ସବୁ ଖେଳାଳି ମସ୍ତିରେ ମସଗୁଲ୍, ହେଲେ ଲଣ୍ଡନ ରାସ୍ତାରେ ସିରାଜ୍ କରୁଛନ୍ତି ଏମିତି କାମ

ଲଣ୍ଡନ: ଟିମ୍ ଇଣ୍ଡିଆର ଷ୍ଟାର୍ ପେସ୍ ବୋଲର ମହମ୍ମଦ ସିରାଜଙ୍କୁ ହୁଏତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଖେଳିବାକୁ ସୁଯୋଗ ମିଳିନାହିଁ। କିନ୍ତୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ସେ ଭାରତର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାକୁ ଆଶାବାଦୀ ଅଛନ୍ତି। ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ପରେ ସବୁ ଭାରତୀୟ ଖେଳାଳି ବାୟୋ-ବବଲରୁ ବାହାରି ପରିବାର ସହ ଛୁଟି ମନାଉଛନ୍ତି। କିନ୍ତୁ ସିରାଜ ଖାଲି ସମୟ ଉପଯୋଗ ନିଜକୁ ଫିଟ୍ କରାଇବାରେ ଲାଗିଛନ୍ତି। ସିରାଜ୍ ସୋଶାଲ ମିଡିଆ […]

SIRAJ

Ranjit Kumar Jena
  • Published: Monday, 05 July 2021
  • , Updated: 05 July 2021, 05:43 PM IST

ଲଣ୍ଡନ: ଟିମ୍ ଇଣ୍ଡିଆର ଷ୍ଟାର୍ ପେସ୍ ବୋଲର ମହମ୍ମଦ ସିରାଜଙ୍କୁ ହୁଏତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଖେଳିବାକୁ ସୁଯୋଗ ମିଳିନାହିଁ। କିନ୍ତୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ସେ ଭାରତର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାକୁ ଆଶାବାଦୀ ଅଛନ୍ତି। ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ପରେ ସବୁ ଭାରତୀୟ ଖେଳାଳି ବାୟୋ-ବବଲରୁ ବାହାରି ପରିବାର ସହ ଛୁଟି ମନାଉଛନ୍ତି। କିନ୍ତୁ ସିରାଜ ଖାଲି ସମୟ ଉପଯୋଗ ନିଜକୁ ଫିଟ୍ କରାଇବାରେ ଲାଗିଛନ୍ତି।

ସିରାଜ୍ ସୋଶାଲ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେଆର୍ କରିଛନ୍ତି, ଯେଉଁଥିରେ ତାଙ୍କୁ ଇଂଲଣ୍ଡର ରାସ୍ତାରେ ନିର୍ମିତ ପାହାଚରେ ୱାର୍କ ଆଉଟ୍ କରୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓକୁ ଖୁବ୍ ପସନ୍ଦ କରାଯାଉଛି। ସିରାଜ୍ ଭିଡିଓ ଶେଆର୍ କରି ୱାର୍କଆଉଟ୍ କରୁଥିବା ଇମୋଜୀ ମଧ୍ୟ ପୋଷ୍ଟ କରିଛନ୍ତି। ଭିଡିଓରେ ପେସ୍ ବୋଲର ସିରାଜଙ୍କୁ ପାହାଚରେ ଦ୍ରୁତ ଗତିରେ ଚଢ଼ୁଛନ୍ତି ଏବଂ ଏହାସହ ତଳକୁ ଓହ୍ଲାଉଥିବାର ଦେଖିବାକୁ ମିଳିଛି।

 

View this post on Instagram

 

A post shared by Mohammed Siraj (@mohammedsirajofficial)

ସିରାଜ୍ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ପଦାର୍ପଣ କରିଥିଲେ। ସିରାଜ୍ ନିଜର ଡେବ୍ୟୁ ସିରିଜରେ ଦମଦାର ବୋଲିଂ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଏହା ପରେ ସେ ଯେତିକି ସୁଯୋଗ ପାଇଛନ୍ତି, ସବୁଥିରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ହେଲେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ତାଙ୍କୁ ସୁଯୋଗ ମିଳିନଥିଲା। ଫାଇନାଲ୍ ଭାରତ ନ୍ୟୁଜିଲ୍ୟାଣ୍ଡ ନିକଟରୁ ପରାସ୍ତ ହୋଇଥିଲା। ଯଦି ସିରାଜ୍ ଭାରତର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥାନ୍ତେ, ତାହେଲେ ପରିଣାମ ଅଲଗା ହୋଇଥାନ୍ତା ବୋଲି ଅନେକେ ମତ ଦେଇଛନ୍ତି।

ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଅଗଷ୍ଟରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ଅଗଷ୍ଟ ୪ ତାରିଖରୁ ନଟ୍ଟିଂହାମରେ ଖେଳାଯିବ। ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷରେ ମୋଟ ୫ଟି ଟେଷ୍ଟ ଖେଳିବ। ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ଯାଏ ଖେଳାଯିବ।

Related story