ଷ୍ଟୋଇନିସଙ୍କ ବିସ୍ଫୋରକ ୫୯*: ବିଜୟ ଟ୍ରାକକୁ ଫେରିଲା ଅଷ୍ଟ୍ରେଲିଆ

ପର୍ଥ: ୱିନିଂ ଟ୍ରାକକୁ ଫେରିଛି ଅଷ୍ଟ୍ରେଲିଆ। ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଏକତରଫା ଭାବେ ପରାସ୍ତ ହୋଇଥିବା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଆଜି ଜବରଦସ୍ତ କମବ୍ୟାକ କରିଛି। ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ୧୮ ବଲରେ ଅପରାଜିତ ୫୯ ରନ ବଳରେ ଅଷ୍ଟ୍ରେଲିଆ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ସୁପର ୧୨ରେ ଏହା ଅଷ୍ଟ୍ରେଲିଆର ଦ୍ୱିତୀୟ ମ୍ୟାଚ୍‌ରେ ପ୍ରଥମ ବିଜୟ। ସେହିପରି ଶ୍ରୀଲଙ୍କାର ମଧ୍ୟ ଦ୍ୱିତୀୟ ମ୍ୟାଚ୍‌ରେ ପ୍ରଥମ ପରାଜୟ। ପ୍ରଥମେ ବ୍ୟାଟିଂ […]

ICC

ICC

Hemant Lenka
  • Published: Tuesday, 25 October 2022
  • Updated: 25 October 2022, 08:43 PM IST

Sports

Latest News

ପର୍ଥ: ୱିନିଂ ଟ୍ରାକକୁ ଫେରିଛି ଅଷ୍ଟ୍ରେଲିଆ। ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଏକତରଫା ଭାବେ ପରାସ୍ତ ହୋଇଥିବା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଆଜି ଜବରଦସ୍ତ କମବ୍ୟାକ କରିଛି। ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ୧୮ ବଲରେ ଅପରାଜିତ ୫୯ ରନ ବଳରେ ଅଷ୍ଟ୍ରେଲିଆ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି।

ସୁପର ୧୨ରେ ଏହା ଅଷ୍ଟ୍ରେଲିଆର ଦ୍ୱିତୀୟ ମ୍ୟାଚ୍‌ରେ ପ୍ରଥମ ବିଜୟ। ସେହିପରି ଶ୍ରୀଲଙ୍କାର ମଧ୍ୟ ଦ୍ୱିତୀୟ ମ୍ୟାଚ୍‌ରେ ପ୍ରଥମ ପରାଜୟ। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୭ ରନ କରିଥିଲା। ଏହାର ଜବାବରେ ଷ୍ଟୋଇନିସଙ୍କ ୫୯ ଓ ଅଧିନାୟକ ଆରୋନ ଫିଞ୍ଚଙ୍କ ଅପରାଜିତ ୪୨ ବଲରେ ୩୧ ରନ ବଳରେ ଅଷ୍ଟ୍ରେଲିଆ ୨୧ ବଲ ପୂର୍ବରୁ ୩ ୱିକେଟରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।

୧୫୭ ରନକୁ ଡିଫେଣ୍ଡ କରିବା ପାଇଁ ଶ୍ରୀଲଙ୍କା ଠିକଠାକ ଆରମ୍ଭ କରିଥିଲା। ୱାନିନ୍ଦୁ ହସରଙ୍ଗାଙ୍କୁ ବ୍ୟବହାର କରି ଅଧିନାୟକ ଦସୁନ ଶଣକା ଅଷ୍ଟ୍ରେଲିଆକୁ ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ଦେଇ ନଥିଲେ। ତେବେ ଶେଷ ଭାଗରେ ସେହି ହସରଙ୍ଗାଙ୍କୁ ଷ୍ଟୋଇନିସ ପ୍ରବଳ ପ୍ରହାର କରିଥିଲେ।

ସେ ଶ୍ରୀଲଙ୍କାର ସବୁଠାରୁ ମହଙ୍ଗା ବୋଲର ମଧ୍ୟ ସାବ୍ୟସ୍ତ ହୋଇଛନ୍ତି। ଷ୍ଟୋଇନିସଙ୍କୁ ଆଉଟ କରିବା ପାଇଁ ଶଣକା କ୍ରମାଗତ ଭାବେ ବୋଲିଂରେ ପରିବର୍ତ୍ତନ କରିଥିଲେ। ହେଲେ ଲାହିରୁ କୁମାରଙ୍କ ଠାରୁ ଆରମ୍ଭ କରି ମହୀଶ ତିକଶାନା କେହି ବି ଷ୍ଟୋଇନିସଙ୍କ ଆଗରେ ତିଷ୍ଠି ପାରି ନଥିଲେ। ସମସ୍ତଙ୍କ ବଲରେ ସେ ବଡ଼ବଡ଼ ଛକା ଓ ଚୌକା ମାରି ଅଷ୍ଟ୍ରେଲିଆକୁ ଦ୍ରୁତଗତିରେ ବିଜୟ ଆଡ଼କୁ ନେଇ ଯାଇଥିଲେ।

