ଆଇସିସି ଟି-୨୦ ରାଙ୍କିଙ୍ଗ: ଟପ୍‌ ୧୦କୁ ଫେରିଲେ ବିରାଟ, ୩ନଂକୁ ଖସିଲେ ସୂର୍ଯ୍ୟ କୁମାର

ଦୁବାଇ: ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ବିରାଟ କୋହଲି ଆଇସିସି ଟି-୨୦ ରାଙ୍କିଙ୍ଗର ଟପ୍‌ ୧୦କୁ ଫେରିଛନ୍ତି। ଆଇସିସି ପକ୍ଷରୁ ଜାରି ବ୍ୟାଟିଂ ରାଙ୍କିଙ୍ଗର ୬ଟି ସ୍ଥାନ ଉପରକୁ ଉଠି ବିରାଟ ସିଧା ୯ ନଂସ୍ଥାନରେ ପହଞ୍ଚି ଯାଇଛନ୍ତି। ରବିବାର ମେଲବର୍ଣ୍ଣରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ପ୍ରଥମ ସୁପର ୧୨ ମୁକାବିଲାରେ ବିରାଟ ୫୩ ବଲରେ ଅପରାଜିତ ୮୨ ରନର ଇନିଂସ ଖେଳିଥିଲେ। ଏହି ଚମତ୍କାର ଇନିଂସ ବଳରେ ପାକିସ୍ତାନ ପଞ୍ଝାରୁ ଟିମ ଇଣ୍ଡିଆ […]

ICC

ICC

Hemant Lenka
  • Published: Wednesday, 26 October 2022
  • Updated: 26 October 2022, 03:36 PM IST

Sports

Latest News

ଦୁବାଇ: ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ବିରାଟ କୋହଲି ଆଇସିସି ଟି-୨୦ ରାଙ୍କିଙ୍ଗର ଟପ୍‌ ୧୦କୁ ଫେରିଛନ୍ତି। ଆଇସିସି ପକ୍ଷରୁ ଜାରି ବ୍ୟାଟିଂ ରାଙ୍କିଙ୍ଗର ୬ଟି ସ୍ଥାନ ଉପରକୁ ଉଠି ବିରାଟ ସିଧା ୯ ନଂସ୍ଥାନରେ ପହଞ୍ଚି ଯାଇଛନ୍ତି। ରବିବାର ମେଲବର୍ଣ୍ଣରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ପ୍ରଥମ ସୁପର ୧୨ ମୁକାବିଲାରେ ବିରାଟ ୫୩ ବଲରେ ଅପରାଜିତ ୮୨ ରନର ଇନିଂସ ଖେଳିଥିଲେ।

ଏହି ଚମତ୍କାର ଇନିଂସ ବଳରେ ପାକିସ୍ତାନ ପଞ୍ଝାରୁ ଟିମ ଇଣ୍ଡିଆ ମ୍ୟାଚ ମଧ୍ୟ ଛଡ଼ାଇ ଆଣିଥିଲା। ଏହାର ଫାଇଦା ବିରାଟଙ୍କୁ ରାଙ୍କିଙ୍ଗରେ ମଧ୍ୟ ମିଳିଛି। ସେ ଏବେ ଦୀର୍ଘଦିନ ପରେ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦ରେ ପ୍ରବେଶ କରିଛନ୍ତି।

ବିରାଟ କୋହଲି ୨୦୨୧ ନଭେମ୍ବର ମାସରେ ଟପ୍‌ ୧୦ରୁ ବାଦ ପଡ଼ିଥିଲେ। ୨୦୨୧ ବିଶ୍ୱକପରେ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲେ। ଅବଶ୍ୟ ଚଳିତ ବର୍ଷ ଫେବୃଆରୀରେ ସେ ପୁଣି ଟପ୍ ୧୦କୁ ‍ଫେରିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ତଳକୁ ଖସି ଯାଇଥିଲେ।

ଅନ୍ୟପକ୍ଷରେ ଭାରତର ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ରାଙ୍କିଙ୍ଗରେ ତଳକୁ ଖସିଛନ୍ତି। ବିଶ୍ୱକପ ପୂର୍ବରୁ ୨ନଂ ସ୍ଥାନରେ ଥିବା ସୂର୍ଯ୍ୟ କୁମାର ଏବେ ୮୨୮ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। ୨ନଂ ସ୍ଥାନକୁ ନ୍ୟୁଜିଲ୍ୟାଣ୍ଡର ଡେଭୋନ କନୱେ ଉଠିଛନ୍ତି।

ତାଙ୍କ ପଏଣ୍ଟ ସଂଖ୍ୟା ୮୩୧ ରହିଛି। ୮୪୯ ପଏଣ୍ଟ ସହ ପାକିସ୍ତାନର ମହମ୍ମଦ ରିଜୱାନ ୧ନଂ ସ୍ଥାନରେ ଥିବା ବେଳେ ୪ର୍ଥ ସ୍ଥାନକୁ ଖସିଛନ୍ତି ଅଧିନାୟକ ବାବର ଆଜମ। ୫ମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କମ, ୬ଷ୍ଠରେ ଇଂଲଣ୍ଡର ଡାୱିଡ ମଲାନ, ୭ମରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ, ୮ମରେ ଶ୍ରୀଲଙ୍କାର ପଥୁମ ନିଶାଙ୍କା, ୯ମରେ ବିରାଟ କୋହଲି ଓ ୧୦ମରେ ୟୁଏଇର ମହମ୍ମଦ ୱାସିମ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos