପେସ୍ ବୋଲର୍ ବିନୁରା ଫର୍ଣ୍ଣାଣ୍ଡୋ ଆହତ କାରଣରୁ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି। ହେଲେ ସେ ଟି-୨୦ ସିରିଜ୍ ପାଇଁ ଉପଲବ୍ଧ ହେବେ।

https://twitter.com/OfficialSLC/status/1415996344762658822?s=20

ଟିମ୍ ଇଣ୍ଡିଆର ନିୟମିତ କ୍ୟାପଟେନ୍ ବିରାଟ୍ କୋହଲି ଇଂଲଣ୍ଡ ଗସ୍ତରେ ଥିବାରୁ ଓପ୍ନର ଶିଖର ଧୱନ୍ ଶ୍ରୀଲଙ୍କା ଗସ୍ତରେ ଟିମର ନେତୃତ୍ୱ ନେବେ। ଶ୍ରୀଲଙ୍କା ଗସ୍ତ ପାଇଁ ଏକାଧିକ ଯୁବ ଖେଳାଳିଙ୍କୁ ସ୍କ୍ୱାଡରେ ସାମିଲ୍ କରାଯାଇଛି। ଦିନିକିଆ ସିରିଜ୍ ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବ।

ଶ୍ରୀଲଙ୍କା ସ୍କ୍ୱାଡ୍: ଦାସୁନ୍ ଶନକା (କ୍ୟାପଟେନ୍), ଧନଞ୍ଜୟ ଡି’ସିଲଭା, ଅଭିସ୍କା ଫର୍ଣ୍ଣାଣ୍ଡୋ, ଭାନୁକା ରାଜପାକସା, ପାଥୁମ ନିଶଙ୍କା, ଚରିଥ ଆଶଲଙ୍କା, ୱାନିନ୍ଦୁ ହସରଙ୍ଗା, ଆଶେନ୍ ବନ୍ଦରା, ମିନୋଦ ଭାନୁକା, ଲାହିରୁ ଉଦାରା, ରମେଶ ମେଣ୍ଡିସ୍, ଚାମିକା କରୁଣାରତ୍ନେ, ବିନୁରା ଫର୍ଣ୍ଣାଣ୍ଡୋ (କେବଳ ଟି-୨୦), ଦୁଶ୍ମନ୍ତ ଚମୀରା, ଲକସନ୍ ସାଣ୍ଡାକାନ୍, ଅକିଲା ଧନଞ୍ଜୟ, ଶିରାନ୍ ଫର୍ଣ୍ଣାଣ୍ଡୋ, ଧନଞ୍ଜୟ ଲକସନ୍, ଈଶାନ୍ ଜୟରତ୍ନେ, ପ୍ରବୀଣ ଜୟବିକ୍ରେମା, ଅସିଥ ଫର୍ଣ୍ଣାଣ୍ଡୋ, କାସୁନ୍ ରଜିତା, ଲାହିରୁ କୁମାରା, ଇସୁରୁ ଉଦାନା।

Related story