ପ୍ରଥମ କ୍ୱାଲିଫାୟାର: ଟସ୍‌ ଜିତିଲେ ହାର୍ଦ୍ଦିକ ପାଣ୍ଡ୍ୟା

କୋଲକାତା: ବର୍ଷାର ଭୟ ଭିତରେ ଆଜି ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟାର ମ୍ୟାଚ୍‌ ଖେଳିବାକୁ କୋଲକାତାର ଇଡେନ ଗାର୍ଡେନ ମୈଦନାକୁ ଓହ୍ଲାଇଛନ୍ତି ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍‌ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ସଞ୍ଜୁ ସାମସନଙ୍କ ଦଳ ପ୍ରଥମେ ବ୍ୟାଟିଂ କରିବ। ଆଜିର ମ୍ୟାଚ୍‌ରେ ବର୍ଷା ବାଧକ ସାଜିବାର ଯଥେଷ୍ଟ ଆଶାଙ୍କା ରହିଛି। କୌଣସି ବି ମୁହୂର୍ତ୍ତରେ ବର୍ଷା ଖେଳରେ ବିଭ୍ରାଟ […]

toss

toss

Hemant Lenka
  • Published: Tuesday, 24 May 2022
  • Updated: 24 May 2022, 07:10 PM IST

Sports

Latest News

କୋଲକାତା: ବର୍ଷାର ଭୟ ଭିତରେ ଆଜି ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟାର ମ୍ୟାଚ୍‌ ଖେଳିବାକୁ କୋଲକାତାର ଇଡେନ ଗାର୍ଡେନ ମୈଦନାକୁ ଓହ୍ଲାଇଛନ୍ତି ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍‌ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ସଞ୍ଜୁ ସାମସନଙ୍କ ଦଳ ପ୍ରଥମେ ବ୍ୟାଟିଂ କରିବ।

ଆଜିର ମ୍ୟାଚ୍‌ରେ ବର୍ଷା ବାଧକ ସାଜିବାର ଯଥେଷ୍ଟ ଆଶାଙ୍କା ରହିଛି। କୌଣସି ବି ମୁହୂର୍ତ୍ତରେ ବର୍ଷା ଖେଳରେ ବିଭ୍ରାଟ ସୃଷ୍ଟି କରିପାରେ। ଏହାକୁ ଦୃଷ୍ଟିରେ ରଖି ହାର୍ଦ୍ଦିକ ବୋଲିଂ ନିଷ୍ପତ୍ତି ନେଇଥିବା କହିଛନ୍ତି।

ପ୍ରଥମ କ୍ୱାଲିଫାୟର ଯେଉଁ ଦଳ ଜିତିବ, ସେ ସିଧାସଳଖ ଚଳିତ ବର୍ଷ ଆଇପିଏଲ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ହାରିବା ଟିମ୍‌ ପାଖରେ ମଧ୍ୟ ଫାଇନାଲ ଯିବାକୁ ଆଉ ଗୋଟିଏ ସୁଯୋଗ ରହିବ। ଏଲିମିନେଟ୍‌ର ମ୍ୟାଚ୍‌ ଯେଉଁ ଦଳ ଜିତିବ, ତା’ ସହ ଆଜି ହାରିଥିବା ଦଳ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ। ଏଲିମିନେଟର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ମଧ୍ୟ କୋଲକାତାରେ ଖେଳାଯିବ।

ଆଜିର ମ୍ୟାଚ୍‌ କଥା ବିଚାରକୁ ନେଲେ ଗୁଜରାଟ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଲକି ଫର୍ଗୁସନଙ୍କ ବଦଳରେ ୱେଷ୍ଟଇଣ୍ଡିଜ ତାରକା ଅଲଜାରି ଯୋଶେଫ ଦଳକୁ କମବ୍ୟାକ୍‌ କରିଛନ୍ତି। ଗୁଜରାଟ ଚଳିତ ଆଇପିଏଲର ଟେବୁଲ ଟପର। ହେଲେ ଦଳ ତା’ର ଶେଷ ଲିଗ ମ୍ୟାଚରେ ଆରସିବି ଠାରୁ ହାରି ଯାଇଥିଲା। ଗୁଜରାଟ ପ୍ରଥମଥର ପାଇଁ ଚଳିତ ବର୍ଷ ଆଇପିଏଲ ଭଳି ମେଗା ଇଭେଣ୍ଟରେ ଭାଗ ନେଇଛି। ଏଥିସହ ଡେବ୍ୟୁରି ହିଁ ଦଳ ଫାଇନାଲ ଟିକେଟ ହାସଲ କରିବାର ନିକଟରେ ରହିଛି।

ଅନ୍ୟପକ୍ଷରେ ୨୦୦୮ର ବିଜେତା ରାଜସ୍ଥାନ ରୟାଲ୍ସ ଆଜିର ମ୍ୟାଚ୍‌ରେ କୌଣସି ପରିବର୍ତ୍ତନ କରିନି। ଦଳ ତା’ର ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ବିଜୟ ହୋଇଥିଲା। ତେଣୁ ଆଜି ମଧ୍ୟ ଗୁଜରାଟ ବିପକ୍ଷରେ ସାମସନ ଆଣ୍ଡ କୋ ସମାନ ଖେଳ ପ୍ରର୍ଧାନ କରିବେ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story