ରେକର୍ଡ ବୁକରେ ଷ୍ଟିଭ ସ୍ମିଥ, ବିଜୟ ଠାରୁ ୨୭୮ ରନ୍‌ ଦୂରରେ ପାକିସ୍ତାନ

ଲାହୋର: ଅଷ୍ଟ୍ରେଲିଆ ବ୍ୟାଟର ଷ୍ଟିଭ ସ୍ମିଥ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ମାତ୍ର ୧୭ ରନ୍‌ର ଇନିଂସ ଖେଳିଛନ୍ତି। ହେଲେ ଏହି ଇନିଂସ ବଳରେ ସେ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସବୁଠାରୁ କମ ଇନିଂସ୍‌ରେ ଟେଷ୍ଟ କ୍ରିକେଟରେ ୮ ହଜାର ରନ୍‌ ପୂରଣ କରିପାରିଛନ୍ତି। ଏହାପୂର୍ବରୁ ସବୁଠାରୁ କମ ଇନିଂସ୍‌ରେ ୮ ହଜାର ପୂରଣ କରିଥିବା ତାଲିକାରେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର କୁମାର ସାଙ୍ଗାକାରା ୧ନଂ […]

smith

Hemant Lenka
  • Published: Thursday, 24 March 2022
  • , Updated: 24 March 2022, 08:33 PM IST

ଲାହୋର: ଅଷ୍ଟ୍ରେଲିଆ ବ୍ୟାଟର ଷ୍ଟିଭ ସ୍ମିଥ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ମାତ୍ର ୧୭ ରନ୍‌ର ଇନିଂସ ଖେଳିଛନ୍ତି। ହେଲେ ଏହି ଇନିଂସ ବଳରେ ସେ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସବୁଠାରୁ କମ ଇନିଂସ୍‌ରେ ଟେଷ୍ଟ କ୍ରିକେଟରେ ୮ ହଜାର ରନ୍‌ ପୂରଣ କରିପାରିଛନ୍ତି।

ଏହାପୂର୍ବରୁ ସବୁଠାରୁ କମ ଇନିଂସ୍‌ରେ ୮ ହଜାର ପୂରଣ କରିଥିବା ତାଲିକାରେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର କୁମାର ସାଙ୍ଗାକାରା ୧ନଂ ସ୍ଥାନରେ ରହିଥିଲେ। ହେଲେ ସାଙ୍ଗାକାରାଙ୍କ ଠାରୁ ମାତ୍ର ଗୋଟିଏ କମ ଇନିଂସ୍‌ ଖେଳି ସ୍ମିଥ ଟେଷ୍ଟ କ୍ରିକେଟରେ ୮ ହଜାର ରନ ପୂରଣ କରିପାରିଛନ୍ତି।

ସାଙ୍ଗାକାର ୧୫୨ଟି ଇନିଂସରେ ଏପରି କୀର୍ତ୍ତିମାନ ସ୍ଥାପନ କରିଥିଲେ। ହେଲେ ସ୍ମିଥ ୧୫୧ଟି ଇନିଂସରେ ୮୦୦୦ ରନ କ୍ଲବରେ ନିଜକୁ ସାମିଲ କରିଛନ୍ତି। ମ୍ୟାଚ୍‌ କଥା ବିଚାରକୁ ନେଲେ ସ୍ମିଥ ୮୫ଟି ମ୍ୟାଚ୍‌ ଖେଳିଛନ୍ତି। ସାଙ୍ଗାକାରା ୯୧ଟି ମ୍ୟାଚ୍‌ ଖେଳିବା ପରେ ୮ ହଜାର ରନ କରିଥିଲେ। ଏହି ଦୁଇ ଖେଳାଳିଙ୍କ ପରେ ସଚିନ ତେନ୍ଦୁଲକରଙ୍କ ନାଁ ରହିଛି। ସେ ୧୫୪ଟି ଇନିଂସରେ ୮ ହଜାର ରନ ପୂରଣ କରିଥିଲେ।

ସ୍ମିଥ ପାକିସ୍ତାନ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ଯଥାକ୍ରମେ ୭୮ ଓ ୭୨ ରନ୍‌ କରିଥିଲେ। ଏବେ ଲାହୋରର ଗଦାଫି ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ୫୯ ରନ କରିଥିଲେ। ଦ୍ୱିତୀୟ ଇନିଂସରେ ସେ ୧୭ ରନ୍‌ କରି ଆଉଟ ହୋଇଯାଇଥିଲେ। ପ୍ରଥମ ଇନିଂସରେ ସ୍ମିଥ ୫୯ ରନ କରିବା ପରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବୀରେନ୍ଦ୍ର ସେହୱାଗ ଓ କୁମାର ସାଙ୍ଗାକାରାଙ୍କୁ ପଛରେ ପକାଇ ଦେଇଥିଲେ।

