ଟି-୨୦ରେ ଇତିହାସ ରଚିଲା ତାଞ୍ଜାନିଆ

ନୂଆଦିଲ୍ଲୀ: ତାଞ୍ଜାନିଆ ମହିଳା ଟିମ୍ ଟି-୨୦ କ୍ରିକେଟରେ ଇତିହାସ ରଚିଛି। ମହିଳା ଟି-୨୦ ବିଶ୍ୱକପ୍ କ୍ୱାଲିଫାୟରର ଏକାଦଶ ମ୍ୟାଚରେ ତାଞ୍ଜାନିଆ ୨୦୦ ରନର ବଡ଼ ବ୍ୟବଧାନରେ ମୋଜାମ୍ବିକକୁ ପରାସ୍ତ କରିଛି। ଏହାସହ ତାଞ୍ଜାନିଆ ଟିମ୍ ୨୦୦ କିମ୍ବା ଏହାରଠାରୁ ଅଧିକ ରନରେ ଦୁଇଥର ମ୍ୟାଚ୍ ଜିତିବାରେ ବିଶ୍ୱର ପ୍ରଥମ ମହିଳା ଟିମ୍ ହୋଇଛି। ଉକ୍ତ ମ୍ୟାଚରେ ତାଞ୍ଜାନିଆ ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୨୨୮ ରନ୍ କରିଥିଲା। ଜବାବରେ […]

tanzania

Ranjit Kumar Jena
  • Published: Sunday, 12 September 2021
  • , Updated: 12 September 2021, 09:44 PM IST

ନୂଆଦିଲ୍ଲୀ: ତାଞ୍ଜାନିଆ ମହିଳା ଟିମ୍ ଟି-୨୦ କ୍ରିକେଟରେ ଇତିହାସ ରଚିଛି। ମହିଳା ଟି-୨୦ ବିଶ୍ୱକପ୍ କ୍ୱାଲିଫାୟରର ଏକାଦଶ ମ୍ୟାଚରେ ତାଞ୍ଜାନିଆ ୨୦୦ ରନର ବଡ଼ ବ୍ୟବଧାନରେ ମୋଜାମ୍ବିକକୁ ପରାସ୍ତ କରିଛି। ଏହାସହ ତାଞ୍ଜାନିଆ ଟିମ୍ ୨୦୦ କିମ୍ବା ଏହାରଠାରୁ ଅଧିକ ରନରେ ଦୁଇଥର ମ୍ୟାଚ୍ ଜିତିବାରେ ବିଶ୍ୱର ପ୍ରଥମ ମହିଳା ଟିମ୍ ହୋଇଛି।

ଉକ୍ତ ମ୍ୟାଚରେ ତାଞ୍ଜାନିଆ ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୨୨୮ ରନ୍ କରିଥିଲା। ଜବାବରେ ମୋଜାମ୍ବିକ ୧୨.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ତାଞ୍ଜାନିଆ ପକ୍ଷରୁ ମୱାନାଇଡି ସ୍ୱିଡୀ ୪୮ ବଲରେ ୮୭ (୧୧ ଚୌକା) ରନ୍ ଓ ଫାତୁମା କିବାସୁ ୬୨ ରନର ଇନିଂସ୍ ଖେଳିଛନ୍ତି। ମ୍ୟାଚରେ ମୋଜାମ୍ବିକ୍ ଅତିରିକ୍ତ ୩୫ ରନ୍ ବ୍ୟୟ କରିଛି। ମୋଜାମ୍ବିକ୍ ପକ୍ଷରୁ କ୍ରିଷ୍ଟିନା ମାଗେଆ ୩୫ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ଅନ୍ୟ ବୋଲର ଖୁବ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

୨୨୯ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ମୋଜାମ୍ବିକର ଆରମ୍ଭ ନୈରାଶ୍ୟଜନକ ରହିଥିଲା। ୧୫ ରନ୍ ଭିତରେ ଅଧା ଟିମ୍ ପ୍ୟାଭିଲିୟନ୍ ଫେରିଥିଲେ। ଓପ୍ନର ପାଲମିରା କୁଇନିକା ଓ କ୍ୟାପଟେନ୍ ଓଲଗା ମାତସୋଲୋ ୬ ରନ୍ ଲେଖାଏ କରିଥିଲେ। ମୋଜାମ୍ବିକ ମହିଳା ଟିମର କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରି ନଥିଲେ। ତାଞ୍ଜାନିଆ ପକ୍ଷରୁ ପିରାଇସ୍ କାମୁନ୍ୟା ୬ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ୮୭ ରନର ଇନିଂସ୍ ଖେଳିଥିବା ସ୍ୱିଡୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ଏହା ପୂର୍ବରୁ ତାଞ୍ଜାନିଆ ୨୦୦୯ରେ ମାଲି ମହିଳା ଟିମକୁ ୨୬୮ ରନରେ ହରାଇଥିଲା। ମହିଳା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଓଭରଅଲ୍ ପଞ୍ଚମଥର ଲାଗି କୌଣସି ଟିମ୍ ୨୦୦ କିମ୍ବା ଏହାଠାରୁ ଅଧିକ ରନ୍ ବ୍ୟବଧାନରେ ମ୍ୟାଚ୍ ଜିତିଛି। ଉଗାଣ୍ଡା ନାଁରେ ସବୁଠାରୁ ବଡ଼ ବିଜୟର ବିଶ୍ୱ ରେକର୍ଡ ରହିଛି। ୨୦୧୯ରେ ଉଗାଣ୍ଡା ୩୦୪ ରନରେ ମାଲିକୁ ପରାସ୍ତ କରିଥିଲା।

Related story