ମାତ୍ର ୨୮ ବର୍ଷରେ କ୍ରିକେଟ୍‌କୁ ଅଲବିଦା କହିଲେ ଭାରତର ବିଶ୍ୱକପ୍ ବିଜେତା କ୍ୟାପଟେନ୍

ନୂଆଦିଲ୍ଲୀ: ଭାରତକୁ ୨୦୧୨ରେ ଅଣ୍ଡର୍-୧୯ ବିଶ୍ୱକପ୍ ଜିତାଇଥିବା କ୍ୟାପଟେନ୍ ଉନ୍ମୁକ୍ତ ଚାନ୍ଦ ସନ୍ନ୍ୟାସ ଘୋଷଣା କରିଛନ୍ତି। ଶୁକ୍ରବାର ସେ ତାଙ୍କର ଅଫିସିଆଲୋ ଟ୍ୱିଟର୍ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି। ଉନ୍ମୁକ୍ତ ଭାରତକୁ ଅଣ୍ଡର୍-୧୯ ବିଶ୍ୱକପ୍ ଜିତାଇବା ପରେ ସିନିୟର ଟିମରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଥିଲେ। ତାଙ୍କୁ ଆଇପିଏଲରେ ୨୧ଟି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଛି, କିନ୍ତୁ ସେଥିରେ ମଧ୍ୟ ସେ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଏବେ ଉନ୍ମକ୍ତ […]

unmukt-chand

Ranjit Kumar Jena
  • Published: Friday, 13 August 2021
  • , Updated: 13 August 2021, 06:14 PM IST

ନୂଆଦିଲ୍ଲୀ: ଭାରତକୁ ୨୦୧୨ରେ ଅଣ୍ଡର୍-୧୯ ବିଶ୍ୱକପ୍ ଜିତାଇଥିବା କ୍ୟାପଟେନ୍ ଉନ୍ମୁକ୍ତ ଚାନ୍ଦ ସନ୍ନ୍ୟାସ ଘୋଷଣା କରିଛନ୍ତି। ଶୁକ୍ରବାର ସେ ତାଙ୍କର ଅଫିସିଆଲୋ ଟ୍ୱିଟର୍ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି। ଉନ୍ମୁକ୍ତ ଭାରତକୁ ଅଣ୍ଡର୍-୧୯ ବିଶ୍ୱକପ୍ ଜିତାଇବା ପରେ ସିନିୟର ଟିମରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଥିଲେ। ତାଙ୍କୁ ଆଇପିଏଲରେ ୨୧ଟି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଛି, କିନ୍ତୁ ସେଥିରେ ମଧ୍ୟ ସେ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ।

ଏବେ ଉନ୍ମକ୍ତ ଭାରତୀୟ କ୍ରିକେଟକୁ ଅଲବିଦା କହିଦେଇଛନ୍ତି ଏବଂ ଆଗାମୀ ଦିନରେ ସେ ବିଦେଶୀ ଲିଗରେ ଖେଳିପାରନ୍ତି। ଉନ୍ମୁକ୍ତଙ୍କର ବୟସ ମାତ୍ର ୨୮ ଏବଂବ ତାଙ୍କର ଆମେରିକା କ୍ରିକେଟ୍ ଲିଗରେ ଖେଳିବା ନେଇ ଖବର ମିଳିଛି। ଉନ୍ମୁକ୍ତ ଶୁକ୍ରବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ଏବେ ତାଙ୍କ ଜୀବନର ନୂଆ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଉନ୍ମୁକ୍ତ ମଧ୍ୟ ସ୍ମୃତି ଭାବେ ନିଜର ଏକ ଭିଡିଓ ଶେଆର୍ କରିଛନ୍ତି, ଯେଉଁଥିରେ ତାଙ୍କ କ୍ରିକେଟ୍ କ୍ୟାରିୟରର ସ୍ୱର୍ଣ୍ଣିମ ଦିନର ଫଟୋ ଲଗାଯାଇଛି।

https://twitter.com/UnmuktChand9/status/1426131134887317510?s=20

୨୦୧୨ରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଅଣ୍ଡର୍-୧୯ ବିଶ୍ୱକପ୍ ଫାଇନାଲରେ ଉନ୍ମୁକ୍ତ ଚାନ୍ଦ ୧୧୧ ରନର ଅପରାଜିତ ଇନିଂସ୍ ଖେଳି ଭାରତକୁ ଚାମ୍ପିୟନ୍ କରାଇଥିଲେ। ଏହା ପରେ ଏକ ସମୟରେ ଉନ୍ମୁକ୍ତ ଚାନ୍ଦଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟକ କୁହାଯାଉଥିଲା, କିନ୍ତୁ ଏହି ପ୍ରତିଭାଶାଳୀ କ୍ରିକେଟରଙ୍କ କ୍ୟାରିୟର ଉତଥାନ ଓ ପତନ ଭରା ରହିଥିଲା। ଏବେ ସେ ମାତ୍ର ୨୮ ବର୍ଷ ବୟସରେ ଭାରତୀୟ କ୍ରିକେଟକୁ ଅଲବିଦା କହି ଦେଇଛନ୍ତି। ଉନ୍ମୁକ୍ତ ଭାରତରେ ବହୁତ କ୍ରିକେଟ୍ ଖେଳିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟରେ ଉନ୍ମୁକ୍ତ ଉତ୍ତରାଖଣ୍ଡ ଟିମର ପ୍ରତିନିଧିତ୍ୱ କରିଛନ୍ତି। ସେ ୬୭ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୩୧.୫୭ ହାରରେ ୩୩୭୯ ରନ୍ କରିଛନ୍ତି, ଯେଉଁଥିରେ ୮ ଶତକ ଅଛି।

https://twitter.com/UnmuktChand9/status/1426128578819674112?s=20

https://twitter.com/UnmuktChand9/status/1426128504131710980?s=20

ଲିଷ୍ଟ-ଏ’ରେ ସେ ୧୨୦ ମ୍ୟାଚ୍ ଖେଳି ୪୧.୩୩ ହାରରେ ୪୫୦୫ ରନ୍ କରିଛନ୍ତି ଏବଂ ଏହି ଫର୍ମାଟରେ ସେ ୭ ଶତକ ମାରିଛନ୍ତି। ଉନ୍ମୁକ୍ତ ୭୭ ଟି-୨୦ ମ୍ୟାଚ୍ ଖେଳି ୩ ଶତକ ଓ ୫ ଅର୍ଦ୍ଧଶତକ ସହ ୧୫୬୫ ରନ୍ କରିଛନ୍ତି। ଉନ୍ମୁକ୍ତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଛନ୍ତି। ସେ ମାତ୍ର ୨୧ ମ୍ୟାଚରେ ୧୫ ହାରରେ ୩୦୦ ରନ୍ କରିଛନ୍ତି। ତାଙ୍କ ବ୍ୟାଟରୁ ମାତ୍ର ଗୋଟିଏ ଅର୍ଦ୍ଧଶତକ ବାହାରିଛି।

Related story