ଆଇପିଏଲ୍‌ରେ ଏଣ୍ଟ୍ରି କରିବେ 'ମିଷ୍ଟର ଆଇପିଏଲ୍‌'

ନୂଆଦିଲ୍ଲୀ: ମିଷ୍ଟର ଆଇପିଏଲ୍‌ ଓରଫ୍‌ ସୁରେଶ ରାଇନାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ଟିମ୍‌ ଇଣ୍ଡିଆର ଏହି ପୂର୍ବତନ କ୍ରିକେଟର୍‌ଙ୍କୁ ଏବେ ଚଳିତ ଆଇପିଏଲ୍‌ ମ୍ୟାଚ୍‌ରେ କରିବେ ଏଣ୍ଟ୍ରି। ଅକ୍ସନ ବେଳେ କେହି କିଣି ନଥିବା ରାଇନାଙ୍କୁ ଏବେ ଆଇପିଏଲ୍‌ ମ୍ୟାଚ୍‌ରେ ନୂଆ ଅବତାରରେ ଦେଖିବାକୁ ମିଳିବ। ତେବେ ଏଥର କିନ୍ତୁ ଏହି ମିଷ୍ଟର ଆଇପିଏଲ୍‌ ହାତରେ ବ୍ୟାଟ୍‌ ନୁହେଁ ଧରିବେ ମାଇକ୍‌। ଚୌକା ଛକା ନୁହେଁ ଏଥର ରାଇନା କରିବେ କମେଣ୍ଟ୍ରି ବର୍ଷା। କ୍ରିକେଟ ପିଚ୍‌ […]

suresh-raina

Madhupriya Mistry
  • Published: Tuesday, 22 March 2022
  • , Updated: 22 March 2022, 03:49 PM IST

ନୂଆଦିଲ୍ଲୀ: ମିଷ୍ଟର ଆଇପିଏଲ୍‌ ଓରଫ୍‌ ସୁରେଶ ରାଇନାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ଟିମ୍‌ ଇଣ୍ଡିଆର ଏହି ପୂର୍ବତନ କ୍ରିକେଟର୍‌ଙ୍କୁ ଏବେ ଚଳିତ ଆଇପିଏଲ୍‌ ମ୍ୟାଚ୍‌ରେ କରିବେ ଏଣ୍ଟ୍ରି। ଅକ୍ସନ ବେଳେ କେହି କିଣି ନଥିବା ରାଇନାଙ୍କୁ ଏବେ ଆଇପିଏଲ୍‌ ମ୍ୟାଚ୍‌ରେ ନୂଆ ଅବତାରରେ ଦେଖିବାକୁ ମିଳିବ। ତେବେ ଏଥର କିନ୍ତୁ ଏହି ମିଷ୍ଟର ଆଇପିଏଲ୍‌ ହାତରେ ବ୍ୟାଟ୍‌ ନୁହେଁ ଧରିବେ ମାଇକ୍‌। ଚୌକା ଛକା ନୁହେଁ ଏଥର ରାଇନା କରିବେ କମେଣ୍ଟ୍ରି ବର୍ଷା। କ୍ରିକେଟ ପିଚ୍‌ ବଦଳରେ ସେ କମେଣ୍ଟ୍ରି ବକ୍ସର ଶୋଭା ବଢ଼ାଇବେ।

ଚଳିତ ଆଇପିଏଲ୍‌ର ୧୫ତମ ସିଜନ୍‌ରେ ସୁରେଶ ରାଇନା କରିବେ କମେଣ୍ଟ୍ରି। ତାଙ୍କୁ ହିନ୍ଦୀ କମେଣ୍ଟେଟର ଭାବେ ଦେଖିବାକୁ ମିଳିବ। ଏନେଇ ଆଇପିଏଲ୍‌ର ଅଧିକାରିକ ପ୍ରସାରଣକର୍ତ୍ତା ଷ୍ଟାର୍‌ ସ୍ପୋର୍ଟସ୍‌ ପକ୍ଷରୁ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦିଆଯାଇଛି। ଷ୍ଟାର୍‌ ସ୍ପୋର୍ଟସ ତା' ଅଫିସିଆଲ୍‌ ଟ୍ୱିଟର୍‌ ହ୍ୟାଣ୍ଡେଲରେ ମିଷ୍ଟର ଆଇପିଏଲ୍‌ଙ୍କୁ ନିଆରା ଢ଼ଙ୍ଗରେ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।

ସୁରେଶ ରାଇନା ଆଇପିଏଲ୍‌-୨୦୨୨ର ମେଗା ଅକ୍ସନରେ ଅନ୍‌ସୋଲ୍ଡ ଥିଲେ। ତାଙ୍କୁ କୌଣସି ବି ଫ୍ରାଞ୍ଚାଇଜ କିଣି ନଥିଲା। ଗତ ଆଇପିଏଲ୍‌ ସିଜନରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିଥିବା ରାଇନା ପ୍ରଥମ ଥର ପାଇଁ ଆଇପିଏଲ୍‌ ନିଲାମିରେ ଅନ୍‌ସୋଲ୍ଡ ତଥା ବ୍ରିକ୍ରି ହୋଇନଥିଲେ।

ତେବେ ରାଇନା ପ୍ରଥମଥର ପାଇଁ ଏହି ଟି-୨୦ ଲିଗ୍‌ରେ କମେଣ୍ଟ୍ରି କରିବେ। ରାଇନା ଟିମ୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍‌ ରବୀ ଶାସ୍ତ୍ରୀଙ୍କ ସହ ମିଶି କମେଣ୍ଟ୍ରି ବକ୍ସରେ ଦର୍ଶକଙ୍କୁ ପୂରା ଖେଳର ତାଜା ଅପ୍‌ଡେଟ୍‌ ଦେବେ। ଆଇପିଏଲ୍‌-୨୦୨୨ରେ ହିନ୍ଦୀ କମେଣ୍ଟେଟରଙ୍କ ମଧ୍ୟରେ ଆକାଶ ଚୋପ୍ରା, ଇରଫାନ୍‌ ପଠାନ୍‌, ଗୌତମ ଗମ୍ଭୀର, ପାର୍ଥିବ ପଟେଲ, ନିଖିଲ ଚୋପ୍ରା, ତାନ୍ୟା ପୁରୋହିତ, କିରନ ମୋରେ, ଜତିନ ସ୍ପ୍ରୁ ଏବଂ ସୁରେନ ସୁନ୍ଦରମ୍‌ ସମେତ ରବୀ ଶାସ୍ତ୍ରୀ ଓ ସୁରେଶ ରାଇନାଙ୍କ ନାଁ ମଧ୍ୟ ଏବେ ସାମିଲ ହୋଇଛି।

https://twitter.com/StarSportsIndia/status/1506133580417699845?s=20&t=PkhgXQHrQBXNoqTQqc_gDA

Related story