୧୮ ବଲରେ ଅପରାଜିତ ୫୯ ରନର ଇନିଂସ ଖେଳିଥିବା ଷ୍ଟୋଇନିସ ୬ଟି ଛକା ଓ ୪ଟି ଚକୌ ମାରିଛନ୍ତି। ଏହି ମ୍ୟାଚ୍‌ ବିଜୟୀ ଇନିଂସ ପାଇଁ ତାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଛି।

୧୫୮ ରନର ଟାର୍ଗେଟ ପିଛା କରୁଥିବା ଅଷ୍ଟ୍ରେଲିଆ ୨୬ ରନରେ ଡାଭିଡ ୱାର୍ଣ୍ଣର(୧୧), ୬୦ ରନରେ ମିଚେଲ ମାର୍ଶ(୧୮) ଓ ୮୯ ରନରେ ଗ୍ଲେନ ମ୍ୟାକ୍ସୱେଲ(୨୩)ଙ୍କୁ ହରାଇଥିଲା। ମ୍ୟାକ୍ସୱେଲ ଆଉଟ ହେବା ବେଳେ ଅଷ୍ଟ୍ରେଲିଆ ୧୨.୨ ଓଭରରେ ୮୯ ରନ କରିଥିଲା।

ଷ୍ଟୋଇନିସ କ୍ରିଜ୍‌କୁ ଆସିବା କ୍ଷଣି ଅଷ୍ଟ୍ରେଲିଆ ଆଡ଼କୁ ମୋମେଣ୍ଟମ ଶିଫ୍ଟ ହୋଇଥିଲା। କରୁଣାରତ୍ନେଙ୍କୁ ଚୌକା ମାରି ଷ୍ଟୋଇନିସ ନିଜର ଗିୟର ବଦଳାଇଥିଲେ। ୪୨ ବଲରେ ୬୧ ରନ ଦରକାର ଥିଲା ବେଳେ ନିଜେ ଶଣାକ ବୋଲିଂ କରିବାକୁ ଆସିଥିଲେ। ଏହି ଓଭରରୁ ଷ୍ଟୋନିସ ଦୁଇଟି ଚୌକା ସହ ୧୦ ରନ ଆଦାୟ କରିଥିଲେ।

କିନ୍ତୁ ୧୫ତମ ଓଭର ବୋଲିଂ କରୁଥିବା ହସରଙ୍ଗାଙ୍କୁ ସେ ଦୁଇଟି ୬କା ଓ ଗୋଟିଏ ଚୌକା ମାରି ମୋଟ ୧୯ ରନ ହାସଲ କରିଥିଲେ। ୧୬ତମ ଓଭରରେ ମଧ୍ୟ ତାଙ୍କ ଆକ୍ରମଣାତ୍ମକ ରୂପ ଦେଖିବାକୁ ମିଳିଥିଲା। ଏହି ଓଭରେ ତିକଶାନାଙ୍କୁ ୩ଟି ଛକା ମାରି ଷ୍ଟୋଇନିସ ମାତ୍ର ୧୭ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଅଷ୍ଟ୍ରେଲିଆ ପାଇଁ ସେ ପ୍ରଥମ କ୍ରିକେଟର ଭାବେ ଟି-୨୦ରେ ୧୭ ବଲରେ ୫୦ ରନ କରିବାର ରେକର୍ଡ ନିଜ ନାଁରେ କରିଥିଲେ। ୧୭ତମ ଓଭରରେ ସେ କୁମାରଙ୍କୁ ୬କା ମାରି ବିଜୟକୁ ଅତି ସହଜ କରି ଦେଇଥିଲେ। ସେହି ଓଭରର ୩ୟ ବଲରେ ଫିଞ୍ଚ ୨ ରନ ନେଇ ଅଷ୍ଟ୍ରେଲିଆ ପାଇଁ ବିଜୟ ମୁଣ୍ଡି ମାରିଥିଲେ।

ଶ୍ରୀଲଙ୍କା ପକ୍ଷରୁ ଧନଞ୍ଜୟ ଡି’ସିଲଭା, ତିକଶାନା ଓ କରୁଣାରତ୍ନେ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story