ସ୍ମିଥ ୧୫୦ ଟେଷ୍ଟ ଇନିଂସ ପରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ହୋଇଯାଇଥିଲେ। ପୂର୍ବରୁ ସାଙ୍ଗାକାର ୧୫୦ ଇନିଂସ ପରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ଥିଲେ। ହେଲେ ଲାହୋର ଟେଷ୍ଟରେ ସ୍ମିଥ ଏହି ରେକର୍ଡକୁ ଭାଙ୍ଗି ଦେଇଥିଲେ। ଏବେ ୮ ହଜାର ରନର ରେକର୍ଡ ମଧ୍ୟ ସେ ଭାଙ୍ଗିଛନ୍ତି।

ଅନ୍ୟପକ୍ଷରେ ତୃତୀୟ ଟେଷ୍ଟ କଥା ବିଚାରକୁ ନେଲେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଦଳ ୧୭ ରନ୍‌ରେ ଦୁଇଟି ୱିକେଟ ହରାଇଥିଲା। ଏହାପରେ ସ୍ମିଥ ଓ ଉସମାନ ଖ୍ୱାଜା ସ୍ଥିତି ସମ୍ଭାଳି ତୃତୀୟ ୱିକେଟ ପାଇଁ ୧୩୮ ରନ ଯୋଡ଼ିଇଥିଲେ। ସ୍ମିଥ ୫୯ ଓ ଉସମାନ ଖ୍ୱାଜା ୯୧ ରନ କରି ଆଉଟ ହେବା ପରେ ପାକିସ୍ତାନ କମବ୍ୟାକ କରିବ ବୋଲି ଆଶା କରାଯାଉଥିଲା। ତେବେ ଆଲେକ୍ସ କେରୀ ଓ କ୍ୟାମେରନ ଗ୍ରୀନ ୧୩୫ ରନ ଯୋଡ଼ିଥିଲେ।

ଫଳରେ ଅଷ୍ଟ୍ରେଲିଆ ୩୦୦ରୁ ଅଧିକ ରନ କରିପାରିଥିଲା। ଗ୍ରୀନ ୭୯ କରିଥିବା ବେଳେ କେରୀ ୬୭ ରନ କରିଥିଲେ। ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସରେ ୩୯୧ ରନ୍‌ରେ ଅଲଆଉଟ ହେବା ପରେ ପାକିସ୍ତାନ ଇନିଂସ ଆରମ୍ଭ କରିଥିଲା। ଦ୍ୱିତୀୟ ଇନିଂସରେ ପାକିସ୍ତାନ ୨୬୮ ରନ୍‌ କରି ଅଲଆଉଟ ହୋଇଯାଇଛି। ଏହାପରେ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସରେ ଉସମାନ ଖ୍ୱାଜାଙ୍କ ଅପରାଜିତ ୧୦୪ ରନ, ଡାଭିଡ ୱାର୍ଣ୍ଣରଙ୍କ ୫୧, ମାର୍ନସ ଲାବୁଶେନଙ୍କ ୩୬, ସ୍ମିଥ ୧୭ ଓ ଟ୍ରାଭିସ ହେଡଙ୍କ ଅପରାଜିତ ୧୧ ରନ୍‌ ବଳରେ ୨୨୭/୩ରେ ପାଳି ଘୋଷଣା କରିଛନ୍ତି।

ଫଳରେ ପାକିସ୍ତାନକୁ ତୃତୀୟ ଟେଷ୍ଟ ଜିତିବାକୁ ୩୫୧ ରନ୍‌ର ଟାର୍ଗେଟ ମିଳିଛି। ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ପାକିସ୍ତାନ ବିନା ୱିକେଟରେ ୭୩ ରନ୍‌ କରି ନେଇଛି। ଅର୍ଥାତ ଶେଷ ଦିନରେ ପାକିସ୍ତାନକୁ ଜିତିବା ପାଇଁ ୨୭୮ ରନ୍‌ କରିବାକୁ ପଡ଼ିବ। ସେହିପରି ଅଷ୍ଟ୍ରେଲିଆ ୧୦ ୱିକେଟ ନେଇପାରିଲେ ବିଜୟୀ ହେବ।

ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ପୂର୍ବରୁ ଖେଳାଯାଇଥିବା ଦୁଇଟି ଯାକ ଟେଷ୍ଟ ଡ୍ର ରହିଥିଲା।

Related story