ଶ୍ରୀଲଙ୍କା ବିପକ୍ଷ ‘କର ବା ମର’ ମ୍ୟାଚ୍‌ରେ ବି ଟସ୍‌ ହାରିଲା ଭାରତ

ଦୁବାଇ: ଏସିଆ କପ୍‌ର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ବି ଟସ୍‌ ହାରିଛି ଟିମ୍‌ ଇଣ୍ଡିଆ। ଆଜିର ମ୍ୟାଚ୍‌ ଭାରତ ପାଇଁ କର ବା ମର ସଦୃଶ ହୋଇଛି। କାରଣ ଟିମ୍‌ ଇଣ୍ଡିଆ ସୁପର ୪ ମୁକାବିଲାର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ହାରିଥିଲା। ତେଣୁ ଆଜିର ମ୍ୟାଚ୍‌ ଜିତିଲେ ଦଳ ଫାଇନାଲ ଖେଳିବା ଦୌଡ଼ରେ ନିଜକୁ ବଜାୟୀ ରଖି ପାରିବ। ହେଲେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଭଳି ଆଜିର ମ୍ୟାଚ୍‌ରେ ମଧ୍ୟ ରୋହିତ ଶର୍ମା ଟସ୍‌ ହାରି […]

toss

  • Published: Tuesday, 06 September 2022
  • , Updated: 06 September 2022, 07:13 PM IST

ଦୁବାଇ: ଏସିଆ କପ୍‌ର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ବି ଟସ୍‌ ହାରିଛି ଟିମ୍‌ ଇଣ୍ଡିଆ। ଆଜିର ମ୍ୟାଚ୍‌ ଭାରତ ପାଇଁ କର ବା ମର ସଦୃଶ ହୋଇଛି। କାରଣ ଟିମ୍‌ ଇଣ୍ଡିଆ ସୁପର ୪ ମୁକାବିଲାର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ହାରିଥିଲା। ତେଣୁ ଆଜିର ମ୍ୟାଚ୍‌ ଜିତିଲେ ଦଳ ଫାଇନାଲ ଖେଳିବା ଦୌଡ଼ରେ ନିଜକୁ ବଜାୟୀ ରଖି ପାରିବ।

ହେଲେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଭଳି ଆଜିର ମ୍ୟାଚ୍‌ରେ ମଧ୍ୟ ରୋହିତ ଶର୍ମା ଟସ୍‌ ହାରି ଯାଇଛନ୍ତି। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ।

ଆଜି ଟିମ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି। ପାକିସ୍ତାନ ବିପକ୍ଷରେ ଭଲ ବୋଲିଂ କରିଥିବା ରବି ବିଷ୍ଣୋଇ ଆଜି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି। ତାଙ୍କ ବଦଳରେ ଅଭିଜ୍ଞ ରବି ଅଶ୍ୱିନଙ୍କୁ ସୁଯୋଗ ମିଳିଛି। ଦୀର୍ଘଦିନ ପରେ ଅଶ୍ୱିନ ଟି-୨୦ କ୍ରିକେଟକୁ କମବ୍ୟାକ କରିଛନ୍ତି।

ଅନ୍ୟପକ୍ଷରେ ଶ୍ରୀଲଙ୍କା ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଦଳ ସୁପର ୪ର ପ୍ରଥମ ମୁକାବିଲାରେ ଆଫଗାନିସ୍ତାନକୁ ହରାଇଥିଲା। ତେଣୁ ବିଜୟ ଧାରା ବଜାୟୀ ରଖିବା ଲକ୍ଷ୍ୟ ନେଇ ଟିମ ମୈଦାନକୁ ଓହ୍ଲାଇଛି। ଏସିଆ କପରେ ଏଯାଏ ଭାତତ ଓ ଶ୍ରୀଲଙ୍କା ୨୦ ଥର ମୁହାଁମୁହିଁ ହୋଇଛନ୍ତି। ଏଥି ମଧ୍ୟରୁ ଉଭୟ ୧୦ଟି ଲେଖାଏ ମ୍ୟାଚ୍‌ ଜିତିଛନ୍ତି।

Related story